ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍। ଦୁର୍ଘଟଣାରେ ୧୯ ଜଣ ଯାତ୍ରୀ ଆହତ ହୋଇଛନ୍ତି। ବରଗଡ଼ ଜିଲ୍ଲା ବରପାଲିର କୁସନପୁରୀ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଗତକାଲି ବିଳମ୍ବିତ ରାତିରେ ‘ବୁଲବୁଲ୍’ ନାମକ ବସ୍ ଯାତ୍ରୀମାନଙ୍କୁ ନେଇ ସମ୍ବଲପୁରରୁ ଦାମନଯୋଡ଼ି ଅଭିମୁଖେ ଯାଉଥିଲା। ଏହି ସମୟରେ କୁସନପୁରୀ ନିକଟରେ ବସ୍ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଛି। ଦୁର୍ଘଟଣାରେ ୧୯ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଅନ୍ୟମାନଙ୍କୁ ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
Also Read
ଡ୍ରାଇଭର ମଦ ପିଇ ଗାଡ଼ି ଚଲାଉଥିବା ଯୋଗୁ ଏହି ଦୁର୍ଘଟଣା ଘଟିଥିବା ଯାତ୍ରୀମାନେ ଅଭିଯୋଗ କରିଛନ୍ତି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Accident
ମାମୁ ଘରକୁ ଆସିଥିବା ବେଳେ ପୋଖରୀରେ ବୁଡ଼ିଗଲେ ଦୁଇ ଭଉଣୀ
ଘରର ଅନ୍ୟ ସଦସ୍ୟଙ୍କ ଅଗୋଚରରେ ଚାନ୍ଦିନୀ ଓ ନନ୍ଦିନୀ ପାଖ ପୋଖରୀ ପାଖକୁ ଚାଲି ଯାଇଥିଲ ଏବଂ ବୁଡ଼ି ଯାଇଥିଲେ ବୋଲି କୁହାଯାଉଛି।

Accident
କାରକୁ ପିଟିଲା କାର: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ଓ ଝିଅ ଆହତ
ଭୁବନେଶ୍ୱର ଆସୁଥିବା ବେଳେ ଘଟିଲା ଦୁର୍ଘଟଣା।

National
ବିମାନ ଦୁର୍ଘଟଣା: ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ମୃତଦେହ ଚିହ୍ନଟ
ବର୍ତ୍ତମାନ ସୁଦ୍ଧା ୩୨ ଜଣଙ୍କ ଡିଏନ୍ଏ ମ୍ୟାଚ୍ ହୋଇଥିବା ବେଳେ ୧୪ ଜଣଙ୍କ ମୃତଦେହ ହସ୍ତାନ୍ତର କରାଯାଇଛି।

National
ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୭ ମୃତ
ଗତ ମେ’ ୨ ତାରିଖରେ କେଦାରନାଥ ଧାମ ଖୋଲିବା ପରଠାରୁ ଅର୍ଥାତ୍ ଗତ ୬ ସପ୍ତାହ ମଧ୍ୟରେ ଏହା ହେଉଛି ୫ମ ହେଲିକପ୍ଟର ଦୁର୍ଘଟଣା।