ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର୍। ଦୁର୍ଘଟଣାରେ ବାପ,ପୁଅ ଗୁରୁତର ଆହତ ହୋଇଛନ୍ତି। ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ବୁଡିବାହଲ ଗାଁ ଛକ ହନୁମାନ ମନ୍ଦିର ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଝରଣୀ ଗାଁର ଖଗେଶ୍ୱର ମେହେର ଓ ତାଙ୍କ ବାପା ଗୋପୀ ମେହେର କାର୍ ଯୋଗେ ନିଜ ଗାଁକୁ ଫେରୁଥିଲେ। ବୁଡିବାହଲ ଗାଁ ଛକ ହନୁମାନ ମନ୍ଦିର ନିକଟରେ କାର୍ଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା। ଦୁର୍ଘଟଣାର ବାପାପୁଅ ଗୁରୁତର ଆହତ ହୋଇଥିଲେ। ବାପପୁଅଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଡାକ୍ତଖାନାରେ ଭର୍ତ୍ତି କରାଯାଇଛି।
Also Read
ଦୁର୍ଘଟଣାରେ କାର୍ର ସମ୍ମୁଖ ଅଂଶଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Accident
ସ୍କୁଲ ଭ୍ୟାନକୁ ଧକ୍କା ଦେଲା ଦ୍ରୁତଗାମୀ ଟ୍ରେନ: ୨ ଶିକ୍ଷାର୍ଥୀ ମୃତ, ଏକାଧିକ ଆହତ
ଡ୍ରାଇଭର ଜଣଙ୍କ ଗାଡ଼ିକୁ ରେଳ ଧାରଣା ପାର କରାଉଥିବା ବେଳେ ଘଟିଥିଲା ଦୁର୍ଘଟଣା। ଦ୍ରୁତଗାମୀ ଟ୍ରେନ ସ୍କୁଲ ଭ୍ୟାନକୁ ଧକ୍କା ଦେଇ ୫୦ ମିଟର ଯାଏ ଘୋଷାଡି ନେଇ ଯାଇଥିଲା।

Accident
ନିର୍ମାଣାଧୀନ କୁକୁଡ଼ା ଫାର୍ମର କାନ୍ଥ ଭୁଶୁଡ଼ି ୨ ମହିଳା ମୃତ
ରୂପେ ଓ ବଳମତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ପୁଲିସ ପହଞ୍ଚି ମୃତଦେହ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ନୂଆପଡ଼ା ଡାକ୍ତରଖାନାକୁ ପଠାଇଛି।

Accident
ଅଧା ରହିଗଲା ବାହାଘର, ରାସ୍ତାରେ ଚାଲିଗଲା ବର ସମେତ ପରିବାରର ୮ ଜଣଙ୍କ ଜୀବନ
ବାହାଘର ପାଇଁ ବରକୁ ନେଇ ଯାଉଥିବା ଗୋଟିଏ ବୋଲେର ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଗାଡ଼ିଟି ଗୋଟିଏ କଲେଜ କାନ୍ଥରେ ପିଟି ହୋଇଯିବାରୁ ବର ସମେତ ପରିବାରର ୮ ଜଣଙ୍କ ଜୀବନ ଚାଲି ଯାଇଛି।

Accident
ଓମନି-ହାଇୱା ମୁହାଁମୁହିଁ ଧକ୍କା: ୨ ମୃତ, ୪ ଗୁରୁତର
କମ୍ପାନୀକୁ କାମ କରିବାକୁ ଯାଉଥିବା ବେଳେ ଘଟିଲା ଦୁର୍ଘଟଣା।