ଜାଗା ନାହିଁ, ଡେଣା ମେଲି ପାରୁନାହାନ୍ତି କୁନି କୁନି ପ୍ରଜାପତି

ବହୁ ଅସୁବିଧା ମଧ୍ୟରେ ଚାଲିଛି ଚାନ୍ଦବାଲିର ୧୫୦ଟି ଅଙ୍ଗନବାଡ଼ି, ଯେଉଁଗୁଡ଼ିକର ନିଜସ୍ୱ ଗୃହ ନାହିଁ।

Anganwadi

ଅଙ୍ଗନବାଡ଼ି କେନ୍ଦ୍ର

Jitendra Garnayak
  • Published: Tuesday, 21 January 2025
  • Updated: 21 January 2025, 07:27 PM IST

Sports

Latest News

ମୁଁ ଟିକି ପରଜାପତି

ଟିକି ଫୁଲ ମୋ ସାଥୀ

ଫୁଲ ଫୁଟିଲେ

ରାତି ପାହିଲେ

ଖେଳରେ ଯାଏ ମାତି

ମୁଁ ଟିକି ପରଜାପତି

ଟିକି ଫୁଲ ମୋ ସାଥୀ...

ଆମେ ପହଞ୍ଚିଲା ବେଳକୁ ଅଙ୍ଗନବାଡ଼ି କର୍ମୀ ସସ୍ମିତା ମହାଳିକ ଏହି ଗୀତ ଗାଇ, ତା’ ତାଳେ ତାଳେ ନାଚୁଥାଆନ୍ତି। ଆଉ କୁନି କୁନି ପିଲାମାନେ ତାଙ୍କୁ ଅନୁକରଣ କରୁଥାଆନ୍ତି। ହେଲେ ନା ଅଙ୍ଗନବାଡ଼ି କର୍ମୀ ଭଲରେ ନାଚି ପାରୁ ଥାଆନ୍ତି ନା ପିଲାମାନେ। କାରଣ ଘରଟି ବହୁତ ଛୋଟ। ତାହା ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଆଦୌ ଉପଯୁକ୍ତ ନୁହେଁ। କିନ୍ତୁ ସ୍ଥାୟୀ ଗୃହଟିଏ ନଥିବାରୁ ବହୁ ସମସ୍ୟା ମଧ୍ୟରେ ସେହି ଅଣଓସାରିଆ ଘରେ ଚାଲିଛି ଅଙ୍ଗନବାଡ଼ି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବାଂଶଡ଼ା ପଞ୍ଚାୟତ ତେନ୍ତୁଲି ଆଡ଼ିଆର ୯ ଓ ୧୦ ନମ୍ବର ଓ୍ଵାର୍ଡ ହରିଜନ ସାହିରେ ଅଛି ଏହି ଅଙ୍ଗନବାଡ଼ି କେନ୍ଦ୍ର।

୪ ବର୍ଷ ହେଲାଣି ଏଠାରେ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିଛି। ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା ଦିନଠାରୁ ଗାଁରେ ଏକ ଭଡ଼ା ଘରେ ଚାଲିଛି। ଭଡ଼ା ଘର କହିଲେ ଆଜବେଷ୍ଟସ ପଡ଼ିଥିବା ଏକ ଅତ୍ୟନ୍ତ ଛୋଟ କୋଠରୀ, ଯେଉଁଠାରେ ଅଙ୍ଗନବାଡ଼ି କର୍ମୀ ସସ୍ମିତା ମହାଳିକ ଓ ଆଠ/ଦଶ ଜଣ କୁନି କୁନି ପିଲା ବସି ପଡ଼ିଲେ, ତାହା ପୂରି ଯାଏ। ଏବେ ଏହି ଅଙ୍ଗନବାଡ଼ି କେନ୍ଦ୍ରକୁ ୧୮ ଜଣ ପିଲା ଆସୁଛନ୍ତି। ଯେଉଁ ଦିନ ସବୁ ପିଲା ଆସନ୍ତି, ସେଦିନ ଜାକିଜୁକି ହୋଇ ବସିବା ସାର। ଯେତେବେଳେ ବସିବା ପାଇଁ ସ୍ଥାନର ଅଭାବ, ସେତେବେଳେ ନାଚିବା କଥା ଉଠୁଛି କେଉଁଠୁ।

କେବଳ ନାଚ ନୁହେଁ, ପିଲାମାନଙ୍କୁ ଅନ୍ୟାନ୍ୟ ଆକ୍ସନ ସହିତ ଶିକ୍ଷା ପ୍ରଦାନ କରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଅଙ୍ଗନବାଡ଼ି କର୍ମୀ। ସରକାରଙ୍କ ତରଫରୁ ପିଲାମାନଙ୍କ ପାଇଁ ବିଭିନ୍ନ ପ୍ରକାର ଖେଳଣା ଯୋଗାଇ ଦିଆଯାଉଥିଲେ ହେଁ ସେଗୁଡ଼ିକୁ ଖେଳିବା ପାଇଁ ଜାଗା ପାଉ ନାହାନ୍ତି ପିଲାମାନେ। ସେହିଭଳି ପିଲାଙ୍କୁ ଖାଇବାକୁ ଦେବାରେ ସମସ୍ୟା ହୁଏ। ପିଲାମାନେ ଭଲରେ ବସି ଖାଇ ପାରନ୍ତି ନାହିଁ। ଅଙ୍ଗନବାଡ଼ି କେନ୍ଦ୍ରର ଜିନିଷପତ୍ର ରଖିବାରେ ମଧ୍ୟ ଅସୁବିଧା ହେଉଛି। ଭଡ଼ା ଘରେ ଚାଲିଥିବା ଏହି ଅଙ୍ଗନବାଡ଼ି କେନ୍ଦ୍ରକୁ ଆସୁଥିବା ପିଲାମାନେ ପରିସ୍ରା ଲାଗିଲେ ସେହି ଘର ବାହାରେ ଥିବା ଖାଲି ସ୍ଥାନକୁ ଯାଆନ୍ତି। ଏମିତି ପରିବେଶ ଯୋଗୁ ଜଣେ ଜଣେ ଅଭିଭାବକ ସେମାନଙ୍କ ପିଲାଙ୍କୁ ଅଙ୍ଗନବାଡ଼ି କେନ୍ଦ୍ରକୁ ପଠାଇବାକୁ ପସନ୍ଦ କରୁ ନାହାନ୍ତି।

Anganwadiତେନ୍ତୁଲି ଆଡ଼ିଆର ୯ ଓ ୧୦ ନମ୍ବର ଓ୍ଵାର୍ଡ ହରିଜନ ସାହିର ଅଙ୍ଗନବାଡ଼ି କେନ୍ଦ୍ର

ଅଙ୍ଗନବାଡ଼ି କର୍ମୀ ସସ୍ମିତା ମହାଳିକ କହିଛନ୍ତି, ବର୍ଷକୁ ବର୍ଷ ପିଲା ସଂଖ୍ୟା ବଢୁଛି। ଏବେ ୧୮ ଜଣ ପିଲା ଅଛନ୍ତି। କିନ୍ତୁ ଜାଗା ନାହିଁ। ଏଇ ଆଜବେଷ୍ଟସ ଘର ଭିତରେ ପିଲାମାନେ ଭଲରେ ବସି ପାରୁ ନାହାନ୍ତି କି ଠିକ୍‌ରେ ପାଠ ପଢ଼ିପାରୁ ନାହାନ୍ତି। ଆକ୍ସନ ସହ ପିଲାଙ୍କୁ ପଢ଼ାଇବା ପାଇଁ ଜାଗା ନାହିଁ। ପିଲା ନାଚି ପାରୁ ନାହାନ୍ତି। ଖେଳଣା ଅଛି। କିନ୍ତୁ ଜାଗା ଅଭାବରୁ ଖେଳଣାଗୁଡ଼ିକୁ ଭଲରେ ଖେଳି ପାରୁ ନାହାନ୍ତି। ଖାଇବାକୁ ଦେବାରେ ଅସୁବିଧା ହେଉଛି। ପରିସ୍ରାଗାର ନାହିଁ। ପିଲା ଦାଣ୍ଡକୁ ଯାଇ ପରିସ୍ରା କରୁଛନ୍ତି। ଝାଡ଼ା ଲାଗିଲେ ଘରକୁ ପଠାଇ ଦିଆଯାଉଛି। ଏମିତି ସବୁ ଅସୁବିଧା ହେଉଛି। ପୁଣି ଏହି ଘର ପାଇଁ ସରକାର ଭଡ଼ା ବି ଦେଉ ନାହାନ୍ତି। ତଥାପି ଆମ କାମ ଆମେ କରୁଛୁ। ପିଲାଙ୍କୁ ଗପ ଶିଖା ଯାଉଛି। ଗୀତ ଶିଖା ଯାଉଛି। ଖେଳଣା ଦିଆଯାଉଛି। ମୁଁ ଚାହୁଁଛି ସ୍ଥାୟୀ ଅଙ୍ଗନବାଡ଼ି କେନ୍ଦ୍ରଟିଏ ହେଉ ଓ ପିଲାମାନେ ସୁବିଧାରେ ପାଠ ପଢ଼ନ୍ତୁ।

ଏହି ସମସ୍ୟା କେବଳ ଏହି ଅଙ୍ଗନବାଡ଼ିର ନୁହେଁ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ଅନେକ ଅଙ୍ଗନବାଡ଼ି ଏଭଳି ସମସ୍ୟା ମଧ୍ୟରେ ଚାଲିଛି। ଚାନ୍ଦବାଲି ବ୍ଲକରେ ମହିଳା ଓ ଶିଶୁ ସମନ୍ୱୟ ବିକାଶ କେନ୍ଦ୍ର ଚାନ୍ଦବାଲି -୧ ଓ ଚାନ୍ଦବାଲି -୨ ନାଁରେ ଦୁଇଟି କାର୍ଯ୍ୟାଳୟ ରହିଛି। ଚାନ୍ଦବାଲି -୧ କାର୍ଯ୍ୟାଳୟ ଚାନ୍ଦବାଲିରେ ଥିବା ବେଳେ ଚାନ୍ଦବାଲି-୨ କାର୍ଯ୍ୟାଳୟ ମତୋରେ ରହିଛି। ଦୁଇଟି କାର୍ଯ୍ୟାଳୟ ପାଇଁ ଦୁଇ ଜଣ ଅଧିକାରୀ ଅଛନ୍ତି। ଚାନ୍ଦବାଲି -୧ ଅଧୀନରେ ୨୨୦ଟି ଅଙ୍ଗନବାଡ଼ି କେନ୍ଦ୍ର ରହିଥିବା ବେଳେ ୧୩୭ଟିର ଗୃହ କାର୍ଯ୍ୟ ଶେଷ ହୋଇ ପାଠପଢ଼ା ହେଉଛି। ଆଉ ୩ଟି ଗୃହ ନିର୍ମାଣ ହୋଇଛି, କିନ୍ତୁ ହସ୍ତାନ୍ତର ହୋଇ ନାହିଁ। ବାକି ୮୦ଟିରୁ ୩୩ଟି ଗୃହ ନିର୍ମାଣ କାମ ଆରମ୍ଭ ହୋଇଛି।

ଚାନ୍ଦବାଲି -୨ ଅଧୀନରେ ୨୦୮ ଅଙ୍ଗନବାଡ଼ି କେନ୍ଦ୍ର ରହିଥିବା ବେଳେ ୧୩୮ଟିର ଗୃହ କାର୍ଯ୍ୟ ଶେଷ ହୋଇଛି ଓ ସେଗୁଡ଼ିକରେ ପାଠପଢ଼ା ହେଉଛି। ବାକି ୭୦ଟି ଗୃହରୁ ୨୨ଟିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଅନ୍ୟ ୪୮ଟି ଅଙ୍ଗନବାଡ଼ି ଗଛ ମୂଳେ, ସ୍କୁଲ ବାରଣ୍ଡାରେ ଓ ଭଡ଼ା ଘରେ ଚାଲିଛି। କୁହାଯାଇପାରିବ, ଚାନ୍ଦବାଲି ବ୍ଲକରେ ମୋଟ୍‌ ୪୨୮ଟି ଅଙ୍ଗନବାଡ଼ି କେନ୍ଦ୍ରରୁ ବର୍ତ୍ତମାନ ୧୫୦ଟିର ନିଜସ୍ୱ ଗୃହ ନାହିଁ (୫୫ଟି ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣାଧୀନ ଅଛି)।

Anganwadi Centre ତେନ୍ତୁଲି ଆଡ଼ିଆର ୯ ଓ ୧୦ ନମ୍ବର ଓ୍ଵାର୍ଡ ହରିଜନ ସାହିର ଅଙ୍ଗନବାଡ଼ି କେନ୍ଦ୍ର ଏହି ଘରେ ଭଡ଼ାରେ ଚାଲିଛି।

ବହୁ ଅସୁବିଧା ମଧ୍ୟରେ ଚାଲିଛନ୍ତି ଏହି ୧୫୦ଟି ଅଙ୍ଗନବାଡ଼ି, ଯେଉଁଗୁଡ଼ିକର ନିଜସ୍ୱ ଗୃହ ନାହିଁ। ଅଙ୍ଗନବାଡ଼ି ପାଇଁ ସରକାର ବିଭିନ୍ନ ପ୍ରକାର ବ୍ୟବସ୍ଥା କରିଥିବା ବେଳେ, ଏହି ୧୫୦ଟି ଅଙ୍ଗନବାଡ଼ିରେ ପଢୁଥିବା ପିଲାମାନେ ସେହି ସମସ୍ତ ବ୍ୟବସ୍ଥାର ସଂପୂର୍ଣ୍ଣ ଫାଇଦା ପାଇପାରୁ ନାହାନ୍ତି। କେଉଁଠି ବସିବାକୁ ଜାଗା ନାହିଁ ତ କେଉଁଠି ପିଇବା ପାଣିର ବ୍ୟବସ୍ଥା ନାହିଁ। କେଉଁଠି ପିଲାମାନଙ୍କ ପାଇଁ ଆସୁଥିବା ଖାଦ୍ୟକୁ ରଖିବା ପାଇଁ ଜାଗା ନାହିଁ।

ଚାନ୍ଦବାଲି ସିଡିପିଓ ସବିତା ସେଠୀ କହିଛନ୍ତି, ଆମ କ୍ଷମତା ଭିତରେ ଯାହା ସବୁ ଅଛି, ଆମେ ସେହି ଅନୁସାରେ ସବୁ ପଦକ୍ଷେପ ନେଇଛୁ। ଆମେ ବ୍ଲକ୍‌କୁ ଚିଠି କରୁଛୁ। ବିଦ୍ୟୁତ୍ ପାଇଁ ବିଦ୍ୟୁତ୍ ବିଭାଗକୁ ଚିଠି କରୁଛୁ। ପାଣି ପାଇଁ ବ୍ଳକ୍ ମାଧ୍ୟମରେ ଆରଡବ୍ଲ୍ୟୁଏସଏସକୁ ଜଣାଉଛୁ। ଯେଉଁଠି ଜାଗା ଚିହ୍ନଟ ହୋଇପାରୁନି ତହସିଲଦାରଙ୍କୁ ଜଣାଉଛୁ। ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ପାଇଁ ସରକାରୀ ଜମିରେ ହିଁ ସାଇଡ୍ ସିଲେକ୍ସନ ହେବ। କିଛି ସ୍ଥାନରେ ସରକାରୀ ଜମି ମିଳୁନି। ଯେଉଁଠି ସରକାରୀ ଜାଗା ଅଛି, ତାହା ପିଲାଙ୍କ ପାଇଁ ଉପଯୁକ୍ତ ସ୍ଥାନ ହୋଇପାରୁନି। ଗୋଟିଏ ଗୋଟିଏ ସ୍ଥାନରେ ଦେବୋତ୍ତର ଜାଗା ମିଳୁଛି। କିନ୍ତୁ ସେହି ଜାଗାରେ ଅଙ୍ଗନବାଡ଼ି ହୋଇପାରିବ ନାହିଁ। ଆମେ ବିଭିନ୍ନ ସରକାରୀ ନିୟମରେ ବନ୍ଧା ହୋଇଥିବାରୁ ସାଇଡ୍ ମିଳିବାରେ ଅସୁବିଧା ହେଉଛି। ଆଉ କିଛି ସ୍ଥାନରେ ସାଇଡ୍ ସିଲେକ୍ସନ ହୋଇ କାମ ଆରମ୍ଭ କଲା ବେଳକୁ ସମସ୍ୟା ଆସୁଛି। ସେଥିପାଇଁ ସେଠାରେ କାମ ବନ୍ଦ ରହିଛି। ଯେଉଁଠି ସ୍କୁଲ କୋଠା ଅଛି, ସେଠାରେ ଅଙ୍ଗନବାଡ଼ି ଚାଲୁଛି। କିଛି ସ୍ଥାନରେ କ୍ଲବ୍ ଘର ବା କୋଠ ଘରେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର। ଭଡ଼ା ଘରର ବ୍ୟବସ୍ଥା ରହିଛି। ଭଡ଼ା ଘରେ ଅଙ୍ଗନବାଡ଼ି କେନ୍ଦ୍ର ଚଲାଇବା ପାଇଁ ବି କିଛି ନିୟମ ରହିଛି। ସେଠାରେ ପାଣି ଥିବା ଦରକାର। ବିଦ୍ୟୁତ୍ ସଂଯୋଗ ହୋଇଥିବା ଦରକାର। କିଛି ସ୍ଥାନରେ ସେମିତି ଘର ଉପଲବ୍ଧ ହେଉନି। ଯେଉଁଠି ନିହାତି କିଛି ନାହିଁ, ମୌଳିକ ସୁବିଧା ଉପଲବ୍ଧ ଥିଲେ କେନ୍ଦ୍ର ଚଲାଉଛନ୍ତି ଅଙ୍ଗନବାଡ଼ି କର୍ମୀ। କିଛି ଜାଗାରେ ମୌଳିକ ସୁବିଧା ନଥିବା ଘରେ ମଧ୍ୟ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର। କିନ୍ତୁ ସେହି କେନ୍ଦ୍ର ପାଇଁ ଆମେ ହାଉସ୍‌ ରେଣ୍ଟ ଦେଇ ପାରୁନୁ।

ରିପୋର୍ଟ- ଚାନ୍ଦବାଲିରୁ ତ୍ରିଲୋଚନ ସାହୁ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story