ଜାତୀୟ ଦୁଗ୍ଧ ଦିବସରେ ଗୋପାଳଙ୍କୁ ‘ଗୋପାଳ ରତ୍ନ’ ପୁରସ୍କାର

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଜାତୀୟ ଦୁଗ୍ଧ ଦିବସରେ ‘ଗୋପାଳ ରତ୍ନ’ରେ ପୁରସ୍କୃତ ହେଲେ ବଲାଙ୍ଗିରର ଗୋପାଳ ରଣା। ସେ କେନ୍ଦ୍ରମନ୍ତ୍ରଙ୍କଠାରୁ ମାନପତ୍ର ଓ ପୁରସ୍କାର ବାବଦକୁ ୫ ଲକ୍ଷ ଟଙ୍କାର ଚେକ୍‌ ଗ୍ରହଣ କରିଛନ୍ତି। ଗୋପାଳ ରାଣାଙ୍କ ଘର ହେଉଛନ୍ତି ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ୍‌ ବଡବନ୍ଧ ଗାଁରେ। ସେ ପିଲା ଦିନରୁ ଗୋ’ ସେବା କରି ଆସୁଛନ୍ତି। ଗତ କିଛି ବର୍ଷ ହେବ ସେ ବିଫ୍‌ ନାମକ ଏକ ସଂସ୍ଥାରେ କାମ କରୁଛନ୍ତି। ଗାଁ ଗାଁକୁ ବୁଲି […]

Gopal Rana

Gopal Rana

Manoranjan Sial
  • Published: Saturday, 26 November 2022
  • Updated: 26 November 2022, 06:13 PM IST

Sports

Latest News

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଜାତୀୟ ଦୁଗ୍ଧ ଦିବସରେ ‘ଗୋପାଳ ରତ୍ନ’ରେ ପୁରସ୍କୃତ ହେଲେ ବଲାଙ୍ଗିରର ଗୋପାଳ ରଣା। ସେ କେନ୍ଦ୍ରମନ୍ତ୍ରଙ୍କଠାରୁ ମାନପତ୍ର ଓ ପୁରସ୍କାର ବାବଦକୁ ୫ ଲକ୍ଷ ଟଙ୍କାର ଚେକ୍‌ ଗ୍ରହଣ କରିଛନ୍ତି।

ଗୋପାଳ ରାଣାଙ୍କ ଘର ହେଉଛନ୍ତି ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ୍‌ ବଡବନ୍ଧ ଗାଁରେ। ସେ ପିଲା ଦିନରୁ ଗୋ’ ସେବା କରି ଆସୁଛନ୍ତି। ଗତ କିଛି ବର୍ଷ ହେବ ସେ ବିଫ୍‌ ନାମକ ଏକ ସଂସ୍ଥାରେ କାମ କରୁଛନ୍ତି। ଗାଁ ଗାଁକୁ ବୁଲି ଗାଈମାନଙ୍କର କୃତ୍ତିମ ପ୍ରଜନନର ବ୍ୟବସ୍ଥା କରାଉଛନ୍ତି। ଯାହା ଫଳରେ ଶହ ଶହ ଗୋ’ଚାଷୀ ଲାଭବାନ ହୋଇପାରୁଛନ୍ତି। ସେଥିପାଇଁ କେନ୍ଦ୍ର ଏ.ଏଚ.ଡି ବିଭାଗ ତାଙ୍କୁ ‘ଗୋପାଳ ରତ୍ନ’ ଆୱାର୍ଡ ପ୍ରଦାନ ପାଇଁ ମନୋନୀତ କରିଥିଲେ।

ଜାତୀୟ ଦୁଗ୍ଧ ଦିବସ ଅବସରରେ ବେଙ୍ଗାଲୁରୁଠାରେ କେନ୍ଦ୍ର ସରକାରଙ୍କ ଏ.ଏଚ.ଡି ବିଭାଗ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଗୋପାଳ ରାଣାଙ୍କୁ ‘ଗୋପାଳ ରତ୍ନ’ ଆୱାର୍ଡ ପ୍ରଦାନ କରାଯାଇଛି। ଏଥିସହ ପୁରସ୍କାର ରାଶି ବାବଦକୁ ୫ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରାଯାଇଛି। ଏଥିରେ କେନ୍ଦ୍ର ଏ.ଏ.ଡି ମନ୍ତ୍ରୀ ସଂଜୀତ କୁମାର ବାଲିଅନଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ଗୋପାଳ ରଣା ଏହି ଆୱାର୍ଡ ପାଇବା ପରେ ତାଙ୍କ ପାଖକୁ ଶୁଭେଚ୍ଛା ଶୁଅ ଛୁଟୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos