ଆଜି ଠାରୁ ଭାରତ ଟି-୨୦ ବିଶ୍ୱକପରେ ତା’ର ସୁପର ୮ ଲଢ଼େଇ ଆରମ୍ଭ କରିଛି। ବାରବଡସ୍ରେ ଖେଳା ଯାଉଥିବା ଏହି ମ୍ୟାଚରେ ଭାରତର ମୁକାବିଲା ଆଫଗାନିସ୍ତାନ ସହ ହେଉଛି।
ଏହି ମ୍ୟାଚରେ ଭାରତୀୟ ଟିମର ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ରାଶିଦ ଖାନଙ୍କ ଆଫଗାନିସ୍ତାନ ପ୍ରଥମେ ବୋଲିଂ କରିବ।
Also Read
ଏଯାଏ ବିଶ୍ୱକପରେ ଅପରାଜେୟ ଥିବା ଟିମ ଇଣ୍ଡିଆ ପ୍ରଥମଥର ପାଇଁ ୱେଷ୍ଟଇଣ୍ଡିଜରେ ମ୍ୟାଚ୍ ଖେଳିବାକୁ ମଇଦାନକୁ ଓହ୍ଲାଇଛି। ବାରବଡସ ସ୍ପିନ ବୋଲରଙ୍କୁ ସୁହାଇବାର ସମ୍ଭାବନା ରହିଛି। ତେଣୁ ଭାରତୀୟ ଟିମ ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି।
ମହମ୍ମଦ ସିରାଜଙ୍କ ବଦଳରେ କୁଲଦୀପ ଯାଦବଙ୍କୁ ଆଜି ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଛି। ଏହାର ଅର୍ଥ ପୁଣିଥରେ ରୋହିତଙ୍କ ସହ ବିରାଟ କୋହଲି ଇନିଂସ ଆରମ୍ଭ କରିବେ।
ଅନ୍ୟପକ୍ଷ ଆଫଗାନିସ୍ତାନ ମଧ୍ୟ ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି। କରିମ ଜନତଙ୍କ ବଦଳରେ ହଜରତୁଲ୍ଲା ଜଜାଇଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Cricket
ପ୍ରଥମ ଦିନକିଆର ଚୂଡ଼ାନ୍ତ ଏକାଦଶରେ ନଥିଲେ ଶ୍ରେୟସ ଆୟର, କିନ୍ତୁ...
ରୋହିତଙ୍କ ଫୋନ ଆସିବା ପୂର୍ବରୁ ଶ୍ରେୟସ ଆୟର ଗୋଟିଏ ସିନେମା ଦେଖୁଥିଲେ। ସେ ଚୂଡ଼ାନ୍ତ ଏକାଦଶରେ ନଥିବାରୁ ବିଳମ୍ବିତ ରାତି ଯାଏ ସିନେମା ଦେଖିବେ ବୋଲି ନିଷ୍ପତ୍ତି ନେଇଥିଲେ।

Cricket
ଆହତ ପାଇଁ କେତେ ଥର ମ୍ୟାଚ ଖେଳି ପାରି ନାହାନ୍ତି ବିରାଟ କୋହଲି?
ଟସ୍ ସମୟରେ ରୋହିତ ଶର୍ମା ଚୂଡ଼ାନ୍ତ ଏକାଦଶ ସମ୍ପର୍କରେ ସୂଚନା ଦେବା ବେଳେ ଆହତ ସମସ୍ୟା ପାଇଁ ବିରାଟ ଖେଳୁ ନଥିବା କହିଥିଲେ।

Cricket
ଚାମ୍ପିୟନ୍ସ ଟ୍ରଫି ପରେ ଅବସର ନେବେ ରୋହିତ! ଚାମ୍ପିୟନ ହେବାର ସମ୍ଭାବନା କେତେ?
ବିସିସିଆଇ ସ୍ପଷ୍ଟ ଭାବେ ରୋହିତ ଶର୍ମାଙ୍କୁ କହି ସାରିଛି ଯେ ଚାମ୍ପିୟନ୍ସ ଟ୍ରଫି ଶେଷ ହେବା ପରେ ସେ ନିଜ ଭବିଷ୍ୟତ ଯୋଜନା ସମ୍ପର୍କରେ ବୋର୍ଡକୁ ଅବଗତ କରାନ୍ତୁ।

Cricket
ବଦଳିବ ଭାରତର ଚାମ୍ପିୟନ୍ସ ଟ୍ରଫି ସ୍କ୍ୱାଡ, ବଳି ପଡ଼ିବେ ଜଣେ ଷ୍ଟାର ସ୍ପିନର!
ଭାରତୀୟ ସ୍କ୍ୱାଡରେ କୁଲଦୀପ ଏକମାତ୍ର ରିଷ୍ଟ ସ୍ପିନର ଭାବେ ରହିଛନ୍ତି। ଦଳର ପାଖରେ ଦ୍ୱିତୀୟ ରିଷ୍ଟ ସ୍ପିନର ନଥିବାରୁ ବରୁଣ ଚକ୍ରବର୍ତ୍ତୀ ଚାମ୍ପିୟନ୍ସ ଟ୍ରଫିରେ ଭଲ ବିକଳ୍ପ ଭାବେ ଉଭା ହୋଇପାରିବେ।

Cricket
ଗୋଟିଏ ଟିକେଟର ଦାମ ୧ ଲକ୍ଷରୁ ଅଧିକ, ତଥାପି କିଛି ମିନିଟରେ ସରିଗଲା ଭାରତ ମ୍ୟାଚ୍ର ଟିକେଟ
ଫ୍ୟାନ୍ସ ପାଇଁ ଘଣ୍ଟା ଘଣ୍ଟା ଧରି ଟିକେଟ ପାଇଁ ଅପେକ୍ଷା କରିଥିଲେ ସବୁ ବର୍ଗର ଟିକେଟ ମାତ୍ର କିଛି ମିନିଟରେ ବିକ୍ରି ହୋଇଯାଇଥିଲା।