ଭରା ନଦୀରେ ଦେଶର ଭବିଷ୍ୟତ, ବାଜିରେ ଲାଗିଛି ଜୀବନ

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ଋଷିକୂଲ୍ୟା ନଦୀର ପ୍ରଖର ସୁଅ। ତାହାରି ଭିତରେ ବେକେ ଲେଖାଏଁ ପାଣିରେ ଭବିଷ୍ୟତ ଗଢ଼ିବା ପାଇଁ ବହି ବସ୍ତାନି ମୁଣ୍ଡାଇ ନଦୀ ପାର ହେଉଛନ୍ତି ଛୋଟ ଛୋଟ ସ୍କୁଲ ପିଲା। ପ୍ରତିଦିନ ପିଲାଙ୍କୁ ଏମିତି ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର ହେବାକୁ ପଡ଼ୁଛି। ଏପରି ଚିତ୍ର ଆସିଛି ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଅଞ୍ଚଳରୁ। ସୋରଡା ବ୍ଲକ୍‌ ନୂଆଗଡ଼ ପଞ୍ଚାୟତ ମଝିରେ ଯାଇଛି ଋଷିକୂଲ୍ୟା ନଦୀ। ଆଉ ନଦୀ ଆର ପାର୍ଶ୍ୱରେ […]

Ganjam

Ganjam

Manoranjan Sial
  • Published: Tuesday, 02 August 2022
  • Updated: 04 August 2022, 04:11 PM IST

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ଋଷିକୂଲ୍ୟା ନଦୀର ପ୍ରଖର ସୁଅ। ତାହାରି ଭିତରେ ବେକେ ଲେଖାଏଁ ପାଣିରେ ଭବିଷ୍ୟତ ଗଢ଼ିବା ପାଇଁ ବହି ବସ୍ତାନି ମୁଣ୍ଡାଇ ନଦୀ ପାର ହେଉଛନ୍ତି ଛୋଟ ଛୋଟ ସ୍କୁଲ ପିଲା। ପ୍ରତିଦିନ ପିଲାଙ୍କୁ ଏମିତି ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର ହେବାକୁ ପଡ଼ୁଛି। ଏପରି ଚିତ୍ର ଆସିଛି ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଅଞ୍ଚଳରୁ।

ସୋରଡା ବ୍ଲକ୍‌ ନୂଆଗଡ଼ ପଞ୍ଚାୟତ ମଝିରେ ଯାଇଛି ଋଷିକୂଲ୍ୟା ନଦୀ। ଆଉ ନଦୀ ଆର ପାର୍ଶ୍ୱରେ ରହିଛି କେଶରା, ନାଗପୁର, ବାରଧାଙ୍ଗିଡ଼ି, ରଙ୍ଗାପାଲି, ଗୋଡ଼ିପଲ୍ଲୀ ଓ ନୀଳକଣ୍ଠପୁର ଗାଁ। ପଞ୍ଚାୟତ ସଦର ମହକୁମାରେ ସ୍କୁଲ, କଲେଜ, ବଜାର ଓ ମେଡ଼ିକାଲ୍‌ ଥିବାରୁ ପ୍ରତିଦିନ ଏହି ୬ ଗାଁର ଲୋକକୁ ସେଠାକୁ ଯିବା ପାଇଁ ପଡ଼ୁଛି। ଗ୍ରୀଷ୍ମ ଋତୁରେ ଋଷିକୂଲ୍ୟା ନଦୀ ପଠା ଶୁଖିଲା ଥିବାରୁ ଗାଁ ଲୋକେ ଚାଲି ଚାଲି ଯାଉଥିଲେ। ହେଲେ ବର୍ଷା ଋତୁରେ ନଦୀ ଭରା ରହୁଥିବାରୁ ଲୋକମାନେ ନାନା ଅସୁବିଧାରେ ପଡ଼ୁଛନ୍ତି।

ରାସ୍ତାରେ ପଞ୍ଚାୟତ ସଦର ମହକୁମାକୁ ଯିବାକୁ ହେଲେ ୧୫ କିମି ଅତିକ୍ରମ କରିବାକୁ ପଡ଼ିବ। ତେଣୁ ଗାଁ ଲୋକେ ଭରା ନଦୀରେ ବିପଦ ସଙ୍କୁଳ ଅବସ୍ଥାରେ ପାର୍‌ ହେଉଛନ୍ତି। ଏଥିରେ ବେଶୀ ଅସୁବିଧାରେ ପଡ଼ୁଛନ୍ତି ଛାତ୍ରଛାତ୍ରୀ। ନଦୀ ଆର ପାର୍ଶ୍ୱରେ ସ୍କୁଲ ଥିବାରୁ ପିଲାମାନଙ୍କୁ ପ୍ରତିଦିନ ବେକେ ଲେଖାଏଁ ପାଣିରେ ପଶି ଯିବାକୁ ପଡ଼ୁଛି। ପିଲାମାନେ ବହି ବସ୍ତାନିକୁ ମୁଣ୍ଡରେ ମୁଣ୍ଡାଇ ନଦୀ ପାର ହେବାକୁ ପଡ଼ୁଛି। ତେବେ ଆଉ କିଛି ପିଲାଙ୍କୁ ସେମାନଙ୍କ ପରିବାର ଲୋକ କାନ୍ଧରେ କାନ୍ଦେଇ ନଦୀର ପାର ହେଉଥିବା ଦେଖିବାକୁ ମିଳିଛି। ପିଲାମାନଙ୍କ ଏ ଦୁଃଖ ବର୍ଷା ଋତୁ ତମାମ।

ଋଷିକୂଲ୍ୟା ନଦୀ ଆର ପାଖରେ ଥିବା ୬ ଗାଁକୁ ଯୋଗାଯୋଗ କରିବାକୁ ରାଜ୍ୟ ସରକାର ବ୍ୟବସ୍ଥା କରିଥିଲେ। ସେଥିପାଇଁ ୨୦୧୯ ମସିହାରେ ନଦୀ ଉପରେ ବ୍ରିଜ୍‌ ନିର୍ମାଣ ଆରମ୍ଭ କରିଥିଲେ। ୩ ବର୍ଷରେ କେବଳ ଅଧପନ୍ତରିଆ ଭାବେ ପିଲ୍‌ର କରି ବ୍ରିଜ୍‌ କଥା ଭୁଲି ଯାଇଛି ପ୍ରଶାସନ। ଯେଉଁଥିପାଇଁ ପିଲାଠୁ ବୁଢ଼ା ସଭିଏଁ ବିପଦ ସଙ୍କୁଳ ଅବସ୍ଥାରେ ନଦୀ ପାର ହେଉଛନ୍ତି।

ସ୍କୁଲରେ ପଢ଼ୁଥିବା ଜଣେ ଛାତ୍ରୀ କହିଛନ୍ତି, ସ୍କୁଲ ଯିବା ପାଇଁ ପ୍ରତିଦିନ ଆମକୁ ନଦୀ ପାର ହେବାକୁ ପଡ଼ୁଛି। ନଦୀ ପାର ହେଲା ବେଳେ ଯଦି ଆମେ ଭାସିଯିବୁ, ତାହାହେଲେ ଏଥିପାଇଁ କିଏ ଦାୟୀ ରହିବେ? ଦୟାକରି ଏଠାରେ ଯଥାଶୀଘ୍ର ବ୍ରିଜ୍‌ ନିର୍ମାଣ କରାଯାଉ ବୋଲି ଛାତ୍ରୀ ଜଣକ କହିଛନ୍ତି।

ଗାଁର ଜଣେ କହିଛନ୍ତି, ବ୍ରିଜ୍‌ ନିର୍ମାଣକୁ ୪ ବର୍ଷ ବିତିଲାଣି। ହେଲେ ଆଜି ପର୍ଯ୍ୟନ୍ତ ବ୍ରିଜ୍‌ ନିର୍ମାଣ ହୋଇପାରିଲା ନାହିଁ। ତେଣୁ ଆମେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛୁ। ଶୀଘ୍ର ବ୍ରିଜ୍‌ ନିର୍ମାଣ କାମ ସରୁ ବୋଲି ସେ ଅନୁରୋଧ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos