Advertisment

ମୁହାଁମୁହିଁ ପିଟି ହେଲା ଦୁଇ ବାଇକ୍‌; ଜଣେ ମୃତ, ୩ ଗୁରୁତର

ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଛନ୍ତି।

author-image
Niharika Rout
Accident Spot

Accident Spot

ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁରେ ଆଜି ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଛନ୍ତି। ତେବେ ବହୁ ସମୟ ଧରି ଦୁର୍ଘଟଣାସ ସ୍ଥଳରେ  ଆମ୍ବୁଲାନ୍ସ ପହଞ୍ଚି ନ ପାରିବାରୁ ଅଟୋରେ ଶବକୁ ମେଡିକାଲ ପଠାଗଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି। 

Advertisment

ମୃତ ବ୍ୟକ୍ତି ଜଣକ ହେଲେ ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଜାମୁଟବାହାଲ ଗାଁର ମହାଜନ ସିଂ I ଠିକ୍ ସମୟରେ ଆମ୍ବୁଲାନ୍ସ ପହଞ୍ଚି ନ ପାରିବାରୁ ଅଟୋରେ ଶବକୁ ମେଡିକାଲ ପଠାଗଲା। ସ୍ଵାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ନିଜ ବ୍ଲକରେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଏପରି ବିକଳ ଚିତ୍ର ଦେଖି ଲୋକେ ତାଜୁବ ହୋଇ ଯାଇଛନ୍ତି।

ମହାଜନ ଓ ନୀଳମଣି ଏକ ବାଇକ୍‌ରେ ଯାଉଥିବା ବେଳେ ଅପର ପାର୍ଶ୍ୱରୁ ଖୁଣ୍ଟପାଲି ଗାଁର ପିଣ୍ଟୁ କୁମ୍ଭାର ଓ ଦେବାଶିଷ ବାରିକ ଏକ ବାଇକ୍‌ରେ ଆସୁଥିଲେ। ଖୁଣ୍ଟପାଲି ଗାଁ ପେଟ୍ରୋଲ ପମ୍ପ ସମ୍ମୁଖରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା ।ଫଳରେ ଘଟଣାସ୍ଥଳରେ ହିଁ ମହାଜନଙ୍କ ମୃତ୍ୟୁ ଘଟିଥିବା ବେଳେ ଉଭୟ ବାଇକରେ ଥିବା ୩ ଜଣ ଗୁରୁତର ହୋଇ ପଡ଼ିଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ସମସ୍ତଙ୍କୁ ଡୁଙ୍ଗୁରିପାଲି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି।

Advertisment

ଖବର ପାଇ ଘଟଣା ସ୍ଥଳରେ ଡୁଙ୍ଗୁରିପାଲି ପୁଲିସ ପହଞ୍ଚି ଶବକୁ ଜବତ କରିବା ସହିତ ତଦନ୍ତ ଜାରି ରଖିଛି ।

Road Accident Subarnpur