ଶେଷ ମିନିଟରେ ତ୍ରୁଟି ପାଇଁ ଅଷ୍ଟ୍ରେଲିଆ ଠାରୁ ୫-୪ରେ ହାରିଲା ଭାରତ

ଆଡିଲେଡ: ଦମଦାର ଲଢ଼େଇ ସତ୍ତ୍ୱେ ପ୍ରଥମ ମ୍ୟାଚ୍‌ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ଠାରୁ ହାରି ଯାଇଛି ଭାରତୀୟ ପୁରୁଷ ହକି ଟିମ୍‌। ଶେଷ ମିନିଟ୍‌ରେ ଦଳ କରିଥିବା ତ୍ରୁଟି ଯୋଗୁ ଅଷ୍ଟ୍ରେଲିଆ ୫-୪ରେ ମ୍ୟାଚ୍‌ ଜିତି ୫ ଟିକିଆ ସିରିଜ୍‌ରେ ୧-୦ରେ ଆଗୁଆ ହୋଇଯାଇଛି। ଭାରତ ପକ୍ଷରୁ ଆକାଶଦୀପ ସିଂହ ହ୍ୟାଟ୍ରିକ ଗୋଲ କରିଥିଲେ ମଧ୍ୟ ବ୍ଲାକେର ଗୋଭର୍ସଙ୍କ ଶେଷ ମିନିଟ୍‌ରେ ଡବଲ ପେନାଲ୍ଟି କର୍ଣ୍ଣର ଏହାକୁ ଫିକା କରିଦେଇଛି। ଆକାଶଦୀପ ସିଂହ(୧୦ମ, ୨୭ତମ, ୫୯ତମ ମିନିଟ୍‌) ୩ଟି […]

goal

goal

Hemant Lenka
  • Published: Saturday, 26 November 2022
  • Updated: 26 November 2022, 05:43 PM IST

Sports

Latest News

ଆଡିଲେଡ: ଦମଦାର ଲଢ଼େଇ ସତ୍ତ୍ୱେ ପ୍ରଥମ ମ୍ୟାଚ୍‌ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ଠାରୁ ହାରି ଯାଇଛି ଭାରତୀୟ ପୁରୁଷ ହକି ଟିମ୍‌। ଶେଷ ମିନିଟ୍‌ରେ ଦଳ କରିଥିବା ତ୍ରୁଟି ଯୋଗୁ ଅଷ୍ଟ୍ରେଲିଆ ୫-୪ରେ ମ୍ୟାଚ୍‌ ଜିତି ୫ ଟିକିଆ ସିରିଜ୍‌ରେ ୧-୦ରେ ଆଗୁଆ ହୋଇଯାଇଛି।

ଭାରତ ପକ୍ଷରୁ ଆକାଶଦୀପ ସିଂହ ହ୍ୟାଟ୍ରିକ ଗୋଲ କରିଥିଲେ ମଧ୍ୟ ବ୍ଲାକେର ଗୋଭର୍ସଙ୍କ ଶେଷ ମିନିଟ୍‌ରେ ଡବଲ ପେନାଲ୍ଟି କର୍ଣ୍ଣର ଏହାକୁ ଫିକା କରିଦେଇଛି। ଆକାଶଦୀପ ସିଂହ(୧୦ମ, ୨୭ତମ, ୫୯ତମ ମିନିଟ୍‌) ୩ଟି ଗୋଲ ଦେଇଥିବା ବେଳେ ଅଧିନାୟକ ହରମନପ୍ରୀତ ସିଂହ(୩୧ତମ ମିନିଟ୍‌) ଗୋଟିଏ ଗୋଲ ସ୍କୋର କରିଛନ୍ତି।

ଅଷ୍ଟ୍ରେଲିଆ ପକ୍ଷରୁ ଲାଚଲାନ ଶାର୍ପ(୫ମ ମିନିଟ), ନାଥନ ଇଫୀରାମୁସ(୨୧ତମ), ଟମ କ୍ରେଗ(୪୧ତମ ମିନିଟ) ଗୋଟିଏ ଲେଖାଏ ଗୋଲ କରିଥିବା ବେଳେ ବ୍ଲାକେ ଗୋଭର୍ସ(୫୭ ଓ ୬୦ ମିନିଟ) ଦୁଇଟି ଗୋଲ କରିଛନ୍ତି।

ଆଜିର ମ୍ୟାଚ୍‌ରେ ଆରମ୍ଭରୁ ଅଷ୍ଟ୍ରେଲିଆ ଆଟାକିଂ ଖେଳ ପ୍ରଦର୍ଶନ କରିଥିଲା। ମ୍ୟାଚ୍‌ର ୫ମ ମିନିଟରେ ଅଷ୍ଟ୍ରେଲିଆର ଶାର୍ପ ଚମତ୍କାର ଢଙ୍ଗରେ ଭାରତୀୟ ଗୋଲ କିପର ପିଆର ଶ୍ରୀଜେଶଙ୍କୁ ଚକମା ଦେଇ ପ୍ରଥମ ଗୋଲ ହାସଲ କରିଥିଲେ। ଏହାର ଜବାବ ଭାରତୀୟ ଖେଳାଳିମାନେ ତୁରନ୍ତ ଦେଇଥିଲେ। ଓଡ଼ିଆ ତାରକା ଅମିତ ରୋହିଦାସ ଗୋଲ ସ୍କୋର କରିବାର ସୁଯୋଗ ସୃଷ୍ଟି କରିଥିଲେ। ହେଲେ ଏହା ଅଳ୍ପକେ ମିସ୍‌ ହୋଇଯାଇଥିଲା।

କିନ୍ତୁ ଆକାଶଦୀପ ସିଂହ ୧୦ମ ମିନିଟରେ ଗୋଲ କରି ସ୍ଥିତିକୁ ୧-୧ରେ ବରାବର କରିଥିଲେ। ଦ୍ୱିତୀୟ ହାଫ ଆରମ୍ଭର ୬ ମିନିଟ୍‌ ପରେ ଅଷ୍ଟ୍ରେଲିଆ ପକ୍ଷରୁ ନାଥନ ଗୋଲ କରି ଲିଡ୍‌କୁ ୨-୧ କରିଥିଲେ। ୨୭ ତମ ମିନିଟରେ ଆକାଶଦୀପ ଗୋଲ କରି ପୁଣି ସ୍ଥିତିକୁ ୨-୨ କରିଥିଲେ।

ସେକେଣ୍ଡ ହାଫ ସରିବାକୁ ମାତ୍ର କିଛି ମିନିଟ ଥିବା ବେଳେ ଅଷ୍ଟ୍ରେଲିଆକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା। କିନ୍ତୁ ଭାରତର ଦ୍ୱିତୀୟ ଗୋଲ କିପର କ୍ରିଷ୍ଣ ବାହାଦୂର ପାଠକ ଏହାକୁ ଅଟକାଇ ଦେଇଥିଲେ। ହାଫ ଟାଇମ ସୁଦ୍ଧା ସ୍ଥିତି ୨-୨ରେ ବରାବର ଥିଲା।

ତୃତୀୟ ହାଫ ଆରମ୍ଭ ହେବାର ମାତ୍ର ଗୋଟିଏ ମିନିଟ୍‌ ମଧ୍ୟରେ ହରମନପ୍ରୀତ କୌରଙ୍କୁ ଗୋଟିଏ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ସେ ଗୋଲରେ ପରିଣତ କରି ସେ ପ୍ରଥମଥର ଭାରତକୁ ମ୍ୟାଚ୍‌ରେ ଲିଡ୍‌ ଦେଇଥିଲେ।

୪୧ତମ ମିନିଟରେ ଅଷ୍ଟ୍ରେଲିଆର କ୍ରେଗ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ସ୍ଥିତିକୁ ୩-୩ କରିଥିଲେ। ଘରୋଇ ଅଷ୍ଟ୍ରେଲିଆ ଚାପ ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଭାରତୀୟ ଡିଫେନ୍ସ ଲାଇନ ସବୁ ଉଦ୍ୟମକୁ ପଣ୍ଡ କରି ଦେଇଥିଲା।
କିନ୍ତୁ ମ୍ୟାଚ୍‌ର ଶେଷ ୫ ମିନିଟରେ ଭାରତ ଏକାଧିକ ତ୍ରୁଟି କରିଥିଲା। ଜରମନପ୍ରୀତ ସିଂହ ଅଯଥା ଟ୍ୟାକେଲ କରି ପ୍ରଥମେ ଗ୍ରୀନ କାର୍ଡ ପାଇଥିଲେ।

ତେଣୁ ବାକି ମ୍ୟାଚ୍‌ ଭାରତ ୧୦ ଜଣ ଖେଳାଳିଙ୍କୁ ନେଇ ପଡ଼ିଆରେ ଲଢ଼େଇ କରିଥିଲା। ଏହାର ଫାଇଦା ମଧ୍ୟ ଅଷ୍ଟ୍ରେଲିଆ ଉଠାଇ ୫୭ତମ ମିନିଟରେ ପେନାଲ୍ଟି କର୍ଣ୍ଣର ହାସଲ କରିଥିଲା। ଏହାକୁ ଗୋଭର୍ସ ଗୋଲରେ ପରିଣତ କରି ଘରୋଇ ଟିମକୁ ୪-୩ରେ ଆଗୁଆ କରି ଦେଇଥିଲେ।

ତେବେ ଭାରତ ହାର ମାନିବା ମୁଡରେ ନଥିଲା। ଆକାଶଦୀପ ସିଂହ ୫୯ତମ ମିନିଟରେ ନିଜର ତୃତୀୟ ଗୋଲ ସହ ସ୍ଥିତି ୪-୪ କରିଥିଲେ। ଲାଗୁଥିଲା ମ୍ୟାଚ୍‌ ଡ୍ର ରହିବ। କାରଣ ମ୍ୟାଚ୍‌ ସରିବାକୁ ମାତ୍ର ଗୋଟିଏ ମିନିଟ୍‌ ବାକି ରହିଥିଲା।

ଅଷ୍ଟ୍ରେଲିଆ କିନ୍ତୁ କାଉଣ୍ଟର ଆଟାକ କରି ଭାରତର ଡି’ ମଧ୍ୟରେ ପ୍ରବେଶ କରିବା ସହ ଶେଷ ମୁହୂର୍ତ୍ତରେ ଗୁରୁତ୍ୱପୂର୍ଣ୍ଣ ପେନାଲ୍ଟି କର୍ଣ୍ଣର ହାସଲ କରିଥିଲା। ଏହାକୁ ଗୋଭର୍ସ ବେଶ ଚମତ୍କାର ଢଙ୍ଗରେ ଗୋଲରେ ପରିଣତ କରି ଅଷ୍ଟ୍ରେଲିଆ ବିଜୟ ଭେଟି ଦେଇଥିଲେ।

୨୦୨୩ ବିଶ୍ୱକପ ପୂର୍ବରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ଟିକିଆ ସିରିଜ୍‌ ଖେଳାଯାଉଛି। ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଜିତି ସିରିଜରେ ୧-୦ରେ ଆଗୁଆ ହୋଇଯାଇଛି। ଆସନ୍ତକାଲି ଦ୍ୱିତୀୟ ମ୍ୟାଚ୍‌ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story