/odisha-reporter/media/post_attachments/uploadimage/library/16_9/16_9_0/IMAGE_1715496104.jpg)
Auto and Injured people
ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଘାଟିରେ ଆଜି ଏକ ଅଟୋ ଓଲଟି ପଡ଼ିବାରୁ ୧୮ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨ ଜଣ ଶିଶୁ ମଧ୍ୟ ଅଛନ୍ତି।
Advertisment
ସମସ୍ତ ଆହତ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ସାନଭାରଣ୍ଡୀ ଗାଁର। ଆଜି ଗାଁର ପ୍ରାୟ ୨୦ ଜଣ ଲୋକ ଏକ ଅଟୋ ଯୋଗେ ଚନ୍ଦାହାଣ୍ଡିର ଫୋଟକି ଗାଁକୁ ଯାଉଥିଲେ। ତେବେ ଚନ୍ଦାହାଣ୍ଡି ଘାଟିରେ ଅଟୋଟି ଭାରସାମ୍ୟ ହରେଇ ଓଲଟି ପଡ଼ିଥିଲା।
ଅଟୋରେ ପ୍ରାୟ ୨୦ ଜଣ ଥିବା ବେଳେ ୧୮ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ୧୬ ଜଣଙ୍କୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ୨ ଗୁରୁତରଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
Advertisment
ଅଟୋରେ କ୍ଷମତା ଠାରୁ ଢେର ଅଧିକ ଲୋକ ବସିଥିବାରୁ ତାହା ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ବୋଲି କୁହାଯାଉଛି।
ରିପୋର୍ଟ- ଝରିଗାଁରୁ ତ୍ରିନାଥ ଧୁରୁଆ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
