ଜିଏସଟି ରେଡ୍‌: ବିଜେଡିକୁ ବୁମେରାଂ, ଆସନ୍ତାକାଲି ପଦ୍ମପୁର ବନ୍ଦ

ଭୁବନେଶ୍ୱର/ପଦ୍ମପୁର (ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନ ପାଇଁ ଏବେ ପ୍ରଚାର ସରଗରମ ରହିଥିବାବେଳେ ଆଜି ସନ୍ଧ୍ୟାରେ ପଦ୍ମପୁର ନିର୍ବାଚନମଣ୍ଡଳୀର ପ୍ରାୟ ୭ଟି ସ୍ଥାନରେ ଜିଏସଟି ରେଡ୍ କରାଯିବା ଶାସକ ବିଜେଡିକୁ ମହଙ୍ଗା ପଡ଼ିଛି । ସକାଳେ ପଦ୍ମପୁରରେ ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କ ଘନିଷ୍ଠ ସହଯୋଗୀ ତଥା ବିଜେଡି ସମର୍ଥିତ ୩ଜଣ ବ୍ୟବସାୟୀଙ୍କ ଘରେ ଆଇଟି ରେଡ୍ ପରେ ପ୍ରତିକ୍ରିୟାଶୀଳ ହୋଇ ଶାସକ ବିଜେଡି ସରକାର ଦ୍ୱାରା ସମ୍ବଲପୁର ସିଟି ଜିଏସଟି ଟିମ୍‌କୁ ଲଗାଇ ବିଜେପି ସମର୍ଥିତ […]

Padampur

Padampur

Ordigital Desk
  • Published: Monday, 28 November 2022
  • Updated: 28 November 2022, 09:22 PM IST

Sports

Latest News

ଭୁବନେଶ୍ୱର/ପଦ୍ମପୁର (ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନ ପାଇଁ ଏବେ ପ୍ରଚାର ସରଗରମ ରହିଥିବାବେଳେ ଆଜି ସନ୍ଧ୍ୟାରେ ପଦ୍ମପୁର ନିର୍ବାଚନମଣ୍ଡଳୀର ପ୍ରାୟ ୭ଟି ସ୍ଥାନରେ ଜିଏସଟି ରେଡ୍ କରାଯିବା ଶାସକ ବିଜେଡିକୁ ମହଙ୍ଗା ପଡ଼ିଛି । ସକାଳେ ପଦ୍ମପୁରରେ ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କ ଘନିଷ୍ଠ ସହଯୋଗୀ ତଥା ବିଜେଡି ସମର୍ଥିତ ୩ଜଣ ବ୍ୟବସାୟୀଙ୍କ ଘରେ ଆଇଟି ରେଡ୍ ପରେ ପ୍ରତିକ୍ରିୟାଶୀଳ ହୋଇ ଶାସକ ବିଜେଡି ସରକାର ଦ୍ୱାରା ସମ୍ବଲପୁର ସିଟି ଜିଏସଟି ଟିମ୍‌କୁ ଲଗାଇ ବିଜେପି ସମର୍ଥିତ ବ୍ୟବସାୟୀଙ୍କ ଦୋକାନରେ ଆଜି ସନ୍ଧ୍ୟାରେ ଜିଏସଟି ରେଡ୍ କରାଯାଇଛି । ତେବେ ଜିଏସଟି ରେଡକୁ ବିରୋଧ କରି ପଦ୍ମପୁର ବଣିକ ସଂଘ ଆସନ୍ତାକାଲି ପଦ୍ମପୁର ସହରରେ ୧୨ଘଂଟିଆ ବନ୍ଦ ଡାକରା ଦେଇଛି । ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ଘୋଷଣା କରିଛି । ଆଉ ଆଇଟି ରେଡକୁ ଜବାବ ଦେବାକୁ ଯାଇ ଜିଏସଟି ରେଡ୍ କରିବା ଶାସକ ବିଜେଡିକୁ ବୁମେରାଂ ହୋଇଥିବା ଚର୍ଚ୍ଚା ହେଉଛି ।

ପଦ୍ମପୁର ବଣିକ ସଂଘର ସଭାପତି ପ୍ରତାପ ମିଶ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଜିଏସଟି ରେଡ୍ କରାଯିବା ସମ୍ପୂର୍ଣ୍ଣ ଭାବେ ବେଆଇନ । ରାଜନୀତିକ ଆକ୍ରୋଶ ରଖି ଏଭଳି ହଇରାଣ କରାଯାଉଛି । ରାଜନୀତି ସହ ବ୍ୟବସାୟୀଙ୍କର କୌଣସି ସମ୍ପର୍କ ନାର୍ହି । କିନ୍ତୁ ଅନୈତିକ ଭାବେ ଜିଏସଟି ରେଡ୍ କରାଯିବାକୁ କଦାପି ବରଦାସ୍ତ କରାଯିବ ନାହିଁ । ଆସନ୍ତାକାଲି ପଦ୍ମପୁର ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିବ । ତେବେ ଗାଡ଼ି ମୋଟର ଚଳାଚଳ ସ୍ୱାଭାବିକ ରହିବ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ମିଳିଥିବା ସୂଚନା ଅନୁସାରେ, ସକାଳେ ପଦ୍ମପୁରର ୩ ବ୍ୟବସାୟୀଙ୍କ ବାସଭବନରେ ଆଇଟି ରେଡ୍ କରାଯିବା ପରେ ସନ୍ଧ୍ୟାରେ ନିର୍ବାଚନମଣ୍ଡଳୀର ପ୍ରାୟ ୭ଟି ସ୍ଥାନରେ ସମ୍ବଲପୁର ଜିଏସଟି ଟିମ୍ ପକ୍ଷରୁ ଚଢ଼ଉ ହୋଇଛି । ବିଜେଡି ସମର୍ଥିତ ଏହି ୩ ବ୍ୟବସାୟୀ ଜିଲ୍ଲାର ବିଜେଡି ବିଧାୟକ ସୁଶାନ୍ତ ସିଂ ଓ ଦିବଂଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଖାସ୍ ଭାବେ ପରିଚିତ। ବିଜେଡି ସରକାର ଏହି ଆଇଟି ରେଡ୍ ପରେ ପ୍ରତିକ୍ରିୟାଶୀଳ ହୋଇ ଆଜି ସମ୍ବଲପୁର ସିଟି ଜିଏସଟି ଟିମକୁ ଲଗାଇ ଅପରାହ୍ନରେ ପଦ୍ମପୁର, ବରଗଡ଼, ପାଇକମାଳ, ଝାରବନ୍ଧରେ ଏକକାଳୀନ ଜିଏସଟି ଚଢ଼ଉ କରିଛି। ଯାହାକୁ ନେଇ ବ୍ୟବସାୟୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ପଦମପୁରରେ ନବୀନ ପଟ୍ଟନାୟକ ହାଏ ହାଏ ସ୍ଲୋଗାନମାନେ ବ୍ୟବସାୟୀମାନେ ଦେଇଛନ୍ତି। ପଦ୍ମପୁର ନଗର ବିଜେପି ସଭାପତି ସୁନୀଲ ଅଗ୍ରୱାଲଙ୍କ କପଡ଼ା ଦୋକାନ ‘ଜଗଦମ୍ବା କ୍ଲଥ ଷ୍ଟୋର’ରେ ଜିଏସଟି ରେଡ୍ ହୋଇଥିଲେ ମଧ୍ୟ ଏଭଳି ଭାବେ ବ୍ୟବସାୟୀଙ୍କୁ ହଇରାଣ କରାଯିବା ଅନୁଚିତ୍ ବୋଲି ପଦ୍ମପୁର ବଣିକ ସଂଘ କହିଛି। ଏଭଳି ରେଡ୍‌କୁ ସଂଘ ନିନ୍ଦା କରିବା ସହ ଏହାକୁ ବରଦାସ୍ତ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛି ।

ସୂଚନାଯୋଗ୍ୟ, ଆଜି ଭୋର ସମୟରୁ ପଦମପୁର ନିର୍ବାଚନମଣ୍ଡଳୀର ୩ ପ୍ରତିଷ୍ଟିତ ବ୍ୟବସାୟୀଙ୍କ ବାସଭବନରେ ସିଆରପିଏଫ ଉପସ୍ଥିତିରେ ଆଇଟି ରେଡ୍ ହୋଇଥିଲା । ଏହି ୩ ବ୍ୟବସାୟୀ ବିଜେଡି ସମର୍ଥିତ ହୋଇଥିବାରୁ ସେମାନଙ୍କ ଘରେ ଏଭଳି ରେଡ୍ ହୋଇଛି ବୋଲି ବିଜେଡି ପକ୍ଷରୁ ଅଭିଯୋଗ ହୋଇଥିଲା। ଏଭଳି ଆଇଟି ରେଡକୁ ସାଧାରଣରେ ନାପସନ୍ଦ କରାଯାଉଥିବାବେଳେ ବିଜେଡି ସପକ୍ଷରେ ଜନମତ ବଢ଼ୁଥିଲା । କିନ୍ତୁ ସନ୍ଧ୍ୟା ହେଉ ହେଉ ବିଜେପି ସମର୍ଥିତ ଦୋକାନଗୁଡ଼ିକ ଉପରେ ଜିଏସଟି ରେଡ୍ କରି ବିଜେଡି ସରକାର ନିଜ ଗୋଡ଼ରେ ନିଜେ କୁରାଢ଼ୀ ମାରିଛନ୍ତି । ଆଉ ପଦମପୁରରେ ସାଧାରଣ ବ୍ୟବସାୟୀଙ୍କ ଆକ୍ରୋଶର ଶିକାର ବିଜେଡିକୁ ହେବାକୁ ପଡ଼ିଛି । ଯାହାର ପ୍ରଭାବ ଆଗାମୀ ଉପନିର୍ବାଚନରେ ବିଜେଡିକୁ ଭୋଗିବାର ଆଶଙ୍କା ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story