ଆଜି ନିର୍ଣ୍ଣାୟକ ଟି-୨୦: ବିରାଟ ଓ ୱେଡଙ୍କ ଉପରେ ନଜର, ଭୁବିଙ୍କୁ ମିଳିବ ସୁଯୋଗ

ହାଇଦ୍ରାବାଦ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଖେଳାଯିବ ନିର୍ଣ୍ଣାୟକ ଟି-୨୦। ବର୍ତ୍ତମାନ ସିରିଜ ୧-୧ରେ ବରାବର ଥିବା ବେଳେ ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମରେ ଦୁଇ ଦେଶ ଟ୍ରଫି ପାଇଁ ଟକ୍କର କରିବେ। ମୋହଲି ଓ ନାଗପୁରରେ ବୋଲରଙ୍କ ପ୍ରବଳ ଧୂଲେଇ ହୋଇଥିଲା। ହାଇଦ୍ରାବାଦ ପିଚ୍‌ ମଧ୍ୟ ବ୍ୟାଟରଙ୍କୁ ସୁହାଇବ ବୋଲି କୁହାଯାଉଛି। ମୋହଲି ଟି-୨୦ରେ ଭାରତ ୨୦୦ରୁ ଅଧିକ ରନ କରି ମଧ୍ୟ ହାରିଥିଲା। ତେବେ ନାଗପୁରେ ଦଳ କମବ୍ୟାକ କରିଛି। ତେଣୁ […]

India

India

Hemant Lenka
  • Published: Sunday, 25 September 2022
  • Updated: 25 September 2022, 11:12 AM IST

Sports

Latest News

ହାଇଦ୍ରାବାଦ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଖେଳାଯିବ ନିର୍ଣ୍ଣାୟକ ଟି-୨୦। ବର୍ତ୍ତମାନ ସିରିଜ ୧-୧ରେ ବରାବର ଥିବା ବେଳେ ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମରେ ଦୁଇ ଦେଶ ଟ୍ରଫି ପାଇଁ ଟକ୍କର କରିବେ। ମୋହଲି ଓ ନାଗପୁରରେ ବୋଲରଙ୍କ ପ୍ରବଳ ଧୂଲେଇ ହୋଇଥିଲା। ହାଇଦ୍ରାବାଦ ପିଚ୍‌ ମଧ୍ୟ ବ୍ୟାଟରଙ୍କୁ ସୁହାଇବ ବୋଲି କୁହାଯାଉଛି।

ମୋହଲି ଟି-୨୦ରେ ଭାରତ ୨୦୦ରୁ ଅଧିକ ରନ କରି ମଧ୍ୟ ହାରିଥିଲା। ତେବେ ନାଗପୁରେ ଦଳ କମବ୍ୟାକ କରିଛି। ତେଣୁ ହାଇଦ୍ରାବାଦ ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିଛି।

ନାଗପୁରର ମ୍ୟାଚ ୮ ଓଭର ବିଶିଷ୍ଟ ହୋଇଥିବାରୁ ଭାରତ ଭୁବନେଶ୍ୱର କୁମାରଙ୍କୁ ବାଦ ଦେଇ ଅତିରିକ୍ତ ବ୍ୟାଟର ଭାବେ ଋଷଭ ପନ୍ତଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରିଥିଲା। ହେଲେ ଆଜି ଦଳ ୫ ଜଣ ସ୍ପେଶାଲିଷ୍ଟ ବୋଲର ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ମୈଦାନକୁ ଓହ୍ଲାଇବ। ଏପରି ହେଲେ ପନ୍ତ ପୁଣି ବେଞ୍ଚକୁ ଫେରିବ ଓ ଭୁବନେଶ୍ୱର କୁମାର ଚୂଡ଼ାନ୍ତ ଏକାଦଶରେ ସାମିଲ ହେବେ।

କିନ୍ତୁ କ୍ରମାଗତ ଭାବେ ଡେଥ ଓଭରରେ ଭୁବି ମହଙ୍ଗା ସାବ୍ୟସ୍ତ ହେବା ଟିମ ମ୍ୟାନେଜମେଣ୍ଟର ଚିନ୍ତା ବଢ଼ାଇ ଦେଇଛି। ଦଳକୁ ଯଶପ୍ରୀତ ବୁମ୍ରାଙ୍କ ପ୍ରତ୍ୟାବର୍ତ୍ତନ କିଛି ମାତ୍ରାରେ ଡେଥ ଓଭର ସମସ୍ୟାକୁ ଦୂର କରିବ। ତଥାପି ହର୍ଷଲ ପଟେଲ ଭଲ ଲୟରେ ନାହାନ୍ତି। ଭୁବି ମଧ୍ୟ ମାଡ଼ ଖାଉଛନ୍ତି। ତେଣୁ ଦଳ ଭୁବିଙ୍କ ବଦଳରେ ଦୀପକ ଚହରଙ୍କୁ ସୁଯୋଗ ଦେବାକୁ ଲକ୍ଷ୍ୟ ରଖିପାରେ।

ଅନ୍ୟପକ୍ଷରେ ଏସିଆ କପରେ ଫର୍ମକୁ ଫେରିବାର ସଙ୍କେତ ଦେଇ ଶତକ ହାସଲ କରିଥିବା ବିରାଟ କୋହଲି ୨ଟି ଯାକ ମ୍ୟାଚ୍‌ରେ ଆଖି ଦୃଶିଆ ପ୍ରଦର୍ଶନ କରିପାରିନାହାନ୍ତି। ହେଲେ ହାଇଦ୍ରାବାଦରେ ତାଙ୍କ ରେକର୍ଡ ଭଲ। ହାଇଦ୍ରାବାଦ ପିଚ୍‌ କଥା ବିଚାରକୁ ନେଲେ ୩ ବର୍ଷ ହେଲା ଏଠାରେ କୌଣସି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଇ ନାହିଁ। ସେହିପରି ୨୦୧୯ ପରଠାରୁ ଏଠାରେ ଆଇପିଏଲର କୌଣସି ମ୍ୟାଚ୍‌ ଆୟୋଜନ ହୋଇନି। ଶେଷଥର ଭାରତ ଓ ୱେଷ୍ଟଇଣ୍ଡିଜ୍‌ ଏଠାରେ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚରେ ପ୍ରବଳ ରନ ହୋଇଥିଲା।

ଇଣ୍ତିଜ ଟିମ ୨୦୭ ରନ କରିଥିବା ବେଳେ ଭାରତ ୮ ବଲ ପୂର୍ବରୁ ୨୦୯ ରନ କରି ବିଜୟ ହାସଲ କରିଥିଲା। ବିରାଟ କୋହଲି ଅପରାଜିତ ୫୦ ବଲରେ ୯୪ ରନର ଇନିଂସ ଖେଳିଥିଲେ। ତେଣୁ ଆଜି ବିରାଟଙ୍କ ବ୍ୟାଟରୁ କ୍ରିକେଟ ପ୍ରେମୀ ବଡ଼ ସ୍କୋର ଆଶା ରଖିଛନ୍ତି। ଏଠାରେ ବିରାଟ ୧୩୯.୭୩ ଷ୍ଟ୍ରାଇକ ରେଟ ଓ ୫୩.୬୨ ହାରରେ ରନ କରିଛନ୍ତି। ମ୍ୟାଚ୍‌ରେ ଟସ୍‌ର ଗୁରୁତ୍ୱ ସେତେଟା ରହିବ ନାହିଁ। ଏଠାରେ ଖେଳାଯାଇଥିବା ଶେଷ ୧୬ ଟି-୨୦ ମ୍ୟାଚ୍‌ରୁ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୮ଟି ଓ ଦ୍ୱିତୀୟ ବ୍ୟାଟିଂ କରିଥିବା ଦଳ ୮ଟି ଲେଖାଏ ମ୍ୟାଚ ଜିତିଛନ୍ତି।

ଅନ୍ୟପକ୍ଷରେ ଜବରଦସ୍ତ ଫର୍ମରେ ଥିବା ଅଷ୍ଟ୍ରେଲିଆର ମାଥ୍ୟୁ ୱେଡ ଭାରତର ସବୁ ଯୋଜନାରେ ପାଣି ପକାଇ ଦେବାର ଆଶଙ୍କା ରହିଛି। ସେ ନିଜର ଟି-୨୦ କ୍ୟାରିୟରରେ ସର୍ବାଧିକ ରନ ଭାରତୀୟ ବୋଲରଙ୍କ ବିରୋଧରେ ହାସଲ କରିଛନ୍ତି। ଏହାର ପ୍ରମାଣ ସେ ଶେଷ ୨ ଟି-୨୦ରେ ମଧ୍ୟ ଦେଇଛନ୍ତି। ଭାରତ ବିରୋଧରେ ୱେଡ ଏଯାଏ ୩୫୮ ରନ କରିଛନ୍ତି। ତାଙ୍କ ବ୍ୟାଟିଂ ହାର ୫୯.୬୬ ରହିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ୩ଟିକିଆ ଟି-୨୦ ସିରିଜ୍‌ରେ ୱେଡ ଏଯାଏ ଆଉଟ ହୋଇନାହାନ୍ତି। ପ୍ରଥମ ଟି-୨୦ ଭଳି ଦ୍ୱିତୀୟ ଟି-୨୦ରେ ମଧ୍ୟ ସେ ଅପରାଜିତ ରହିଥିଲେ। ତେଣୁ ଆଜି ତାଙ୍କ ୱିକେଟ ଦଖଲ କରିବା ଭାରତୀୟ ବୋଲରଙ୍କ ଆଗରେ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିବ।

ଭାରତ ଓ ଅଷ୍ଟ୍ରେଲିଆ ଏଯାଏ ୨୫ଟି ଟି-୨୦ରେ ମୁହାଁମୁହିଁ ହୋଇଛନ୍ତି। ଏଥିରୁ ଭାରତ ୧୪ଟିରେ ଜିତିଥିବା ବେଳେ ଅଷ୍ଟ୍ରେଲିଆ ୧୦ଟିରେ ବାଜିମାତ କରିଛି। ଗୋଟିଏ ମ୍ୟାଚ୍‌ ବର୍ଷା ଯୋଗୁ ଧୋଇ ହୋଇଯାଇଛି। ଭାରତରେ ଉଭୟ ଦଳ ୯ଟି ମ୍ୟାଚ୍‌ରେ ମୁହାଁମୁହିଁ ହୋଇଛନ୍ତି। ଏଥିରୁ ଭାରତ ୫ ଓ ଅଷ୍ଟ୍ରେଲିଆ ୪ଟିରେ ଜିତିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story