ଯାଜପୁର ଜିଲ୍ଲା ସଦର ଥାନା ବରୁହାଁ କବୀରପୁର ନିକଟରେ ସଡ଼କ ଦୁର୍ଘଟଣା ଘଟିଛି। ବସ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୧୪ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୪ ଜଣଙ୍କ ଅବସ୍ଥାରେ ଗୁରୁତର ରହିଛି। ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଆଜି ସକାଳେ ଯାତ୍ରୀବାହୀ ବସ୍ଟି ୩୫ ଜଣ ଯାତ୍ରୀଙ୍କୁ ନେଇ ବରୀ କାଇପଡ଼ାରୁ କଟକ ଆସୁଥିଲା। କବୀରପୁର ନିକଟରେ ବୀପରିତ ଦିଗରୁ ଆସୁଥିବା ଟ୍ରକ୍ ସହ ବସର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ୧୪ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Also Read
ଦୁର୍ଘଟଣା ପରେ ବସ୍ ଓ ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

National
ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ: ୯ମ ମହଲାରୁ ଡେଇଁ ବାପା ଓ ଦୁଇ ଛୁଆ ମୃତ
ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନଥିବା ବେଳେ ଏନେଇ ଖୋଳତାଡ଼ ଜାରି ରହିଛି।

Accident
ପାଇଖାନା ଟାଙ୍କିରେ ଚାଲିଗଲା ୪ ଜୀବନ
ଏନ୍ ସନ୍ତୁ, ଅମୀୟ ଖରା, ଲାଲୁ ରଣା ଓ ତ୍ରିଲୋଚନ ଭତରାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ସେମାନଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି।

Accident
ବାଇକ୍ ସହ ଜଳିଗଲେ ପୁଲିସ୍ ଏଏସ୍ଆଇ, ପରିବାର ଲୋକେ କି ଅଭିଯୋଗ ଆଣିଲେ
ଗତକାଲି ବିଳମ୍ବିତ ରାତିରେ ସେ ବାଇକରେ ଭବାନୀପାଟଣାରୁ କୋରାପୁଟ ଅଭିମୁଖେ ଯାଉଥିଲେ।

Accident
ପରିବାର ଲୋକଙ୍କ ସହିତ ସିକ୍କିମ ବୁଲିବାକୁ ଯାଇଥିଲେ ଓଡ଼ିଶାର ବିଜେପି ନେତ୍ରୀ; ନଦୀରେ ଗାଡ଼ି ପଡ଼ି ଯିବାରୁ ତାଙ୍କ ସମେତ ୯ ନିଖୋଜ
ଗତ ରବିବାର ରାତି ସାଢ଼େ ୧୨ଟାରେ ଯାଜପୁର ରୋଡ୍ରୁ ଇତିଶ୍ରୀ ଜେନା ଓ ତାଙ୍କ ପରିବାର ଲୋକେ ସିକ୍କିମ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ।