ବାଇକ ଆରୋହୀଙ୍କ ଉପରେ ମାଡ଼ିଗଲା ଅଜଣା ଗାଡ଼ି। ଦୁର୍ଘଟଣାରେ୨ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ନୂଆପଡ଼ା ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ଜାମଖୁଣ୍ଟା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକ ହେଲେ ନରେଶ ମାଝି ଓ ତାଙ୍କର ଜଣେ ସଂପର୍କୀୟ। ଆହତ କଦମ ମାଝି ଓ ଘନଶ୍ୟାମ ମାଝିଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।
ଗତକାଲି ରାତିରେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍ ଜାମ ଖୁଣ୍ଟା ଗ୍ରାମ ପଞ୍ଚାୟତର କାଲକୁଟ ଗ୍ରାମର ବିବାହ ଭୋଜି ଥିଲା। ନରେଶ, କଦମ, ଘନଶ୍ୟାମ ଓ ତାଙ୍କର ଜଣେ ସଂପର୍କୀୟ ବିବାହ ଭୋଜିରେ ଯୋଗ ଦେଇ ଏକ ବାଇକ୍ରେ ଘରକୁ ଫେରୁଥିଲେ। ଜାମଖୁଣ୍ଟା ଗାଁ ନିକଟରେ ସେମାନଙ୍କୁ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।
Also Read
ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Accident
ସ୍କୁଲ ଭ୍ୟାନକୁ ଧକ୍କା ଦେଲା ଦ୍ରୁତଗାମୀ ଟ୍ରେନ: ୨ ଶିକ୍ଷାର୍ଥୀ ମୃତ, ଏକାଧିକ ଆହତ
ଡ୍ରାଇଭର ଜଣଙ୍କ ଗାଡ଼ିକୁ ରେଳ ଧାରଣା ପାର କରାଉଥିବା ବେଳେ ଘଟିଥିଲା ଦୁର୍ଘଟଣା। ଦ୍ରୁତଗାମୀ ଟ୍ରେନ ସ୍କୁଲ ଭ୍ୟାନକୁ ଧକ୍କା ଦେଇ ୫୦ ମିଟର ଯାଏ ଘୋଷାଡି ନେଇ ଯାଇଥିଲା।

Accident
ନିର୍ମାଣାଧୀନ କୁକୁଡ଼ା ଫାର୍ମର କାନ୍ଥ ଭୁଶୁଡ଼ି ୨ ମହିଳା ମୃତ
ରୂପେ ଓ ବଳମତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ପୁଲିସ ପହଞ୍ଚି ମୃତଦେହ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ନୂଆପଡ଼ା ଡାକ୍ତରଖାନାକୁ ପଠାଇଛି।

Accident
ଅଧା ରହିଗଲା ବାହାଘର, ରାସ୍ତାରେ ଚାଲିଗଲା ବର ସମେତ ପରିବାରର ୮ ଜଣଙ୍କ ଜୀବନ
ବାହାଘର ପାଇଁ ବରକୁ ନେଇ ଯାଉଥିବା ଗୋଟିଏ ବୋଲେର ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଗାଡ଼ିଟି ଗୋଟିଏ କଲେଜ କାନ୍ଥରେ ପିଟି ହୋଇଯିବାରୁ ବର ସମେତ ପରିବାରର ୮ ଜଣଙ୍କ ଜୀବନ ଚାଲି ଯାଇଛି।

Accident
ଓମନି-ହାଇୱା ମୁହାଁମୁହିଁ ଧକ୍କା: ୨ ମୃତ, ୪ ଗୁରୁତର
କମ୍ପାନୀକୁ କାମ କରିବାକୁ ଯାଉଥିବା ବେଳେ ଘଟିଲା ଦୁର୍ଘଟଣା।