ଋତୁସ୍ରାବ ହେଲେ କର୍ମଜୀବୀ ମହିଳା ପାଇବେ ଦିନେ ଛୁଟି। ସରକାରୀ ଓ ବେସକାରୀ ମହିଳା କର୍ମଚାରୀଙ୍କୁ ମିଳିବ ଏହି ସୁବିଧା। ସମଗ୍ର ରାଜ୍ୟରେ ଲାଗୁ ହେବ ଏହି ନିୟମ। ସାରା ଦେଶ ଆଜି ୭୮ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମହିଳାମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି।
ସେ କହିଛନ୍ତି ଯେ, ଋତୁସ୍ରାବ ପାଇଁ କର୍ମଜୀବୀ ମହିଳାଙ୍କୁ ଦିନେ ଛୁଟି ମିଳିବ। ସରକାରୀ ଓ ଘରୋଇ ମହିଳା କର୍ମଚାରୀ ଦିନକ ପାଇଁ ଛୁଟି ନେଇପାରିବେ। ଋତୁସ୍ରାବ ଦିନ କିମ୍ବା ଦ୍ୱିତୀୟ ଦିନ ଏହି ଛୁଟି ନେଇପାରିବେ। କଟକରେ ସ୍ୱାଧୀନତା ଦିବସ ପାଳନ ଅବସରରେ ଏହି ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ।
Also Read
ସମାଜସେବୀ ନମ୍ରତା ଚଢ଼ା କହିଛନ୍ତି, କର୍ମଜୀବୀ ମହିଳାମାନଙ୍କର ବହୁ ଦିନରୁ ଛୁଟି ପାଇଁ ଦାବି ହୋଇ ଆସୁଥିଲା। ଆଜି ଉପମୁଖମନ୍ତ୍ରୀ ଏହି ବଡ଼ ଘୋଷଣା କରିଛନ୍ତି। ଏହା ଏକ ସୁନ୍ଦର ଓ ଅଭିନବ ପଦକ୍ଷେପ। ସେଥିପାଇଁ ଉପ ମୁଖମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
‘ଓଡ଼ିଶା ହେବ ସୁନାର ଓଡ଼ିଶା, ମହିଳାଙ୍କ ଉନ୍ନତି ହେବ ବିକାଶର ମୂଳମନ୍ତ୍ର’
ମହିଳାଙ୍କ ଉନ୍ନତି ଓଡ଼ିଶା ବିକାଶର ମୂଳମନ୍ତ୍ର ହେବ। ସୁଭଦ୍ରା ଯୋଜନାର ଲାଭ ଓଡ଼ିଶାର ୧ କୋଟିରୁ ଅଧିକ ମହିଳାଙ୍କୁ ମିଳିବ। ସୁଭଦ୍ରା ଯୋଜନା ମା’ ଓ ଭଉଣୀମାନଙ୍କୁ ସଶକ୍ତ କରିବ ବୋଲି କହିଛନ୍ତି ମୋଦି।
Politics
‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ବହୁ ପ୍ରତିକ୍ଷିତ ‘ସୁଭଦ୍ରା ଯୋଜନା’ର ହେଲା ଶୁଭାରମ୍ଭ । ଜନତା ମଇଦାନରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
Politics
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶୀ
ଆତିଶୀଙ୍କୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ସୁପାରିଶ କରିଛନ୍ତି ଅରବିନ୍ଦ କେଜ୍ରିୱାଲ।
Politics
ଓଡ଼ିଶାରେ ପହଞ୍ଚିଲେ ମୋଦି, ‘ସୁଭଦ୍ରା’ ଯୋଜନାର କରିବେ ଶୁଭାରମ୍ଭ
ଓଡ଼ିଶାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି। ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରେ ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି ।
Politics
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସ୍କାନରରେ ରାଜଧାନୀ, ଜଗିଛନ୍ତି ୮୧ ପ୍ଲାଟୁନ୍ ଫୋର୍ସ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ନେଇ କଡ଼ା ସୁରକ୍ଷା ବଳୟରେ ରାଜଧାନୀ । ରାଜଧାନୀ ଭୁବନେଶ୍ୱର ଏକ ପ୍ରକାର ପୁଲିସ୍ ଛାଉଣିରେ ପରିଣତ ହୋଇ ଯାଇଛି।