୪୩୫ ରନରେ ଜିତି ତାମିଲନାଡୁର ନୂଆ କୀର୍ତ୍ତିମାନ

ଚେନ୍ନାଇ: ଅରୁଣାଚଳ ପ୍ରଦେଶ ବିପକ୍ଷରେ ନୂଆ ରେକର୍ଡର ଅଧିକାରୀ ହୋଇଛି ତାମିଲନାଡୁ। ବିଜୟ ହଜାରେ ଟ୍ରଫିର ଏହି ମ୍ୟାଚ୍‌ରେ ତାମିଲନାଡୁ ୪୩୫ ରନରେ ଅରୁଣାଚଳକୁ ହରାଇଛି। ଏଥିସହ କୌଣସି ଲିଷ୍ଟ ଏ ମ୍ୟାଚ୍‌ରେ ସର୍ବବୃହତ୍ତ ରନ୍‌ ବ୍ୟବଧାନରେ ଜିତିବା ରେକର୍ଡ ତାମିଲନାଡୁ ନିଜ ନାଁରେ କରିଛି। ଏହାପୂର୍ବରୁ ସର୍ବବୃହତ୍ତ ରନ ବ୍ୟବଧାନରେ କୌଣସି ମ୍ୟାଚ୍‌ ଜିତିବା ରେକର୍ଡ ସମରସେଟ ନାଁରେ ଥିଲା। ୧୯୯୦ରେ ସମରସେଟ୍‌ ୩୪୬ ରନରେ ଡେଭୋନକୁ ହରାଇଥିଲା। ଏବେ ଏହି ରେକର୍ଡକୁ ତାମିଲନାଡୁ ଭାଙ୍ଗି […]

Taminadu1

Taminadu1

Hemant Lenka
  • Published: Monday, 21 November 2022
  • Updated: 21 November 2022, 05:42 PM IST

Sports

Latest News

ଚେନ୍ନାଇ: ଅରୁଣାଚଳ ପ୍ରଦେଶ ବିପକ୍ଷରେ ନୂଆ ରେକର୍ଡର ଅଧିକାରୀ ହୋଇଛି ତାମିଲନାଡୁ। ବିଜୟ ହଜାରେ ଟ୍ରଫିର ଏହି ମ୍ୟାଚ୍‌ରେ ତାମିଲନାଡୁ ୪୩୫ ରନରେ ଅରୁଣାଚଳକୁ ହରାଇଛି। ଏଥିସହ କୌଣସି ଲିଷ୍ଟ ଏ ମ୍ୟାଚ୍‌ରେ ସର୍ବବୃହତ୍ତ ରନ୍‌ ବ୍ୟବଧାନରେ ଜିତିବା ରେକର୍ଡ ତାମିଲନାଡୁ ନିଜ ନାଁରେ କରିଛି।

ଏହାପୂର୍ବରୁ ସର୍ବବୃହତ୍ତ ରନ ବ୍ୟବଧାନରେ କୌଣସି ମ୍ୟାଚ୍‌ ଜିତିବା ରେକର୍ଡ ସମରସେଟ ନାଁରେ ଥିଲା। ୧୯୯୦ରେ ସମରସେଟ୍‌ ୩୪୬ ରନରେ ଡେଭୋନକୁ ହରାଇଥିଲା। ଏବେ ଏହି ରେକର୍ଡକୁ ତାମିଲନାଡୁ ଭାଙ୍ଗି ଦେଇଛି।

ଯୁବ ବ୍ୟାଟର ନାରାୟଣ ଜଗଦୀଶନଙ୍କ ବିଶାଳ ତଥା ରେକର୍ଡ ବ୍ରେକିଂ ୨୭୭ ରନ ଓ ସାଈ ସୁଦର୍ଶନଙ୍କ ୧୫୪ ରନ ବଳରେ ତାମିଲନାଡୁ ନିର୍ଦ୍ଧାରିତ ୫୦ ଓଭରେ ୫୦୬ ରନ କରିଥିଲା। ଏହାର ଜବାବରେ ଅରୁଣାଚଳ ପ୍ରଦେଶ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୨୮.୪ ଓଭରରେ ସମସ୍ତ ୱିକେଟ ହରାଇ କେବଳ ୭୧ ରନ ହିଁ କରିବାକୁ ସକ୍ଷମ ହୋଇଛି। ତାମିଲନାଡୁ ପକ୍ଷରୁ ଏମ ସିର୍ଦ୍ଧାଥ ୫ଟି ୱିକେଟ ନେଇଥିବା ବେଳେ ରଘୁପତି ଏସ୍ ୨ଟି, ଏମ ମହମ୍ମଦ ୨ଟି ଓ ସାଈ କିଶୋର ଗୋଟିଏ ସଫଳତା ପାଇଛନ୍ତି।

୨୭୭ ରନରେ ବିଶାଳ ଇନିଂସ ଖେଳିଥିବା ଜଗଦୀଶନଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି। ସେ ବିଶ୍ୱର ପ୍ରଥମ କ୍ରିକେଟର ଭାବେ କୌଣସି ଦିନିକିଆ ମ୍ୟାଚରେ ୨୭୭ ରନର କରିଥିଲେ। ପୂର୍ବରୁ ସର୍ବାଧିକ ବ୍ୟକ୍ତିଗତ ସ୍କୋର ତାଲିକାରେ ଭାରତର ରୋହିତ ଶର୍ମା(୨୬୪) ରହିଥିଲେ। ସେ ଶ୍ରୀଲଙ୍କା ବିପକ୍ଷ ଦିନିକିଆରେ ଏତେ ବଡ଼ ସ୍କୋର କରିଥିଲେ। କିନ୍ତୁ ଜଗଦୀଶନ ଆଜି ଏହି ରେକର୍ଡକୁ ମଧ୍ୟ ଭାଙ୍ଗି ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos