କର୍ମଚାରୀଙ୍କ ଦରମା ବଢ଼ିବ, ଲୋକଙ୍କର ଟିକସ ବୋଝ ବି

ଗୋଟିଏ ଦିନର ଯଥା କାମ ପାଇଁ ଯଥା ମଜୁରୀ ଶାସକର ଦାବି, ଶାସିତର ମଧ୍ୟ। ଏମିତି ନୁହେଁ ଯେ କେବଳ ଶାସକ ଶ୍ରେଣୀର ମଜୁରୀ ବା ଦରମା ବା ବେତନ ବଢ଼ିବ, କିନ୍ତୁ ଶାସିତ ବର୍ଗର ଆୟ ବଢ଼ିବ ନାହିଁ।

8th Pay Commission Announced

8th Pay Commission Announced

Debendra Prusty
  • Published: Friday, 17 January 2025
  • Updated: 17 January 2025, 06:04 PM IST

Sports

Latest News

ଦେବେନ୍ଦ୍ର ପୃଷ୍ଟି

ଗୋଟିଏ ଦିନର ଯଥା କାମ ପାଇଁ ଯଥା ମଜୁରୀ ଶାସକର ଦାବି, ଶାସିତର ମଧ୍ୟ। ଏମିତି ନୁହେଁ ଯେ କେବଳ ଶାସକ ଶ୍ରେଣୀର ମଜୁରୀ ବା ଦରମା ବା ବେତନ ବଢ଼ିବ, କିନ୍ତୁ ଶାସିତ ବର୍ଗର ଆୟ ବଢ଼ିବ ନାହିଁ। ଏହା ନ୍ୟାୟସଙ୍ଗତ ନୁହେଁ। ଆଧୁନିକ ଗଣତନ୍ତ୍ରରେ ଯଦି ମୁଖ୍ୟମନ୍ତ୍ରୀ କିମ୍ବା ମୁଖ୍ୟ ଶାସନ ସଚିବଙ୍କର ଦରମା ବଢ଼ୁଛି ତେବେ ସେହି ଅନୁସାରେ ମୂଲିଆର ମଧ୍ୟ ମଜୁରୀ ବୃଦ୍ଧି ହେବା କଥା। ନହେଲେ ତାହା ଅନ୍ୟାୟ, ଅସମାନତା ଓ ଅସମତୁଲତା ହୋଇପାରେ।

ଏଇ କିଛି ଦିନ ତଳେ ଓଡ଼ିଶାର ବିଧାୟକମାନେ ସେମାନଙ୍କର ଦରମା ବଢ଼ାଇବାକୁ ଚାହିଁଲେ। ସେମାନଙ୍କର ଏହି ଚାହିଁବା ଦଳମତ ନିର୍ବିଶେଷରେ ଏକ ଥିଲା। ସେଥିପାଇଁ ଏକ କମିଟି ଗଠନ କରାଗଲା। କମିଟିର ସୁପାରିଶ ତାହା ୫୦ ହଜାର ଟଙ୍କାରୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି ହୋଇପାରେ। ବିଧାୟକମାନଙ୍କର ଅନ୍ୟାନ୍ୟ ସୁବିଧା ହିସାବ କଲେ ଏହା ମାସିକ ୩ ଲକ୍ଷ ଟଙ୍କା ଟପିପାରେ। ମନ୍ତ୍ରୀ ଓ ବିଧାୟକମାନଙ୍କର ଦରମା, ଭତ୍ତା ଓ ସୁବିଧା ଇତ୍ୟାଦି ବଢ଼େଇବାର କ୍ଷମତା ଏହିପରି ଭାବେ ସେମାନଙ୍କ ହାତର କଥା।

ସେହିପରି ଅମଲାମାନେ ସେମାନଙ୍କ ଦରମା ଓ ଭତ୍ତା ବଢ଼େଇବାକୁ ଚାହିଁଲେ ସେମାନେ କାମ କରୁଥିବା ସରକାରଙ୍କୁ ସହଜରେ ପ୍ରଭାବିତ କରି ଏହା ହାସଲ କରିପାରନ୍ତି। ନହେଲେ ସରକାର ଅଡ଼ୁଆରେ ପଡ଼ିବାର ସମ୍ଭାବନା ଅଛି। ପୁଣି ଅମଲାମାନଙ୍କର କେତେ ଦରମା ବଢ଼ିବ ତାହା ସେହିପରି ଅମଲା ଶ୍ରେଣୀର ଲୋକମାନେ ହିଁ ସ୍ଥିର କରିଥାନ୍ତି।

ଏବେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା ବଢ଼ିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ସେଥିପାଇଁ ଅଷ୍ଟମ ବେତନ କମିଶନ ଗଠନ କରାଯିବ। ସାତ ଥର ବେତନ କମିଶନ ଗଠନ କରାଯାଇଛି ଓ ଏସବୁ କମିଶନଙ୍କ ସୁପାରିଶ ଆଧାରରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା ସାତ ଥର ବଢ଼ିଛି। କେନ୍ଦ୍ର ସରକାର ପ୍ରଣୟନ କରିଥିବା ନିୟମ ଅନୁସାରେ ପ୍ରତି ୧୦ ବର୍ଷରେ ଥରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା ବଢ଼ୁଛି। ସେଥିପାଇଁ ପ୍ରତି ୧୦ ବର୍ଷରେ ଥରେ ବେତନ କମିଶନ ଗଠନ କରାଯାଉଛି। ଏହିପରି ୨୦୧୬ ଜାନୁଆରୀ ପହିଲାରେ ସପ୍ତମ ବେତନ କମିଶନର ସୁପାରିଶ ଲାଗୁ ହୋଇଥିଲା। ତା’ ପୂର୍ବରୁ ୨୦୦୬ ଜାନୁଆରୀ ପହିଲାରେ ଷଷ୍ଠ ବେତନ କମିଶନ ସୁପାରିଶ ଲାଗୁ ହୋଇଥିଲା।

ସରକାରୀ ତଥ୍ୟ ଅନୁସାରେ ଷଷ୍ଠ ବେତନ କମିଶନଙ୍କ ସୁପାରିଶ ଆଧାରରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମୂଳ ଦରମାର ବୃଦ୍ଧି ହାର ବା ଫିଟ୍‌ମେଣ୍ଟ ଫ୍ୟାକ୍ଟର ୧.୮୭ ଥିଲା ଓ ଦରମାରେ ୪୦ ପ୍ରତିଶତ ବୃଦ୍ଧି ଘଟିଥିଲା। ସେହିପରି ସପ୍ତମ ବେତନ କମିଶନଙ୍କ ସୁପାରିଶ ଅନୁସାରେ ଫିଟ୍‌ମେଣ୍ଟ ଫ୍ୟାକ୍ଟର ଥିଲା ୨.୫୭। ମୋଟ ଉପରେ ଦରମା ବଢ଼ିଥିଲା ୨୩-୨୫ ପ୍ରତିଶତ। ସପ୍ତମ ବେତନ କମିଶନ ପରେ ସର୍ବନିମ୍ନ ମୂଳ ଦରମା ୭ ହଜାର ଟଙ୍କାରୁ ୧୮ ହଜାର ଟଙ୍କାକୁ ବୃଦ୍ଧି ପାଇଥିଲା। ଅଷ୍ଟମ ବେତନ କମିଶନଙ୍କ ସୁପାରିଶରେ ଏହା ୫୧,୪୮୦ ଟଙ୍କା ହେବ ବୋଲି ହିସାବ କରାଯାଉଛି। ଏହା ହେଲେ ମୂଳ ଦରମାର ଏହା ୧୮୬ ପ୍ରତିଶତ ବୃଦ୍ଧି ହେବ।

ସରକାରୀ କର୍ମଚାରୀମାନଙ୍କ ଦରମା ବୃଦ୍ଧି ପଛରେ ଗୋଟିଏ ଶକ୍ତିଶାଳୀ ଯୁକ୍ତି ହେଲା ଦରବୃଦ୍ଧି। ସେମାନଙ୍କୁ ମୂଳ ଦରମା ଉପରେ ମହଙ୍ଗା ଭତ୍ତା ମିଳିଥାଏ। ଏହା ପ୍ରାୟ ପ୍ରତି ୬ ମାସରେ ଥରେ ସଂଶୋଧିତ ହୋଇଥାଏ। ପ୍ରତି ବର୍ଷ ଜାନୁଆରୀ ଓ ଜୁଲାଇ ମାସରେ କେନ୍ଦ୍ର ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଥାନ୍ତି। ଛଅ ମାସରେ ଥରେ ୨-୩ ପ୍ରତିଶତ ବଢ଼ିଲେ ବର୍ଷକୁ ପ୍ରାୟ ୬ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ପାଏ। ଏହା ୯ ବର୍ଷରେ ୫୦ ପ୍ରତିଶତ ଟପିଲେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ବେତନ ବୃଦ୍ଧି ପାଇଁ ସମୟ ଚାଲିଆସେ। ବେତନ କମିଶନ ସୁପାରିଶ ଆଧାରରେ ଦରମା ବଢ଼ିଲା ପରେ ପୁଣି ତା’ ଉପରେ ନିୟମିତ ଭାବେ ଦରବୃଦ୍ଧି ଭତ୍ତା ମିଶେ ଓ ଏହିପରି ଭାବେ ପୁଣି ୧୦ ବର୍ଷରେ ପୁଣି ଥରେ ମୂଳ ଦରମା ବଢ଼ିଥାଏ। ସପ୍ତମ ବେତନ କମିଶନ ସୁପାରିଶ ଆଧାରରେ ଦେଶର ସର୍ବାଧିକ ମୂଳ ଦରମା ଅଛି ୨.୫ ଲକ୍ଷ ଟଙ୍କା। ଏହା ଉପରେ ଏବେ ପ୍ରାୟ ୫୦ ପ୍ରତିଶତ ମହଙ୍ଗା ଭତ୍ତା ସହିତ ଅନ୍ୟାନ୍ୟ ଭତ୍ତା ମିଶି ମୋଟ ଦରମା ମିଳେ।

ମନେ କରନ୍ତୁ ଜଣେ କର୍ମଚାରୀଙ୍କର ମୂଳ ଦରମା ହେଉଛି ୭ ହଜାର। ସେ ମହାଶୟ ତାହା ଉପରେ ୫୦ ପ୍ରତିଶତ ମହଙ୍ଗା ଭତ୍ତା ପାଇଲେ ମାସିକ ସେ ପାଇବେ ୭ ହଜାର ଯୁକ୍ତ ୩.୫ ହଜାର ସମାନ ୧୦,୫୦୦ ଟଙ୍କା। ଅବଶ୍ୟ ସେମାନଙ୍କୁ ଅନ୍ୟାନ୍ୟ ଭତ୍ତା ମିଳିଥାଏ। ଘରଭଡ଼ା ଭତ୍ତା, ଅଫିସ ଯିବା ଆସିବା ଭତ୍ତା, ସରକାରୀ କାମରେ କୁଆଡ଼େ ଗଲେ ଯାତ୍ରା କାଳୀନ ଭତ୍ତା। ଏହିପରି ଭାବେ ପ୍ରାୟ ସମସ୍ତ ସରକାରୀ କର୍ମଚାରୀ ସେମାନଙ୍କ ମୂଳ ଦରମାର ଦୁଇ ଗୁଣ ପାଖାପାଖି ବେତନ ପାଇଥାନ୍ତି।

ସରକାରୀ କର୍ମଚାରୀମାନେ ସଙ୍ଗଠିତ ହୋଇଥିବାରୁ ମଝିରେ ମଝିରେ ଦରମା, ଭତ୍ତା ଓ ସୁବିଧା ଇତ୍ୟାଦି ବୃଦ୍ଧି ପାଇଁ ଦାବି କରିଥାନ୍ତି। ସେମାନେ ସରକାରଙ୍କ ସ୍ଥାୟୀ ଅଙ୍ଗ ହୋଇଥିବାରୁ ସରକାର ସେମାନଙ୍କୁ ସନ୍ତୁଷ୍ଟ କରିବାକୁ ସେମାନଙ୍କ ଦାବି ମାନି ନେଇଥାନ୍ତି। କୌଣସି ସରକାର କେବେ ପ୍ରଶ୍ନ କରନ୍ତି ନାହିଁ ଯେ ଦରବୃଦ୍ଧି ନିୟନ୍ତ୍ରଣ କରିବା କାହା ଦାୟିତ୍ୱ? ସରକାରୀ କଳର ନା ଜନ ସାଧାରଣଙ୍କର?

ବାସ୍ତବ କଥା ହେଉଛି ଯେଉଁମାନେ ଦରବୃଦ୍ଧି ନିୟନ୍ତ୍ରଣ କରିବାରେ ବିଫଳ ହୋଇଥାନ୍ତି ସେହିମାନେ ହିଁ ଦରବୃଦ୍ଧି ଭତ୍ତା ପାଇଥାନ୍ତି। ତେଣୁ ସେମାନଙ୍କ ପାଇଁ ତାହା କ୍ଷତିପୂରଣ ନହୋଇ ଲାଭ ଭାବେ ହିସାବ ହେବା କଥା। ଅଥଚ ଯେଉଁମାନେ ଏହି କର୍ମଚାରୀମାନଙ୍କର ମହଙ୍ଗା ଭତ୍ତା ଟିକସ ଆକାରରେ ଭରଣା କରନ୍ତି ସେମାନଙ୍କୁ କେହି ମହଙ୍ଗା ଭତ୍ତା ଦିଅନ୍ତି ନାହିଁ। ଆଳୁ କିଲୋ ୫୦ ଟଙ୍କା ହେଲେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କଠାରୁ ଆରମ୍ଭ କରି ବିଲବାଡ଼ିର ମୂଲିଆମାନେ ସେହି ଦରରେ କିଣିବେ। ବଜାର ଦର ପ୍ରାୟ ସମସ୍ତଙ୍କ ପାଇଁ ସମାନ। ଦୋକାନୀ ସରକାରୀ କର୍ମଚାରୀଙ୍କୁ ଗୋଟେ ରେଟ୍‌ରେ ଆଳୁ ଓ ଗରୀବ ମୂଲିଆକୁ ଆଉ ଗୋଟେ ରେଟ୍‌ରେ ବିକେ ନାହିଁ। ସେହିପରି ଅନ୍ୟ ସବୁ ଜିନିଷର ଦର ବଢ଼ିଲେ ସବୁ ବର୍ଗର ଖାଉଟି ସେହି ଦର ଦେବାକୁ ବାଧ୍ୟ। ମାତ୍ର, ଏହି ଦରବୃଦ୍ଧି ପାଇଁ ସରକାରୀ କର୍ମଚାରୀମାନେ ମହଙ୍ଗା ଭତ୍ତା ପାଉଥିବାବେଳେ ସାଧାରଣ ଜନତା ତାହା ପାଆନ୍ତି ନାହିଁ, ଓଲଟି ତାହା ଭରଣା କରିଥାନ୍ତି।

ଏଣୁ ଅଷ୍ଟମ ବେତନ କମିଶନଙ୍କ ସୁପାରିଶ ପରେ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କର ଦରମା ବଢ଼ିଲେ ସରକାରଙ୍କୁ ଯେଉଁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ ତାହା କେଉଁ ସୂତ୍ରରୁ ଭରଣା କରିବାକୁ ପଡ଼ିବ। ସରକାର ଏହି ଖର୍ଚ୍ଚ ତୁଲେଇବା ପାଇଁ ଜିଏସଟି ପରିସର ବାହାରେ ଥିବା ବିଭିନ୍ନ ସେବା ଓ ସାମଗ୍ରୀକୁ ଏହା ଭିତରକୁ ଟାଣି ପାରନ୍ତି। ଅଧିକ ଲୋକଙ୍କୁ ଆୟକର ପରିସରକୁ ଆଣି ପାରନ୍ତି, ଆୟକର ହାର ବୃଦ୍ଧି କରିପାରନ୍ତି। ଆମଦାନୀ, ରପ୍ତାନୀ ହେଉଥିବା ସାମଗ୍ରୀ ଉପରେ ଶୁଳ୍କ ବୃଦ୍ଧି କରିପାରନ୍ତି। ସଂପତ୍ତି କର, ଅବକାରୀ ଟିକସ ଆଦି ମଧ୍ୟ ବୃଦ୍ଧି କରିପାରନ୍ତି। ଆଉ କେତେଟା ଖଣି ନିଲାମ କରିପାରନ୍ତି କିମ୍ବା ଆଉ କେତେଟା ସରକାରୀ ଉଦ୍ୟୋଗରୁ ପୁଞ୍ଜି ପ୍ରତ୍ୟାହାର କରିପାରନ୍ତି। ସେସବୁ ମଧ୍ୟ ଦେଶବାସୀଙ୍କ ସଂପତ୍ତି। ତାହାର ବିକ୍ରିଖର୍ଦ୍ଦିରେ ଲୋକମାନଙ୍କର କୌଣସି ଭୂମିକା ନାହିଁ କହିଲେ ଚଳେ। ଏଯାଏଁ ଦେଶର ସମସ୍ତ ରାଜ୍ୟ ସରକାର ସବୁ ଆଦିବାସୀ ଅଞ୍ଚଳରେ ପଞ୍ଚାୟତିରାଜ ସଂପ୍ରସାରଣ ଆଇନ ଲାଗୁ କରିନାହାନ୍ତି କି ଯେଉଁଠି ଲାଗୁ ହୋଇଛି ତାହା ଯେ ଠିକ ଭାବେ କାର୍ଯ୍ୟକାରୀ ହେଉଛି ତାହା କେହି ଗ୍ୟାରେଣ୍ଟି ଦେଇ କହିପାରିବେ ନାହିଁ। ଅଧିକାଂଶ ସାଧାରଣ ପଞ୍ଚାୟତରେ ମଧ୍ୟ ପଲ୍ଲିସଭା ଓ ଗ୍ରାମସଭା ବସେ ନାହିଁ କି ସେମାନଙ୍କ ମତକୁ କେହି ଗୁରୁତ୍ୱ ଦିଅନ୍ତି ନାହିଁ। ସେମାନେ ନେତା ଓ ଅମଲାଙ୍କ ପରି ନିଜେ ନିଜର ମଜୁରୀ ବଢ଼େଇବା ଅନେକ ସ୍ଥଳେ ଅସମ୍ଭବ। ସେଥିପାଇଁ ସରକାରଙ୍କୁ ସର୍ବନିମ୍ନ ମଜୁରୀ ଧାର୍ଯ୍ୟ କରିବାକୁ ପଡ଼େ। ଅତି ଦକ୍ଷ ଶ୍ରମିକମାନେ ଦେବାକୁ ରାଜି ଥିବା ମାଲିକଙ୍କଠାରୁ ଅଧିକ ମଜୁରୀ ଆଦାୟ କରିବାରେ ଅସଫଳ ହୋଇନଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story