ପୁରୀ ବିଚ୍‌ରେ ଯୁବତୀଙ୍କ ଅର୍ଦ୍ଧ ନଗ୍ନ ମୃତଦେହ!

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ବିଚ୍‌ରେ ପଡ଼ିଛି ଯୁବତୀଙ୍କ ଅର୍ଦ୍ଧ ନଗ୍ନ ମୃତଦେହ। କିଏ ସେ ଯୁବତୀ? କଣ ତାଙ୍କ ପରିଚୟ? ମୃତଦେହଟି ଗତ୨୩ ତାରିଖରେ ନିଖୋଜ ହୋଇଥିବା ମଧ୍ୟପ୍ରଦେଶ ରାଜ୍ୟର ଯୁବତୀ ରାଧିକା କୁଶୁୱା କି? ମେରାଇନ୍‌ ଥାନା ପୁଲିସ୍‌ ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି। ମଧ୍ୟପ୍ରଦେଶ ରାଜ୍ୟର ସାଗର ଗାଁର ପ୍ରହଲ୍ଲାଦ କୁଶୁୱାଙ୍କ ପରିବାର ଶ୍ରୀକ୍ଷେତ୍ର ଆସିଥିଲେ। ସେମାନେ ଚକ୍ରତୀର୍ଥ ରୋଡ୍‌ରେ ଥିବା ହୋଟେଲ ଶାନ୍ତି ପ୍ୟାଲେସ୍‌ରେ ରହୁଥିଲେ। ପ୍ରହଲ୍ଲାଦଙ୍କ ୧୮ […]

Girl

Girl

Manoranjan Sial
  • Published: Saturday, 26 November 2022
  • Updated: 26 November 2022, 06:10 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ବିଚ୍‌ରେ ପଡ଼ିଛି ଯୁବତୀଙ୍କ ଅର୍ଦ୍ଧ ନଗ୍ନ ମୃତଦେହ। କିଏ ସେ ଯୁବତୀ? କଣ ତାଙ୍କ ପରିଚୟ? ମୃତଦେହଟି ଗତ୨୩ ତାରିଖରେ ନିଖୋଜ ହୋଇଥିବା ମଧ୍ୟପ୍ରଦେଶ ରାଜ୍ୟର ଯୁବତୀ ରାଧିକା କୁଶୁୱା କି? ମେରାଇନ୍‌ ଥାନା ପୁଲିସ୍‌ ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି।

ମଧ୍ୟପ୍ରଦେଶ ରାଜ୍ୟର ସାଗର ଗାଁର ପ୍ରହଲ୍ଲାଦ କୁଶୁୱାଙ୍କ ପରିବାର ଶ୍ରୀକ୍ଷେତ୍ର ଆସିଥିଲେ। ସେମାନେ ଚକ୍ରତୀର୍ଥ ରୋଡ୍‌ରେ ଥିବା ହୋଟେଲ ଶାନ୍ତି ପ୍ୟାଲେସ୍‌ରେ ରହୁଥିଲେ। ପ୍ରହଲ୍ଲାଦଙ୍କ ୧୮ ବର୍ଷୀୟ ଝିଅ ରାଧିକା କୁଶୁୱା କାହାକୁ କିଛି ନକହି ହୋଟେଲ୍‌ ରୁମ୍‌ରୁ କେଉଁ ଆଡ଼େ ଚାଲି ଯାଇଥିଲେ। ପରିବାର ଲୋକେ ଦୀର୍ଘ ସମୟ ଧରି ତାଙ୍କୁ ଅପେକ୍ଷା କରିଥିଲେ। ଏପରିକି ହୋଟେଲ୍‌ ଆଖପାଖ ଅଞ୍ଚଳରେ ଖୋଜାଖୋଜି କରିଥିଲେ। ମାତ୍ର ରାଧିକାଙ୍କ ପତ୍ତା ପାଇନଥିଲେ। ରାଧିକାଙ୍କ ବାପା ପ୍ରହଲ୍ଲାଦ ଏନେଇ ଗତ ୨୩ ତାରିଖରେ ସିବିଚ୍‌ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା।

ରାଧିକାଙ୍କ ନିଖୋଜ ମାମଲାକୁ ନେଇ ପୁଲିସ୍‌ ଖୋଳତାଡ କରୁଥିବା ବେଳେ ଆଜି ବାଲିଗୁଆଳି ବେଳାଭୂମିରୁ ଜଣେ ଯୁବତୀଙ୍କ ଅର୍ଦ୍ଧ ଲଗ୍ନ ମୃତଦେହ ଉଦ୍ଧାର କରିଛି। ବେଳାଭୂମିର ବାଲି ଉପରେ ଯୁବତୀ ଜଣକ ମୁହଁମାଡ଼ି ପଡ଼ିଥିବା ଦେଖିବାକୁ ମିଳିଛି। କିନ୍ତୁ ତାଙ୍କ ପରିଚୟ ଜଣାପଡ଼ି ନାହିଁ। ବିଚ୍‌ରେ ପଡ଼ିଥିବା ଏହି ଯୁବତୀ ଜଣକ ରାଧିକା କି? ତାକୁ ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଛି। ତେବେ ଏନେଇ ପୁଲିସ୍‌ କୌଣସି ପ୍ରତିକ୍ରିୟା ଦେଇନାହିଁ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos