ଫିଫା ବିଶ୍ୱକପରେ ପୁଣି ବିପର୍ଯ୍ୟୟ: ଜର୍ମାନୀକୁ ଜଳକା କଲା ଜାପାନ

ଦୋହା: କତାରରେ ଚାଲିଥିବା ଫିଫା ଫୁଟବଲ ବିଶ୍ୱକପରେ ପୁଣି ଗୋଟିଏ ଏସୀୟ ଦେଶ କମାଲ କରିଛି। ମଙ୍ଗଳବାର ଶକ୍ତିଶାଳୀ ଆର୍ଜେଣ୍ଟିନାକୁ ସାଉଦି ଆରବ ଅପ୍ରତ୍ୟାଶିତ ଭାବେ ୨-୧ରେ ହରାଇଥିଲା। ଆଜି ଗ୍ରୁପ ଇ’ରେ ଥିବା ଜାପାନ ଚମତ୍କାର ଖେଳ ପ୍ରଦର୍ଶନ କରି ୨୦୧୪ର ବିଶ୍ୱକପ ବିଜେତା ଜର୍ମାନୀକୁ ୨-୧ରେ ମାତ ଦେଇଛି। ସବଷ୍ଟିଚ୍ୟୁଟ ରିଟସୁ ଡୋନା ଓ ତାକୁମା ଆସାନୋଙ୍କ ଗୋଲ ବଳରେ ଜାପାନ ଶକ୍ତିଶାଳୀ ଜର୍ମାନୀ ବିପକ୍ଷରେ ଏହି ବିଜୟ ଲାଭ କରିଛି। ମ୍ୟାଚ୍‌ ଆରମ୍ଭରୁ […]

japan

japan

Hemant Lenka
  • Published: Wednesday, 23 November 2022
  • Updated: 23 November 2022, 09:46 PM IST

Sports

Latest News

ଦୋହା: କତାରରେ ଚାଲିଥିବା ଫିଫା ଫୁଟବଲ ବିଶ୍ୱକପରେ ପୁଣି ଗୋଟିଏ ଏସୀୟ ଦେଶ କମାଲ କରିଛି। ମଙ୍ଗଳବାର ଶକ୍ତିଶାଳୀ ଆର୍ଜେଣ୍ଟିନାକୁ ସାଉଦି ଆରବ ଅପ୍ରତ୍ୟାଶିତ ଭାବେ ୨-୧ରେ ହରାଇଥିଲା। ଆଜି ଗ୍ରୁପ ଇ’ରେ ଥିବା ଜାପାନ ଚମତ୍କାର ଖେଳ ପ୍ରଦର୍ଶନ କରି ୨୦୧୪ର ବିଶ୍ୱକପ ବିଜେତା ଜର୍ମାନୀକୁ ୨-୧ରେ ମାତ ଦେଇଛି। ସବଷ୍ଟିଚ୍ୟୁଟ ରିଟସୁ ଡୋନା ଓ ତାକୁମା ଆସାନୋଙ୍କ ଗୋଲ ବଳରେ ଜାପାନ ଶକ୍ତିଶାଳୀ ଜର୍ମାନୀ ବିପକ୍ଷରେ ଏହି ବିଜୟ ଲାଭ କରିଛି।

ମ୍ୟାଚ୍‌ ଆରମ୍ଭରୁ ଜର୍ମାନୀର ଦବଦବା ଦେଖିବାକୁ ମିଳିଥିଲା। ମ୍ୟାଚ୍‌ର ୩୩ତମ ମିନିଟ୍‌ରେ ଦଳକୁ ମିଳିଥିବା ପେନାଲ୍ଟିକୁ ଇଲକାୟ ଗୁଏନଡୋଗାନ ଗୋଲରେ ପରିଣତ କରି ଜର୍ମାନୀକୁ ୧-୦ରେ ଆଗୁଆ କରି ଦେଇଥିଲେ। ଲାଗୁଥିବା ମ୍ୟାଚ୍‌ ଜିତିବା ପାଇଁ ଏହି ଗୋଲ ଯଥେଷ୍ଟ। କାରଣ ପ୍ରଥମ ହାଫରେ ଜାପାନ ଖେଳାଳିମାନେ ଆଦୌ ଲୟରେ ଥିବା ଭଳି ଲାଗୁ ନଥିଲା।

ପ୍ରଥମ ହାଫରେ ଜର୍ମାନୀକୁ ୧୪ ଥର ଗୋଲ କରିବାର ସୁଯୋଗ ମିଳିଥିଲା। ହେଲେ ଏହି ସୁଯୋଗର ଫାଇଦା ଦଳ ଉଠାଇ ପାରି ନଥିଲେ। ଫଳରେ ପ୍ରଥମ ହାଫ ସୁଦ୍ଧା ସ୍କୋର ୧-୦ରେ ସ୍ଥିର ରହିଥିଲା।

Jamal Musiala
ଦ୍ୱିତୀୟ ହାଫରେ ଜପାନ ରଣନୀତି ବଦଳାଇ ପଡ଼ିଆକୁ ଓହ୍ଲାଇଥିଲା। ଟିମ ମ୍ୟାନେଜମେଣ୍ଟ କିଛି ଖେଳାଳିଙ୍କୁ ସବଷ୍ଟିଚ୍ୟୁଟ କରିଥିଲା। ତଥାପି ମ୍ୟାଚ୍‌ର ୭୪ତମ ମିନିଟ୍‌ ଯାଏ ଜର୍ମାନୀର ଦବଦବା ରହିଥିଲା। କିନ୍ତୁ ୭୫ତମ ମିନିଟରେ ସ୍ଥିତି ବଦଳି ଯାଇଥିଲା।

ମ୍ୟାନୁଏଲ ନେଉରଙ୍କ ଚମତ୍କାର ପାସ୍‌କୁ ବଦଳ ଖେଳାଳି ରିଟସୁ ଡୋନା ଗୋଲରେ ପରିଣତ କରି ସ୍ଥିତି ୧-୧ରେ ବରାବର କରି ଦେଇଥିଲେ। ଏହାପରେ ମ୍ୟାଚ୍‌ର ୮୩ତମ ମିନିଟ୍‌ରେ ତାକୁମା ଦଳ ପାଇଁ ଦ୍ୱିତୀୟ ତଥା ଗୁରୁତ୍ୱପୂର୍ଣ୍ଣ ଗୋଲ ସ୍କୋର କରିଥିଲେ।

ମାତ୍ର ୧୦ ମିନିଟ୍‌ ମଧ୍ୟରେ ଜର୍ମାନୀ ହାତରୁ ଜାପାନ ମ୍ୟାଚ୍‌ ଛଡ଼ାଇ ଆଣିଥିଲା। ଶେଷ ମୁହୂର୍ତ୍ତରେ ଜର୍ମାନୀର ଖେଳାଳିମାନେ ଘନଘନ ଆକ୍ରମଣ କରିଥିଲେ ମଧ୍ୟ କୌଣସି ଗୋଲ ସ୍କୋର କରିପାରି ନଥିଲେ। ଶେଷରେ ଜାପାନ ୨-୧ରେ ମ୍ୟାଚ୍‌ ଜିତି ସମସ୍ତଙ୍କୁ ଚକିତ କରି ଦେଇଛି।

View image on Twitter
୪ର୍ଥ ବିଶ୍ୱକପ ଜିତିଥିବା ଜର୍ମାନୀ ୨୦୧୮ ବିଶ୍ୱକପର ପ୍ରଥମ ମ୍ୟାଚ୍‌ରେ ମଧ୍ୟ ଅପ୍ରତ୍ୟାଶିତ ଭାବେ ମେକ୍ସିକୋ ଠାରୁ ହାରିଥିଲା। ଏହାପରେ ଦକ୍ଷିଣ କୋରିଆ ଠାରୁ ହାରି ଗ୍ରୁପ୍‌ ଷ୍ଟେଜରୁ ବିଦାୟ ନେଇଥିଲା। ୨୦୨୨ ବିଶ୍ୱକପରେ ମଧ୍ୟ ଜର୍ମାନୀ ପରାଜୟରୁ ନିଜର ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।

ବିଶ୍ୱକପର ଏହି ଗ୍ରୁପ ଇରେ ଜାପାନ ଓ ଜର୍ମାନୀ ବ୍ୟତୀତ କୋଷ୍ଟାରିକା ଓ ସ୍ପେନ ରହିଛନ୍ତି। ତେଣୁ ଜର୍ମାନୀ ପକ୍ଷରେ ପରବର୍ତ୍ତୀ ପର୍ଯ୍ୟାୟକୁ ଯିବା ସେତେଟା ସହଜ ହେବନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story