ଲିଟୁ ତୁମେ ତୁରନ୍ତ ଫେରିଆସ......

ସାଲେପୁର(ମନୋଜ କୁମାର ଆଚାର୍ଯ୍ୟ): ଲିଟୁ ତୁମେ ତୁରନ୍ତ ଫେରିଆସ। ଆଗରୁ ତୁମକୁ ଚାହୁଁଥିଲି, ଏବେବି ଚାହୁଁଛି। ମୋର ଆଉ କିଛି ଦରକାର ନାହିଁ। ନ୍ୟାୟ ପାଇବା ପାଇଁ ସ୍ୱାମୀଙ୍କ ଘର ଆଗରେ ଧାରଣାରେ ବସିଥିବା ଜଣେ ମହିଳା କୋହଭରା କଣ୍ଠରେ ଏହା କହିଛନ୍ତି। କଟକ ଜିଲ୍ଲା ସାଲେପୁର ଥାନା ମାଛୁଆତି ଗାଁରେ ଦେଖିବାକୁ ମିଳିଛି ଏହି ଘଟଣା। ମାଛୁଆତି ଗାଁର ସୁସେନ ମହାରଣାଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ବୋହୂ ସସ୍ମିତା। ସେ କହିଛନ୍ତି, ତାଙ୍କ ମାନ, […]

woman

woman

Niranjan Mishra
  • Published: Monday, 28 November 2022
  • Updated: 28 November 2022, 08:16 PM IST

Sports

Latest News

ସାଲେପୁର(ମନୋଜ କୁମାର ଆଚାର୍ଯ୍ୟ): ଲିଟୁ ତୁମେ ତୁରନ୍ତ ଫେରିଆସ। ଆଗରୁ ତୁମକୁ ଚାହୁଁଥିଲି, ଏବେବି ଚାହୁଁଛି। ମୋର ଆଉ କିଛି ଦରକାର ନାହିଁ। ନ୍ୟାୟ ପାଇବା ପାଇଁ ସ୍ୱାମୀଙ୍କ ଘର ଆଗରେ ଧାରଣାରେ ବସିଥିବା ଜଣେ ମହିଳା କୋହଭରା କଣ୍ଠରେ ଏହା କହିଛନ୍ତି। କଟକ ଜିଲ୍ଲା ସାଲେପୁର ଥାନା ମାଛୁଆତି ଗାଁରେ ଦେଖିବାକୁ ମିଳିଛି ଏହି ଘଟଣା। ମାଛୁଆତି ଗାଁର ସୁସେନ ମହାରଣାଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ବୋହୂ ସସ୍ମିତା। ସେ କହିଛନ୍ତି, ତାଙ୍କ ମାନ, ସମ୍ମାନ, ଇଜ୍ଜତ ସହ ଖେଳ ଖେଳାଯାଇଛି। ସ୍ୱାମୀ ଓ ଶ୍ୱଶୁର ମିଶି ତାଙ୍କ ଗର୍ଭ ନଷ୍ଟ କରିଛନ୍ତି। ତାଙ୍କୁ ୟୁଜ୍‌ ଆଣ୍ଡ ଥ୍ରୋ କରିଦିଆଯାଇଛି। ସ୍ୱାମୀ ଯଦି ତୁରନ୍ତ ନ ଆସିବେ, ତେବେ ତାଙ୍କ ପାଖରେ ଥିବା ସମସ୍ତ ଗୁପ୍ତ ତଥ୍ୟକୁ ସ୍ପ୍ରେଡ୍ କରିଦେବେ।

ଅଭିଯୋଗ ମୁତାବକ, ମାଛୁଆତି ଗାଁର ସନାତନ ମହାରଣାଙ୍କ ପୁଅ ସୁସେନ ମହାରଣା ଢେଙ୍କାନାଳ ଜିଲ୍ଲାର ସତ୍ୟ ନାରାୟଣ ମହାରଣାଙ୍କ ଝିଅ ସସ୍ମିତା ମହାରଣାଙ୍କୁ ବୈଦିକ ରିତିରେ ୧୩ ଜୁଲାଇ ୨୦୨୦ ମସିହାରେ ବିବାହ କରିଥିଲେ। ବିବାହ ପରେ ପାରିବାରିକ ବିବାଦ ଦେଖାଦେଇଥିଲା। ଫଳରେ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଦୂରତା ସୃଷ୍ଟି ହୋଇଛି।

ସସ୍ମିତା ଅଭିଯୋଗ କରିଛନ୍ତି, ବିବାହ ସମୟରେ ଶ୍ୱଶୁର ଘର ଲୋକଙ୍କ ଦାବି ମୁତାବକ ଯୌତୁକ ଦିଆଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ ଶ୍ୱଶୁର ଘର ଲୋକେ ଅଧିକ ଯୌତୁକ ମାଗିବା ଆରମ୍ଭ କରିଥିଲେ। ଏପରିକି ଶ୍ୱଶୁର ସନାତନ ମହାରଣା ଖରାପ ନଜର ପକାଇ ଆସୁଥିଲେ। ଏନେଇ ସେ ସାଲେପୁର ଥାନାର ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ସାଲେପୁର ପୁଲିସ ନ୍ୟାୟ ଦେବାରେ ବିଳମ୍ବ କରୁଥିବାରୁ ବାଧ୍ୟ ହୋଇ ସେ ଶ୍ୱଶୁର ଘର ସମ୍ମୁଖରେ କିଛି ସ୍ଥାନୀୟ ମହିଳାମାନଙ୍କୁ ଧରି ଧାରଣାରେ ବସିଛନ୍ତି। ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଧାରଣାରେ ବସି ରହିବେ ବୋଲି କହିଛନ୍ତି ସସ୍ମିତା ।

ତେବେ ସସ୍ମିତା ଓ ତାଙ୍କ ସ୍ୱାମୀଙ୍କ ଭିତରେ ସୃଷ୍ଟି ପାରିବାରିକ ବିବାଦ ନେଇ କୋର୍ଟରେ ମାମଲା ବିଚାରଧୀନ ରହିଛି।

[caption id="attachment_785104" align="aligncenter" width="650"] ବିବାହ ସମୟର ଫଟୋ।[/caption]

ଅନ୍ୟପଟେ ଘଟଣା ଦେଖି ସସ୍ମିତାଙ୍କ ଶ୍ୱଶୁର ଘର ଲୋକେ କେଉଁଆଡ଼େ ପଳେଇଛନ୍ତି। ତାଙ୍କ ଘରେ ତାଲା ପଡିଛି। ଫଳରେ ସସ୍ମିତାଙ୍କ ଶ୍ୱଶୁର ଘର ଲୋକଙ୍କ ପ୍ରତିକ୍ରିୟା ମିଳିପାରିନି। ତେବେ ମାମଲା କୋର୍ଟରେ ଥିବାରୁ ନ୍ୟାୟବ୍ୟବସ୍ଥା ଉପରା ସସ୍ମିତା ବିଶ୍ୱାସ ରଖି ପଦକ୍ଷେପ ନେବା ଉଚିତ୍ ବୋଲି ସୁସେନଙ୍କ ଓକିଲ ବିଜୟ ନାୟକ କହିଛନ୍ତି। ଏଥିସହ ଶ୍ରୀ ପଟ୍ଟନାୟକ କହିଛନ୍ତି, ଏହି ମାମଲାରେ ସୁସେନ ଛାଡପତ୍ର ନିମନ୍ତେ କୋର୍ଟରେ ନିବେଦନ କରିଛନ୍ତି। ମାମଲାର ବିଚାର ଚାଲିଛି ଏବଂ ସସ୍ମିତାଙ୍କ ଭରଣପୋଷଣ ନିମନ୍ତେ ମାସିକ ୬ ହଜାର ଟଙ୍କା ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମାସ ୩ ତାରିଖରେ ରହିଛି।

ସେପଟେ ସସ୍ମିତାଙ୍କ ଧାରଣାକୁ ମାଛୁଆତିର ଗ୍ରାମବାସୀ ସମର୍ଥନ ଦେଇ ଧାରଣାରେ ସାମିଲ ହୋଇଛନ୍ତି। ତାଙ୍କୁ ନ୍ୟାୟ ମିଳିବା ଉଚିତ ବୋଲି ମତ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story