ବିକାଶର ବିକଳାଙ୍ଗ ଚିତ୍ର! ଖଟିଆରେ ବୁହା ହେଉଛନ୍ତି ଗର୍ଭବତୀ

ମୋହନା (ମହିର ଜତି): ରାସ୍ତାକୁ ଦେଖିଲେ ଭୟ ଲାଗିଛି! ବର୍ଷା ଯୋଗୁ ପାହାଡ଼ିଆ ଘାଟି ରାସ୍ତାରେ ଭୂ-ସ୍ଖଳନ ହୋଇଛି। ରାସ୍ତା ଧୋଇ ହୋଇଯାଇଛି। ବଡ଼ ବଡ଼ ପଥର ବାହାରିଛି। ସେହି ରାସ୍ତାରେ ଚାଲି ଚାଲି ଯିବା କଷ୍ଟକର। ସେପରି ସ୍ଥିତିରେ ସେହି ରାସ୍ତାରେ କେମିତି ଆସିବ ଆମ୍ୱୁଲାନ୍ସ? ପାଦେ ପାଦେ ବିପଦ ଥିବା ସତ୍ତ୍ୱେ ଜଣେ ଗର୍ଭ ଯନ୍ତ୍ରଣାରେ ଜର୍ଜରୀତ ମହିଳାଙ୍କୁ ୫ କିମି ଖଟିଆରେ ବୋହିବାକୁ ବାଧ୍ୟ ହୋଇଥିଲେ ପରିବାର ଲୋକ। ରାଜ୍ୟ ସରକାରଙ୍କ ଏପରି […]

Mohana

Mohana

Manoranjan Sial
  • Published: Saturday, 01 October 2022
  • Updated: 01 October 2022, 09:47 PM IST

Sports

Latest News

ମୋହନା (ମହିର ଜତି): ରାସ୍ତାକୁ ଦେଖିଲେ ଭୟ ଲାଗିଛି! ବର୍ଷା ଯୋଗୁ ପାହାଡ଼ିଆ ଘାଟି ରାସ୍ତାରେ ଭୂ-ସ୍ଖଳନ ହୋଇଛି। ରାସ୍ତା ଧୋଇ ହୋଇଯାଇଛି। ବଡ଼ ବଡ଼ ପଥର ବାହାରିଛି। ସେହି ରାସ୍ତାରେ ଚାଲି ଚାଲି ଯିବା କଷ୍ଟକର। ସେପରି ସ୍ଥିତିରେ ସେହି ରାସ୍ତାରେ କେମିତି ଆସିବ ଆମ୍ୱୁଲାନ୍ସ? ପାଦେ ପାଦେ ବିପଦ ଥିବା ସତ୍ତ୍ୱେ ଜଣେ ଗର୍ଭ ଯନ୍ତ୍ରଣାରେ ଜର୍ଜରୀତ ମହିଳାଙ୍କୁ ୫ କିମି ଖଟିଆରେ ବୋହିବାକୁ ବାଧ୍ୟ ହୋଇଥିଲେ ପରିବାର ଲୋକ। ରାଜ୍ୟ ସରକାରଙ୍କ ଏପରି ବିକଳାଙ୍ଗ ଚିତ୍ର ଆସିଛି ଆସିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାରୁ।

ମୋହନା ବ୍ଲକ୍‌ ବିରିକୋଟ ପଞ୍ଚାୟତ ପିଲିକା ଗାଁର ସୁକାନ୍ତ ମଣ୍ଡଳଙ୍କ ପତ୍ନୀ ପ୍ରମିଳା ଆଜି ସକାଳେ ଗର୍ଭ ଯନ୍ତ୍ରଣା ପାଇଥିଲେ। ତାଙ୍କୁ ମେଡ଼ିକାଲ୍‌ ନେବା ପାଇଁ ପରିବାର ଲୋକେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ଫୋନ୍‌ କଲ ପାଇ ଆମ୍ୱୁଲାନ୍ସ ଆସିଲା। ହେଲେ ରାସ୍ତା ଖରାପ ଯୋଗୁ ଗାଁକୁ ଯାଇପାରିଲା ନାହିଁ। ପିଲିକା ଗାଁଠାରୁ ୫ କିମି ଦୂରରେ ଅଟକିଲା ଆମ୍ୱୁଲାନ୍ସ।

ପରିବାର ଲୋକେ ଆଶା ଦିଦିଙ୍କ ସହାୟତା ଗର୍ଭବତୀଙ୍କୁ ପିଲିକା ଗାଁରୁ ପୁଇପାଣି ଚକ ଯାଏଁ ୫ କିମି ଘାଟି ରାସ୍ତା ଖଟିଆରେ ବୋହି ନେଇଥିଲେ। ଘାଟି ରାସ୍ତାରେ ପାଦେ ପାଦେ ବିପଦ ରହିଛି। ଟିକେ ଅନ୍ୟମନସ୍କ ହେଲେ ଘାଟି ରାସ୍ତାରେ ଗଳି ପଡ଼ିବାର ଭୟ ରହିଛି। ଏହା ସତ୍ତ୍ୱେ ଜୀବନକୁ ବାଜି ଲଗାଇ ମହିଳାଙ୍କୁ ଖଟିଆରେ ବୋହି ନେଇଥିଲେ। ପରେ ମହିଳା ବିରିକୋଟ ମେଡ଼ିକାଲରେ ଭର୍ତ୍ତି କରିଥିଲେ।

ସୂଚନାରୁ ପ୍ରକାଶ, ରାଜ୍ୟ ସରକାର ବିକାଶ ବଡ଼ବଡ଼ କଥା କହୁଛନ୍ତି। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା ଖଞ୍ଜି ଦେଇଥିବା ଶାସକ ଦଳର ନେତାମାନେ କହି ବଲୁଛନ୍ତି। ହେଲେ ସେମାନଙ୍କ ଆଖିରେ କ’ଣ ପଡ଼ୁନି ପିଲିକା ଗାଁକୁ ଯାଇଥିବା ରାସ୍ତାର ବିକଳ ଚିତ୍ର? ଏ ରାସ୍ତାର ଚିତ୍ର କେବେ ବଦଳିବ? କେତେଦିନ ପର୍ଯ୍ୟନ୍ତ ଖଟିଆରେ ବୁହାହେବେ ଗର୍ଭବତୀ? ନା ସାରା ଜୀବନ ଏମିତି ଯନ୍ତ୍ରଣାଦାୟକ ଜୀବନ ବିତାଇବେ ଗାଁ ଲୋକେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos