ପଦ୍ମପୁର ପୋଷ୍ଟମର୍ଟମ: ସଂଗଠନ ସମ୍ପାଦକଙ୍କୁ ଡାକିଲେନି, ନବୀନଙ୍କୁ ଭେଟିଲେ ଜୋନ୍ ଓ ଜିପି ଇନଚାର୍ଜ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନର ଫଳାଫଳ ଆସନ୍ତାକାଲି ଆସିବା ପୂର୍ବରୁ ଆଜି ନବୀନ ନିବାସରେ ନିର୍ବାଚନ ଦାୟିତ୍ୱରେ ଥିବା ନେତାମାନଙ୍କୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଉପନିର୍ବାଚନ ପାଇଁ ପଦ୍ମପୁର ନିର୍ବାଚନମଣ୍ଡଳୀର ସମସ୍ତ ଜିଲ୍ଲା ପରିଷଦ ଜୋନ୍ ଓ ପଂଚାୟତ ଦାୟିତ୍ୱରେ ଥିବା ଦଳୀୟ ନେତାମାନେ ଆଜି ବିଜେଡି ସୁପ୍ରିମୋଙ୍କୁ ଭେଟିଥିଲେ ମଧ୍ୟ ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା ଜୋର ଧରିଛି । ମିଳିଥିବା ସୂଚନା ଅନୁସାରେ, […]

cm

cm

Ordigital Desk
  • Published: Wednesday, 07 December 2022
  • Updated: 07 December 2022, 09:00 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନର ଫଳାଫଳ ଆସନ୍ତାକାଲି ଆସିବା ପୂର୍ବରୁ ଆଜି ନବୀନ ନିବାସରେ ନିର୍ବାଚନ ଦାୟିତ୍ୱରେ ଥିବା ନେତାମାନଙ୍କୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଉପନିର୍ବାଚନ ପାଇଁ ପଦ୍ମପୁର ନିର୍ବାଚନମଣ୍ଡଳୀର ସମସ୍ତ ଜିଲ୍ଲା ପରିଷଦ ଜୋନ୍ ଓ ପଂଚାୟତ ଦାୟିତ୍ୱରେ ଥିବା ଦଳୀୟ ନେତାମାନେ ଆଜି ବିଜେଡି ସୁପ୍ରିମୋଙ୍କୁ ଭେଟିଥିଲେ ମଧ୍ୟ ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ମିଳିଥିବା ସୂଚନା ଅନୁସାରେ, ଆସନ୍ତାକାଲି ପଦ୍ମପୁର ଉପନିର୍ବାଚନ ପାଇଁ ଭୋଟଗଣତି ଓ ଫଳାଫଳ ଘୋଷଣା ପୂର୍ବରୁ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ନିର୍ବାଚନ ପ୍ରଚାର ଦାୟିତ୍ୱରେ ଥିବା ଦଳୀୟ ନେତାମାନଙ୍କୁ ନବୀନ ନିବାସ ଆସିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ବିଶେଷକରି ପଦ୍ମପୁର ନିର୍ବାଚନମଣ୍ଡଳୀର ୩ଟି ବ୍ଲକର ସମସ୍ତ ୫୮ଟି ପଂଚାୟତ ଓ ୧୧ଟି ୱାର୍ଡ ଦାୟିତ୍ୱରେ ଥିବା ବିଜେଡି ନେତାମାନେ ଆଜି ନିଜର ଜୋନ୍ ଇନଚାର୍ଜମାନଙ୍କ ସହ ଆସି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ସାକ୍ଷାତ ସମୟରେ ପଦ୍ମପୁର ଉପନିର୍ବାଚନର କୌଣସି ପୋଷ୍ଟମର୍ଟମ ହୋଇନଥିଲା । କେବଳ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ଫଟୋ ଉଠା ସେସନ୍ କରାଯାଇଥିଲା । ପଦେ ଦୁଇପଦ କଥାରେ ସମସ୍ତ ନେତାଙ୍କୁ ଫେରିବାକୁ ପଡ଼ିଥିଲା । ପଦ୍ମପୁର ଉପନିର୍ବାଚନକୁ ନେଇ ସେଭଳି କୌଣସି ବିଚାରବିମର୍ଶ ଅବା ଆଲୋଚନା ହୋଇନଥିଲା । ବିଜେଡି କର୍ମୀ ଓ ନେତାଙ୍କୁ ପ୍ରୋତ୍ସାହିତ କରିବା ନିମନ୍ତେ ପଦ୍ମପୁର ନିର୍ବାଚନ ଦାୟିତ୍ୱରେ ଥିବା ନେତାମାନଙ୍କୁ ନବୀନ ନିବାସରେ ନବୀନଙ୍କୁ ଭେଟଘାଟ କରାଇବାର ବ୍ୟବସ୍ଥା ହୋଇଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ଆଜି ନବୀନ ନିବାସରେ ଦଳୀୟ ନେତାମାନଙ୍କୁ ଦେଖିବାକୁ ମିଳିଥିଲେ ମଧ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଅନୁପସ୍ଥିତ ରହିଥିଲେ । ଅବଶ୍ୟ ଗତ କିଛିବର୍ଷ ଧରି ଦଳର ସମସ୍ତ କାର୍ଯ୍ୟରେ ପ୍ରଣବପ୍ରକାଶ ଓରଫ ବବିଙ୍କୁ ଦେଖିବାକୁ ମିଳିଥାଏ । ସଂଗଠନ କାର୍ଯ୍ୟରେ ବବିଙ୍କ ମାତ୍ରାଧିକ ହସ୍ତକ୍ଷେପ, ପ୍ରିୟାପ୍ରୀତି ତୋଷଣ ଓ ମାମଲାତି ଯୋଗୁ ଦଳ ଭିତରେ ବୃଦ୍ଧି ପାଉଥିବା ଅସନ୍ତୋଷକୁ ପ୍ରଶମିତ କରିବା ନିମନ୍ତେ ଏଭଳି ବ୍ୟବସ୍ଥା ହୋଇଥିବା ଚର୍ଚ୍ଚା।

ତେବେ ଆଜି ନବୀନ ନିବାସରେ ବବିଙ୍କ ବ୍ୟତୀତ ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ନବ କିଶୋର ଦାସ, ସୁଶାନ୍ତ ସିଂ, ରୀତା ସାହୁ ଓ ଶ୍ରୀମୟୀ ମିଶ୍ର ପ୍ରମୁଖ ମଧ୍ୟ ଅନୁପସ୍ଥିତ ଥିଲେ । ଏହି ନେତାମାନଙ୍କୁ ପଦ୍ମପୁର ନିର୍ବାଚନ ଫଳାଫଳ ଆସିବା ପରେ ହିଁ ନବୀନ ନିବାସ ଡକାଯାଇ ଫଳାଫଳର ପୋଷ୍ଟମର୍ଟମ କରାଯିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆସନ୍ତାକାଲି ୧୪ଟି ଟେବୁଲରେ ୨୩ ରାଉଣ୍ଡରେ ଏହି ଭୋଟ ଗଣତି କରାଯିବ ବୋଲି ଆଜିି ନିର୍ବାଚନ ଅଧକାରୀ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story