ଫିଫା ବିଶ୍ୱକପ: ରାଉଣ୍ଡ ୧୬ରେ ଆର୍ଜେଣ୍ଟିନା ଓ ପୋଲାଣ୍ଡ, ବିଦା ହେଲେ ସାଉଦି-ମେକ୍ସିକୋ

ଦୋହାର: ଅପ୍ରତ୍ୟାଶିତ ଭାବେ ଫିଫା ଫୁଟବଲ ବିଶ୍ୱକପରେ ଦୁର୍ବଳ ସାଉଦି ଆରବ ଠାରୁ ହାରିଥିବା ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଜବରଦସ୍ତ କମବ୍ୟାକ କରିଛି। ପ୍ରଥମ ମ୍ୟାଚ୍‌ରେ ହାରି ବ୍ୟାକଫୁଟରେ ଥିବା ଆର୍ଜେଣ୍ଟିନା କ୍ରମାଗତ ଦୁଇଟି ବିଜୟ ସହ ବିଶ୍ୱକପର ରାଉଣ୍ଡ ୧୬ରେ ପ୍ରବେଶ କରିଛି। ବୁଧବାର ରାତିରେ ଖେଳାଯାଇଥିବା ପୋଲାଣ୍ଡ ବିପକ୍ଷ କର ବା ମର ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୦ରେ ଜିତି ନକଆଉଟରେ ପହଞ୍ଚି ଯାଇଛି। ସେହିପରି ପୋଲାଣ୍ଡ ହାରିବା ସତ୍ତ୍ୱେ ମଧ୍ୟ ଗୋଲ ବ୍ୟବଧାନ ବଳରେ […]

Messi

Messi

Hemant Lenka
  • Published: Thursday, 01 December 2022
  • Updated: 01 December 2022, 07:23 AM IST

Sports

Latest News

ଦୋହାର: ଅପ୍ରତ୍ୟାଶିତ ଭାବେ ଫିଫା ଫୁଟବଲ ବିଶ୍ୱକପରେ ଦୁର୍ବଳ ସାଉଦି ଆରବ ଠାରୁ ହାରିଥିବା ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଜବରଦସ୍ତ କମବ୍ୟାକ କରିଛି। ପ୍ରଥମ ମ୍ୟାଚ୍‌ରେ ହାରି ବ୍ୟାକଫୁଟରେ ଥିବା ଆର୍ଜେଣ୍ଟିନା କ୍ରମାଗତ ଦୁଇଟି ବିଜୟ ସହ ବିଶ୍ୱକପର ରାଉଣ୍ଡ ୧୬ରେ ପ୍ରବେଶ କରିଛି।

ବୁଧବାର ରାତିରେ ଖେଳାଯାଇଥିବା ପୋଲାଣ୍ଡ ବିପକ୍ଷ କର ବା ମର ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୦ରେ ଜିତି ନକଆଉଟରେ ପହଞ୍ଚି ଯାଇଛି। ସେହିପରି ପୋଲାଣ୍ଡ ହାରିବା ସତ୍ତ୍ୱେ ମଧ୍ୟ ଗୋଲ ବ୍ୟବଧାନ ବଳରେ ପରବର୍ତ୍ତୀ ରାଉଣ୍ଡକୁ ଯାଇଛି। ଗ୍ରୁପ ସି’ରୁ ଏହି ଦୁଇ ଦଳ ରାଉଣ୍ଡ ୧୬ରେ ପହଞ୍ଚିଛନ୍ତି।

କିନ୍ତୁ ବିଜୟ ସତ୍ତ୍ୱେ ମେକ୍ସିକୋ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି। ଆର୍ଜେଣ୍ଟିନାକୁ ପ୍ରଥମ ମ୍ୟାଚ୍‌ରେ ଜଳକା କରିଥିବା ସାଉଦି ଆରବ ବୁଧବାର ରାତିରେ ମେକ୍ସିକୋ ଠାରୁ ହାରି ବିଦା ହୋଇଛି। ଏହାର ଅର୍ଥ ଗ୍ରୁପ ସି’ର ପ୍ରଥମ ସ୍ଥାନରେ ଆର୍ଜେଣ୍ଟିନା ଓ ଦ୍ୱିତୀୟ ସ୍ଥାନରେ ପୋଲାଣ୍ଡ ରହିଛନ୍ତି।

ଆର୍ଜେଣ୍ଟିନା ଓ ପୋଲାଣ୍ଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ବେଶ ସଂଘର୍ଷପୂର୍ଣ୍ଣ ଥିଲା। ପ୍ରଥମ ହାଫ ସୁଦ୍ଧା କେହି କାହାକୁ ଗୋଲ ଦେଇ ପାରି ନଥିଲେ। ଆର୍ଜେଣ୍ଟିନା ପାଇଁ ମ୍ୟାଚ୍‌ ଜିତିବା ଏକ ପ୍ରକାରର ଜରୁରୀ ଥିବାରୁ ଦଳ ସେକେଣ୍ଡ ହାଫରେ ରଣନୀତି ବଦଳାଇଥିଲା। ଏହାର ଫାଇଦା ମଧ୍ୟ ଦଳକୁ ୪୬ତମ ମିନିଟରେ ମିଳିଥିଲା।

ଏକ ସୁନ୍ଦର ପାସକୁ ଆଲେକ୍ସି ମାକ ଅଲିଷ୍ଟେର ଗୋଲରେ ପରିଣତ କରି ଆର୍ଜେଣ୍ଟିନାକୁ ୧-୦ରେ ଆଗୁଆ କରି ଦେଇଥିଲେ। ୬୭ ମିନିଟରେ ଦଳ ପାଇଁ ଦ୍ୱିତୀୟ ଗୋଲ କରିଥିଲେ ଜୁଲିଆନ ଅଲଭାରେଜ। ଏହି ଦୁଇଟି ଗୋଲ ଆର୍ଜେଣ୍ଟିନାକୁ ପରବର୍ତ୍ତୀ ରାଉଣ୍ଡରେ ପହଞ୍ଚାଇବା ପାଇଁ ଯଥେଷ୍ଟ ଥିଲା।

ପୋଲାଣ୍ଡ ସ୍ଥିତି ବରାବର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଆର୍ଜେଣ୍ଟିନାର ରକ୍ଷଣଭାଗକୁ ଭେଦ କରିବା ଦଳ ପାଇଁ ସହଜ ହୋଇ ନଥିଲା। ଶେଷରେ ଆର୍ଜେଣ୍ଟିନା ମ୍ୟାଚ୍ ଜିତି ଟେବୁଲ ଟପ୍ପର ସହ ରାଉଣ୍ଡ ୧୬ରେ ପହଞ୍ଚିଛି।

ଏହି ଗ୍ରୁପର ଆଉ ଏକ ମ୍ୟାଚରେ ସାଉଦି ଆରବ ଓ ମେକ୍ସିକୋ ଲଢ଼େଇ କରିଥିଲେ। ଏହି ମ୍ୟାଚ୍‌ଟି ମଧ୍ୟ ବେଶ ରୋମାଞ୍ଚକର ରହିଥିଲା। ଶେଷ ଭାଗରେ ହାଇଡ୍ରାମା ମଧ୍ୟ ଦେଖିବାକୁ ମିଳିଥିଲା। ପ୍ରଥମ ହାଫ ଗୋଲଶୂନ୍ୟ ରହିବା ପରେ ଦ୍ୱିତୀୟ ହାଫରେ ମେକ୍ସିକୋ ଗୋଲ ସ୍କୋର କରିଥିଲା। ୪୭ତମ ମିନିଟରେ ଦଳ ପାଇଁ ହେନରୀ ମାର୍ଟିନ ପ୍ରଥମ ଗୋଲ ଦେଇଥିଲେ। ଏହାର ୫ ମିନିଟ ପରେ ଅର୍ଥାତ ମ୍ୟାଚ୍‌ର ୫୨ତମ ମିନିଟରେ ଲୁଇସ ଚାଭେଜ ଆଉ ଏକ ଗୋଲ ସ୍କୋର କରି ଦଳକୁ ୨-୦ରେ ଆଗୁଆ କରି ଦେଇଥିଲେ।

ମେକ୍ସିକୋ ୨-୦ରେ ଲିଡ୍‌ କରୁଥିବାରୁ ଦଳ ରାଉଣ୍ଡ ୧୬କୁ ଯିବ ବୋଲି ଆଶା ସୃଷ୍ଟି ହୋଇଥିଲା। କାରଣ ପୋଲାଣ୍ଡ ଓ ମେକ୍ସିକୋର ଗୋଲ ବ୍ୟବଧାନ ସମାନ ରହିଥିଲା। ତେଣୁ ମେକ୍ସିକୋ ଜିତିବା ମାତ୍ରେ ରାଉଣ୍ଡ ୧୬ରେ ପହଞ୍ଚି ଥାଆନ୍ତା। ମ୍ୟାଚ୍‌ର ୯୦ ମିନିଟ୍‌ ଯାଏ ସାଉଦି ବିପକ୍ଷରେ ମେକ୍ସିକୋ ୨-୦ରେ ଆଗୁଆ ରହିଥିଲା।

ହେଲେ ଇଞ୍ଜ୍ୟୁରି ଟାଇମରେ ମେକ୍ସିକୋର ସବୁ ଆଶାରେ ପାଣି ପଡ଼ି ଯାଇଥିଲା। ଇଞ୍ଜ୍ୟୁରି ଟାଇମ ଭାବେ ୫ ମିନିଟ ମ୍ୟାଚ୍‌ ଖେଳାଯାଇଥିଲା। ଏହି ଇଞ୍ଜ୍ୟୁରି ଟାଇମର ଶେଷ ମିନିଟରେ ସାଉଦିର ସାଲେମ ଗୋଲ ସ୍କୋର କରିଥିଲେ। ଫଳରେ ମ୍ୟାଚ୍‌ ୨-୧ ସ୍ଥିତିକୁ ଚାଲି ଆସିଥିଲା। ମେକ୍ସିକୋ ମ୍ୟାଚ୍‌ ଜିତିଥିଲା ସତ କିନ୍ତୁ ଗୋଲ ବ୍ୟବଧାନରେ ପୋଲାଣ୍ଡ ଠାରୁ ପଛରେ ରହି ଯାଇଥିଲା। ତେଣୁ ଦଳକୁ ବିଶ୍ୱକପରୁ ବିଦା ହେବାକୁ ପଡ଼ିଛି।

ପୋଲାଣ୍ଡ ଓ ମେକ୍ସିକୋର ପଏଣ୍ଟ ସଂଖ୍ୟା ସମାନ ୪ ଲେଖାଏ ରହିଛି। ଉଭୟ ଦଳ ଗୋଟିଏ ଲେଖାଏ ମ୍ୟାଚ୍‌ ଜିତିଥିବା ବେଳେ ଗୋଟିଏରେ ହାରିଛନ୍ତି ଓ ଗୋଟିଏ ମ୍ୟାଚ୍‌ ଡ୍ର ରଖିବାକୁ ସକ୍ଷମ ହୋଇଛନ୍ତି। କିନ୍ତୁ ଗୋଟିଏ ଗୋଲ ବ୍ୟବଧାନ ହିଁ ମେକ୍ସିକୋକୁ ବାହାରର ରାସ୍ତା ଦେଖାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story