ନୂଆ ଫର୍ମାଟରେ ଖେଳାଯିବ ୨୦୨୪ ଟି-୨୦ ବିଶ୍ୱକପ, ଜାଣନ୍ତୁ ବିସ୍ତୃତ ରିପୋର୍ଟ

ଦୁବାଇ: ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଖେଳାଯିବାକୁ ଥିବା ୨୦୨୪ ଟି-୨୦ ବିଶ୍ୱକପ ପୂର୍ବରୁ ଫର୍ମାଟରେ ବଡ଼ ପରିବର୍ତ୍ତନ ହୋଇଛି। ନୂଆ ଫର୍ମାଟରେ ଆସନ୍ତା ଟି-୨୦ ବିଶ୍ୱକପ ଖେଳାଯିବ। ୨୦୨୪ ଟି-୨୦ ବିଶ୍ୱକପରେ ମୋଟ ୨୦ଟି ଦଳ ଭାଗ ନେବେ। ସେମାନଙ୍କୁ ୪ଟି ଗ୍ରୁପରେ ବିଭାଗ କରାଯିବ। ପ୍ରତି ଗ୍ରୁପରେ ୫ଟି ଲେଖାଏ ଦଳ ରହିବେ। ପ୍ରଥମ ରାଉଣ୍ଡ ପରେ ସୁପର ୮ ମୁକାବିଲା ଆରମ୍ଭ ହେବ। ୨୦୨୧ ଓ ୨୦୨୨ ଟି-୨୦ ବିଶ୍ୱକପରେ ପ୍ରଥମ ରାଉଣ୍ଡ ପରେ […]

t20

t20

Hemant Lenka
  • Published: Tuesday, 22 November 2022
  • Updated: 22 November 2022, 06:09 PM IST

ଦୁବାଇ: ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଖେଳାଯିବାକୁ ଥିବା ୨୦୨୪ ଟି-୨୦ ବିଶ୍ୱକପ ପୂର୍ବରୁ ଫର୍ମାଟରେ ବଡ଼ ପରିବର୍ତ୍ତନ ହୋଇଛି। ନୂଆ ଫର୍ମାଟରେ ଆସନ୍ତା ଟି-୨୦ ବିଶ୍ୱକପ ଖେଳାଯିବ। ୨୦୨୪ ଟି-୨୦ ବିଶ୍ୱକପରେ ମୋଟ ୨୦ଟି ଦଳ ଭାଗ ନେବେ। ସେମାନଙ୍କୁ ୪ଟି ଗ୍ରୁପରେ ବିଭାଗ କରାଯିବ। ପ୍ରତି ଗ୍ରୁପରେ ୫ଟି ଲେଖାଏ ଦଳ ରହିବେ। ପ୍ରଥମ ରାଉଣ୍ଡ ପରେ ସୁପର ୮ ମୁକାବିଲା ଆରମ୍ଭ ହେବ।

୨୦୨୧ ଓ ୨୦୨୨ ଟି-୨୦ ବିଶ୍ୱକପରେ ପ୍ରଥମ ରାଉଣ୍ଡ ପରେ ସୁପର ୧୨ ମ୍ୟାଚ ଖେଳଯାଉଥିଲା। ହେଲେ ୨୦୨୪ରେ ଏହି ଫର୍ମାଟ ବଦଳି ଯିବ। ନୂଆ ଫର୍ମାଟ ଅନୁସାରେ, ପ୍ରତି ଗ୍ରୁପର ଟପ୍‌ ୨ଟି ଟିମ ସୁପର ୮କୁ କ୍ୱାଲିଫାଏ କରିବେ। ଏହି ୮ ଦଳକୁ ପୁଣି ୨ଟି ଗ୍ରୁପରେ ବିଭକ୍ତ କରାଯିବ। ପ୍ରତି ଗ୍ରୁପରେ ୪ଟି ଲେଖାଏ ଦଳ ରହିବେ। ସେମାନଙ୍କ ମଧ୍ୟରେ ମ୍ୟାଚ୍‌ ଖେଳାଯିବ। ସୁପର ୮ରେ ମୁକାବିଲା ପରେ ପ୍ରତି ଗ୍ରୁପରୁ ଟପ୍‌ ୨ଟି ଲେଖାଏ ଟିମ ସେମି ଫାଇନାଲକୁ ଯିବେ ଓ ପରେ ଶ୍ରେଷ୍ଠ ଦୁଇ ଦଳ ମଧ୍ୟରେ ଫାଇନାଲ ମ୍ୟାଚ୍‌ ଖେଳାଯିବ।

ଆସନ୍ତା ଟି-୨୦ ବିଶ୍ୱକପ ପାଇଁ ଇତି ମଧ୍ୟରେ ୧୨ଟି ଟିମ୍‌ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି। ଆୟୋଜକ ୱେଷ୍ଟଇଣ୍ଡିଜ ଓ ଆମେରିବା ବ୍ୟତୀତ ଆଉ ୧୦ଟି ଟିମ୍‌ ଏବେ ଠାରୁ ୨୦୨୪ ଟି-୨୦ ବିଶ୍ୱକପ ପାଇଁ ଟିକେଟ ହାତେଇ ସାରିଛନ୍ତି।

୨୦୨୪ରେ ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଟି-୨୦ ବିଶ୍ୱକପ ଖେଳାଯିବ। ଚଳିତ ବର୍ଷ ଇଣ୍ଡିଜ ଟିମ୍‌ ଗ୍ରୁପ ପର୍ଯ୍ୟାୟରୁ ଆଗକୁ ବଢ଼ି ପାରି ନଥିଲା। କିନ୍ତୁ ଆୟୋଜକ ହିସାବରେ ଦଳ ୨୦୨୪ ଟି-୨୦ ବିଶ୍ୱକପର ସୁପର ୧୨କୁ ଯୋଗ୍ୟତା ଅର୍ଜନ କରିଛି। ଆମେରିକା ମଧ୍ୟ ସୁପର ୧୨ରେ ପହଞ୍ଚିଛି।

୨୦୨୨ ଟି-୨୦ ବିଶ୍ୱକପ ଗ୍ରୁପ ପର୍ଯ୍ୟାୟ ଲଢ଼େଇରୁ ଆରମ୍ଭ ହୋଇଥିଲା। ଏହାପରେ ଦୁଇ ଗ୍ରୁପରୁ ୪ଟି ଦଳ ସୁପର ୧୨ରେ ପହଞ୍ଚିଥିଲେ। ଗ୍ରୁପ ୧ରେ ୬ଟି ଦଳ ଓ ଗ୍ରୁପ୍‌ ୨ରେ ୬ଟି ଦଳ ସ୍ଥାନ ପାଇଥିଲେ। ସୁପର ୧୨ ମ୍ୟାଚ୍‌ ପରେ ନିଜ ନିଜ ଗ୍ରୁପ୍‌ର ଟପ୍‌ ୪ରେ ରହି ଅଭିଯାନ ଶେଷ କରିଥିବା ଦଳଗୁଡ଼ିକ ସିଧାସଳଖ ୨୦୨୪ ଟି-୨୦ ବିଶ୍ୱକପ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଏହାର ଅର୍ଥ ମୋଟ ୮ଟି ଦଳ ୨୦୨୪ ଟି-୨୦ ବିଶ୍ୱକପ ଟିକେଟ ହାତେଇଛନ୍ତି।

ଗ୍ରୁପ ୧ରୁ ନ୍ୟୁଜିଲ୍ୟାଣ୍ଡ, ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ଟପ ୪ରେ ରହିଥିଲେ। ସେହିପରି ଗ୍ରୁପ ୨ରୁ ଭାରତ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଓ ନେଦରଲ୍ୟାଣ୍ଡ୍ସ ଟପ୍‌ ୪ ରହି ବିଶ୍ୱକପର ପରବର୍ତ୍ତୀ ସଂସ୍କରଣକୁ ଯୋଗ୍ୟତା ଅର୍ଜନ କରିଛନ୍ତି।
ଆମେରିକା କିମ୍ବା ୱେଷ୍ଟଇଣ୍ଡିଜ୍‌ ୨୦୨୨ ଟି-୨୦ ବିଶ୍ୱକପ ସୁପର ୧୨ରେ ନଥିଲେ। କିନ୍ତୁ ୨୦୨୪ ବିଶ୍ୱକପ ଆୟୋଜନ କରୁଥିବାରୁ ଉଭୟ ଦଳକୁ ସିଧାସଳଖ ସୁପର ୧୨ରେ ସ୍ଥାନ ମିଳିଛି। ଏହାବାଦ ଆଉ ଦୁଇଟି ଦଳ ଭାବେ ବାଂଲାଦେଶ ଓ ଆଫଗାନିସ୍ତାନ ୨୦୨୪ ଟି-୨୦ ବିଶ୍ୱକପ ସୁପର ୧୨ରେ ସ୍ଥାନ ପାଇଛନ୍ତି।

ଏହି ଦୁଳ ଦଳ ନିଜ ନିଜ ଗ୍ରୁପର ଟପ ୪ରେ ନଥିଲେ। କିନ୍ତୁ ସୁପର ୧୨ରେ ସ୍ଥାନ ପାଇଥିବା କିଛି ଦଳ ଗୁଡ଼ିକ ତୁଳନାରେ ବାଂଲାଦେଶ ଓ ଆଫଗାନିସ୍ତାନର ଆଇସିସି ରାଙ୍କିଙ୍ଗ ଭଲ ରହିଛି। ବାଂଲାଦେଶ ଟପ ୧୦ ଓ ଆଫଗାନିସ୍ତାନ ୯ନଂରେ ରହିଛି। ତେଣୁ ସେହି ରାଙ୍କିଙ୍ଗ ଆଧାରରେ ଉଭୟ ଦଳ ସୁପର ୧୨ ଟିକେଟ ହାତେଇଛନ୍ତି।

୨୦୨୪ ଟି-୨୦ ବିଶ୍ୱକପରେ ମୋଟ ୨୦ଟି ଦଳ ଭାଗ ନେବେ। ଏବେ ୧୨ଟି ଟିମ ବିଶ୍ୱକପ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିବା ବେଳେ ବାକି ୮ଟି ଟିମକୁ ଆଫ୍ରିକା, ଏସିଆ ଓ ୟୁରୋପରେ ଖେଳାଯିବାକୁ ଥିବା ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ଚୟନ କରାଯିବ।

ଯୋଗ୍ୟତା ଅର୍ଜନ କରିଥିବା ୧୨ ଦଳ: ଭାରତ, ପାକିସ୍ତାନ, ନ୍ୟୁଜିଲ୍ୟାଣ୍ଡ, ଇଂଲଣ୍ଡ, ଅଷ୍ଟ୍ରେଲିଆ, ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା, ନେଦରଲ୍ୟାଣ୍ଡ୍ସ, ଆଫଗାନିସ୍ତାନ ଓ ବାଂଲାଦେଶ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos