ଫିଫା ବିଶ୍ୱକପ: ଜନ୍ମିତ ଦେଶକୁ ଗୋଲ୍‌ ଦେଇ ସ୍ୱିଜରଲ୍ୟାଣ୍ଡକୁ ଜିତାଇଲେ ଏମ୍ବୋଲୋ

ଦୋହା: କତାରରେ ଚାଲିଥିବା ଫିଫା ଫୁଟବଲ ବିଶ୍ୱକପର ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଛି ସ୍ୱିଜରଲ୍ୟାଣ୍ଡ। ଗ୍ରୁପ ଜି’ର ଗୋଟିଏ ମ୍ୟାଚ୍‌ରେ ସ୍ୱିଜରଲ୍ୟାଣ୍ଡ ଆଫ୍ରିକୀୟ ଦେଶ କାମେରୁନକୁ ହରାଇ ପୂରା ୩ ପଏଣ୍ଟ ହାସଲ କରିଛି। ସ୍ୱିଜ ଟିମ୍‌ର ଏହି ବିଜୟର ମୁଖ୍ୟ ନାୟକ ହେଉଛନ୍ତି ବ୍ରୀଲ ଏମ୍ବୋଲୋ। ସେ କାମେରୁନରେ ଜନ୍ମ ହୋଇଥିଲେ ମଧ୍ୟ ସ୍ୱିଜରଲ୍ୟାଣ୍ଡ ପକ୍ଷରୁ ଖେଳୁଛନ୍ତି। ଆଜି ସେ ନିଜ ଜନ୍ମିତ ଦେଶକୁ ଗୋଲ ଦେଇ ହରାଇ ଦେଇଛନ୍ତି। ସେ ୪୮ତମ ମିନଟରେ […]

goal

goal

Hemant Lenka
  • Published: Thursday, 24 November 2022
  • Updated: 24 November 2022, 09:38 PM IST

Sports

Latest News

ଦୋହା: କତାରରେ ଚାଲିଥିବା ଫିଫା ଫୁଟବଲ ବିଶ୍ୱକପର ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଛି ସ୍ୱିଜରଲ୍ୟାଣ୍ଡ। ଗ୍ରୁପ ଜି’ର ଗୋଟିଏ ମ୍ୟାଚ୍‌ରେ ସ୍ୱିଜରଲ୍ୟାଣ୍ଡ ଆଫ୍ରିକୀୟ ଦେଶ କାମେରୁନକୁ ହରାଇ ପୂରା ୩ ପଏଣ୍ଟ ହାସଲ କରିଛି। ସ୍ୱିଜ ଟିମ୍‌ର ଏହି ବିଜୟର ମୁଖ୍ୟ ନାୟକ ହେଉଛନ୍ତି ବ୍ରୀଲ ଏମ୍ବୋଲୋ।

ସେ କାମେରୁନରେ ଜନ୍ମ ହୋଇଥିଲେ ମଧ୍ୟ ସ୍ୱିଜରଲ୍ୟାଣ୍ଡ ପକ୍ଷରୁ ଖେଳୁଛନ୍ତି। ଆଜି ସେ ନିଜ ଜନ୍ମିତ ଦେଶକୁ ଗୋଲ ଦେଇ ହରାଇ ଦେଇଛନ୍ତି। ସେ ୪୮ତମ ମିନଟରେ ମ୍ୟାଚ୍‌ ଏକମାତ୍ର ତଥା ନିର୍ଣ୍ଣାୟକ ଗୋଲ ସ୍କୋର କରିଥିଲେ। ଏହି ଗୋଲ ପରେ ମଧ୍ୟ ସେ ନିଜ ଜନ୍ମ ମାଟିକୁ ସମ୍ମାନ ଦେଇ କୌଣସି ପ୍ରକାରର ବିଜୟ ଉତ୍ସବ ମନାଇ ନଥିଲେ। ସ୍ୱିଜରଲ୍ୟାଣ୍ଡ ଏହି ମ୍ୟାଚ୍‌କୁ ୧-୦ରେ ଜିତି ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ପହଞ୍ଚି ଯାଇଛି।

ମ୍ୟାଚ୍‌ ଆରମ୍ଭରୁ ଦୁଇ ଦେଶ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ମ୍ୟାଚ୍‌ର ୭ମ ମିନିଟରେ କାମେରୁନର ଟୋକୋ ଏକାମ୍ବୀଙ୍କ ପାଖରେ ଗୋଲ କରିବାର ସୁଯୋଗ ଥିଲେ ହେଁ ଏହା କ୍ରସବାର ଉପରେ ଚାଲି ଯାଇଥିଲା। ତଥାପି ଏହି ଆଫ୍ରିକୀୟ ଦେଶ ସ୍ୱିଜ ଟିମ ଉପରେ ଚାପ ପକାଇ ଚାଲିଥିଲା। ଅଧିନାୟକ ଇରିକ ସି ମୋଟିଙ୍ଗ ଏକାକୀ ସ୍ୱିଜରଲ୍ୟାଣ୍ଡର ଡି ’ ମଧ୍ୟକୁ ବଲରେ ନେଇ ପଶି ଯାଇଥିଲେ।

କିନ୍ତୁ ଗୋଲକିପର ତଥା ଅଧିନାୟକ ୟାନ ସୋମେର ତାଙ୍କର ସବୁ ଉଦ୍ୟମକୁ ପଣ୍ଡ କରି ଦେଇଥିଲେ। ୩୫ ମିନିଟରେ ଏକାମ୍ବୀଙ୍କୁ ପୁଣି ସୁଯୋଗ ମିଳିଥିଲେ ମଧ୍ୟ ସେ ଫେଲ ମାରିଥିଲେ। ଫଳରେ ପ୍ରଥମାର୍ଦ୍ଧରେ ସ୍ଥିତି ୦-୦ରେ ଶେଷ ହୋଇଥିଲା।

ଦ୍ୱିତୀୟାର୍ଦ୍ଧ ଆରମ୍ଭ ହେବା ମାତ୍ରେ ସ୍ୱିଜରଲ୍ୟାଣ୍ଡ ରଣନୀତି ବଦଳାଇଥିଲା। ୪୮ତମ ମିନିଟରେ ଏମ୍ବୋଲୋ ଦଳ ପାଇଁ ତଥା ମ୍ୟାଚ୍‌ର ପ୍ରଥମ ଗୋଲ କରି ସ୍ୱିଜରଲ୍ୟାଣ୍ଡକୁ ୧-୦ରେ ଆଗୁଆ କରିଦେଇଥିଲେ। ହେଲେ ସେ କୌଣସି ପ୍ରକାରର ଖୁସି ମନାଇ ନଥିଲେ।

ଏହାକୁ ପରିଶୋଧ କରିବାକୁ କାମେରୁନ ବହୁତ ଚେଷ୍ଟା କରିଥିଲା। କିନ୍ତୁ ସ୍ୱିଜ ଖେଳାଳି ସବୁ କିଛିକୁ ପଣ୍ଡ କରି ଦେଇଥିଲେ। ଶେଷରେ ସ୍ୱିଜରଲ୍ୟାଣ୍ଡ ୧-୦ରେ ମ୍ୟାଚ୍‌କୁ ଜିତି ନେଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କାମେରୁନ ଏଯାଏ କୌଣସି ଫିଫା ବିଶ୍ୱକପରେ ଗୋଟିଏ ହେଲେ ବି ମ୍ୟାଚ୍‌ ଜିତିନି। ଦଳ ଏଥର ବିଜୟ ଲକ୍ଷ୍ୟ ନେଇ ଓହ୍ଲାଇଥିଲେ ବି ଅପେକ୍ଷାର ଅନ୍ତ ଘଟିନି।

ଅନ୍ୟପକ୍ଷରେ ଗ୍ରୁପ ଏଚ୍‌ର ଗୋଟିଏ ମୁକାବିଲାରେ ଆଜି କୋରିଆ ରିପ୍ଲବିକ ଓ ଉରୁଗୁଏ ମୁହାଁମୁହିଁ ହୋଇଥିଲେ। ତେବେ କେହି କାହାକୁ ଏହି ମ୍ୟାଚ୍‌ରେ ଗୋଲ ଦେବାକୁ ସକ୍ଷମ ହୋଇ ନାହାନ୍ତି। ଫଳରେ ଉଭୟ ଦଳକୁ ୧ ପଏଣ୍ଟ ଲେଖାଏ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story