ଶ୍ରୀମନ୍ଦିରର ସନ୍ଧି, କନ୍ଦି କିଛି ଛାଡ଼ିଲେନି; ଡ୍ରୋନ୍ କ୍ୟାମେରା ଭିଡିଓ ଭାଇରାଲ

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରର ସନ୍ଧି, କନ୍ଦି କିଛି ଛାଡ଼ିଲେନି। ଆକାଶ ମାର୍ଗରୁ ସବୁ ଉପରେ ବୁଲିଲା ଡ୍ରୋନ୍ କ୍ୟାମେରା। ତନତନ କରି ଦେଖାଇ ଦିଆଯାଇଛି, ଶ୍ରୀମନ୍ଦିରରେ କେଉଁଠି କେଉଁ ମନ୍ଦିର ଅଛି। ଶ୍ରୀମନ୍ଦିର ନୀଳଚକ୍ରରେ ବାନା କିପରି ବନ୍ଧା ଯାଉଛି। ରୋଷ ଘର, କୋଇଲି ବୈକୁଣ୍ଠ, ଆନନ୍ଦ ବଜାର, ଭକ୍ତଙ୍କ ଗହଳି ସବୁ ଦେଖାଯାଉଛି। ସୋଶାଲ ମିଡ଼ିଆ ୟୁଟୁବ୍‌ରେ ପଡ଼ିଛି ଏହି ଭିଡ଼ିଓ। ୨ ସପ୍ତାହ ତଳେ ଏହି ଭିଡିଓ ୟୁଟୁବ୍‌ରେ ଅପଲୋଡ କରାଯାଇଥିବା ବେଳେ ହଜାର […]

Ratna-Bhandar

Ratna-Bhandar

Niranjan Mishra
  • Published: Saturday, 03 December 2022
  • Updated: 03 December 2022, 09:32 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରର ସନ୍ଧି, କନ୍ଦି କିଛି ଛାଡ଼ିଲେନି। ଆକାଶ ମାର୍ଗରୁ ସବୁ ଉପରେ ବୁଲିଲା ଡ୍ରୋନ୍ କ୍ୟାମେରା। ତନତନ କରି ଦେଖାଇ ଦିଆଯାଇଛି, ଶ୍ରୀମନ୍ଦିରରେ କେଉଁଠି କେଉଁ ମନ୍ଦିର ଅଛି। ଶ୍ରୀମନ୍ଦିର ନୀଳଚକ୍ରରେ ବାନା କିପରି ବନ୍ଧା ଯାଉଛି। ରୋଷ ଘର, କୋଇଲି ବୈକୁଣ୍ଠ, ଆନନ୍ଦ ବଜାର, ଭକ୍ତଙ୍କ ଗହଳି ସବୁ ଦେଖାଯାଉଛି। ସୋଶାଲ ମିଡ଼ିଆ ୟୁଟୁବ୍‌ରେ ପଡ଼ିଛି ଏହି ଭିଡ଼ିଓ। ୨ ସପ୍ତାହ ତଳେ ଏହି ଭିଡିଓ ୟୁଟୁବ୍‌ରେ ଅପଲୋଡ କରାଯାଇଥିବା ବେଳେ ହଜାର ହଜାର ଲୋକ ଏହାକୁ ଦେଖିଲେଣି। ବହୁ ସଂଖ୍ୟକ ଲାଇକ୍ ଓ କମେଣ୍ଟ ମଧ୍ୟ ମିଳିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏହି ଭିଡିଓରେ ଓଡ଼ିଶା ପୁଲିସକୁ ବିଶେଷ ଧନ୍ୟବାଦ ଦିଆଯାଇଛି। ଆଜି ଏହି ଭିଡିଓକୁ ନେଇ ବିଭିନ୍ନ ମହଲରେ ଅଲୋଚନା ଓ ସମାଲୋଚନା ପରେ ଘଟଣା ପଦାକୁ ଆସିଛି।

ଭିଡିଓ ଭାଇରାଲ ହେବା ପରେ ଶ୍ରୀମନ୍ଦିର ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଡ୍ରୋନ୍ ଭିଡିଓକୁ ଲକ୍ଷାଧିକ ଲୋକ ଡାଉନ୍ ଲୋଡ୍ କରିଥିବା ବେଳେ ବହୁ ଲୋକ ସେୟାର କରିବାରେ ଲାଗିଛନ୍ତି। ଶ୍ରୀମନ୍ଦିର ଅତି ନିକଟରୁ ଭିଡିଓ କରାଯାଇଛି। ୟୁନିଫାଏଡ ଅନିମେଶ ନାଁରେ ଜଣେ ବ୍ୟକ୍ତି ଭିଡିଓ ପୋଷ୍ଟ କରିଛନ୍ତି।

କିଛିଦିନ ତଳେ ଶ୍ରୀମନ୍ଦିର ରତ୍ନ ସିଂହାସନ ଫଟୋ ସୋଶାଲ ମିଡିଆ ଫେସ୍‌ବୁକ୍‌ରେ ଅପଲୋଡ କରିଥିବା ଜଣେ ବାଂଲାଦେଶୀଙ୍କୁ ପୁଲିସ ଗିରଫ କରିଥିଲା। ଏହି ଆଲୋଚନା ଥମି ନ ଥିବା ବେଳେ ଏବେ ଶ୍ରୀମନ୍ଦିର ଅତି ନିକଟରୁ ଡ୍ରୋନ୍ ଭିଡିଓ ନିଆଯାଇ ସୋଶାଲ ମିଡିଆରେ ଭାଇରାଲ କରାଯାଇଛି। ପ୍ରତିଦିନ ହଜାର ହଜାର ଭକ୍ତଙ୍କ ସମାଗମ ହେଉଥିବାରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ମୋବାଇଲ ବ୍ୟବହାର ତଥା ଭିଡିଓ ଓ ଫଟୋ ଉଠାଇବା ଉପରେ ବ୍ୟାନ ଲଗାଯାଇଛି। ହେଲେ ସେପଟେ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡୁଛି। ଏହା ପ୍ରଶାସନ ତଥା ପୁଲିସର ଜାଣତରେ ହୋଇଛି ନା ଅଜାଣତରେ ସେନେଇ ଜଣାପଡ଼ିନି। ତେବେ ଏକା ସ୍ପଷ୍ଟ ହୋଇଛି ପୁଲିସ ଶ୍ରୀମନ୍ଦିରକୁ ସୁରକ୍ଷା ଦେବାରେ ବିଫଳ ହୋଇଛି। ଜଳ, ସ୍ଥଳ, ଆକାଶ ମାର୍ଗରୁ କେବେବି ଏହି ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଆଶଙ୍କା ରହିଥିବା ଖୋଦ ପ୍ରଶାସନ ଦର୍ଶାଉଥିଲେ ହେଁ, ଅନ୍ୟପଟେ ସୁରକ୍ଷା ବ୍ୟବସ୍ଥାକୁ ମୁକୁଳା କରିଦେଇଛି।

ଏନେଇ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ କିମ୍ବା ପୁଲିସର ପ୍ରତିକ୍ରିୟା ମିଳିପାରିନି।

ତେବେ ଶ୍ରୀମନ୍ଦିର ଡ୍ରୋନ୍ ଭିଡିଓ ସଂପର୍କରେ ଭିଡିଓ ଉତ୍ତୋଳନକାରୀ ପଶ୍ଚିମବଙ୍ଗର ଅନିମେଶ ଚକ୍ରବର୍ତ୍ତୀ ପ୍ରତିକ୍ରିୟା ଦେଇ କହିଛନ୍ତି, ସେ ଟୁରିଜିମ୍ ପାଇଁ କାମ କରନ୍ତି। ଏକ ଡକୁ୍ୟମେଣ୍ଟାରୀ ପାଇଁ ପୁରୀ ଯାଇଥିଲେ। ଶ୍ରୀମନ୍ଦିର ଜୋତା ଷ୍ଟାଣ୍ଡ ପାଖରେ ଜଣେ ପୁଲିସ କର୍ମଚାରୀଙ୍କୁ ପଚାରି ଡ୍ରୋନ୍ ଭିଡିଓ ନେଇଥିଲେ। ଶ୍ରୀମନ୍ଦିର ପାଖରେ ଥିବା ଏକ ୬ ମହଲା କୋଠା ଉପରକୁ ଯାଇ ଏହି ଡ୍ରୋନ୍ ଉଡ଼ାଇଥିଲେ ବୋଲି ଅନିମେଶ କହିଛନ୍ତି।

https://youtu.be/GMEM40uPjPI

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story