ୱାନ ୱେ ପାଇଁ ଗଲା ଦୁଇ ଜୀବନ। ରାଜପଥରେ ଟ୍ରକ ସହ ବାଇକ ମୁହାଁମୁହିଁ ଧକ୍କା। ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ଆଜି ଅପରାହ୍ନରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ୧୬ ନମ୍ୱର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ଧାମନଗର ଥାନା ବିଷ୍ଣୁପୁର ଛକ ନିକଟରେ ଘଟିଛି।
Also Read
ରାଜପଥ ମରାମତି ପାଇଁ ୱାନ ୱେ କରାଯାଇଅଛି। ତେବେ ଦୁଇ ଜଣ ଯୁବକ ଭଦ୍ରକ ଆଡ଼କୁ ଆସୁଥିବା ବେଳେ ବିଷ୍ଣୁପୁର ଛକ ନିକଟରେ ମୋଟର ସାଇକେଲକୁ ସମ୍ନାରୁ ଏକ ସ୍କାର୍ପ ବୋଝେଇ ଟ୍ରକ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଦୁଇ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିଲା। ମୃତକ ଦୁଇ ଜଣ ଧାମନଗର ଥାନା ଅଧୀନ ତାଳପଦା ଗାଁର ଦୀପ୍ତି ରଞ୍ଜନ ଓ ଭଦ୍ରକ ଗ୍ରାମାଂଚଳ ଥାନା ଅଧୀନ ରଙ୍ଗରାଜପୁର ଅଞ୍ଚଳର ପ୍ରଶାନ୍ତ ସ୍ୱାଇଁ ବୋଲି ସୂଚନା ମିଳିଛି। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ଜାତୀୟ ରାଜପଥ ଅବରୋଧ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ଓଡ଼ିଶା ଟେଲିଭିଜନ ନେଟୱର୍କ ଷ୍ଟୁଡିଓରେ ଲାଗିଲା ନିଆଁ
ଓଡ଼ିଶା ଟେଲିଭିଜନ ନେଟୱର୍କ ଷ୍ଟୁଡିଓରେ ଗତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଲକ୍ଷାଧିକ ଟଙ୍କା ମୂଲ୍ୟର ଆସବାବପତ୍ର ପୋଡ଼ି ଯାଇଥିବା ବେଳେ ଜୀବନହାନୀ ହୋଇ ନ ଥିବା ଜଣାଯାଇଛି।
Accident
ଘରେ ଲାଗିଲା ନିଆଁ, ଜଳିଗଲେ ମା’, ଝିଅ
ଗତ ରାତିରେ ମା’ ଝିଅ ହାଟପଦାସ୍ଥିତ ନିଜ ଘରର ଉପର ମହଲାରେ ଥିବା ବେଳେ ହଠାତ୍ ନିଆଁ ଲାଗି ଯାଇଥିଲା। କେବଳ ଉପର ମହଲାରେ ହିଁ ନିଆଁ ଲାଗିଥିବା ବେଳେ ମା’ଝିଅ ତା’ ଭିତରୁ ବାହାରି ନ ପାରି ଚିତ୍କାର କରିଥିଲେ।
Accident
ଗଛରେ ପିଟି ହେଲା କାର୍; ଚାଲିଗଲା ଦୁଇ ଜୀବନ
ଭାରସାମ୍ୟ ହରାଇ ଆମ୍ବ ଗଛରେ ଏକ କାର୍ ପିଟି ହୋଇ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ କାର୍ ଡ୍ରାଇଭର ଗୁରୁତର ହୋଇଛନ୍ତି।
Accident
ମଦ ପିଇ ମର୍ସିଡିଜ ବେଞ୍ଜ ଚଳାଉଥିଲେ, ଯୁବତୀଙ୍କ ଉପରେ ଚଢ଼ାଇ ଦେଲେ
ଘଟଣା ପରେ ଧନୁଶ ଘଟଣାସ୍ଥଳକୁ ଫେରାର ହେବାକୁ ଚେଷ୍ଟା କରିଥିଲେ। ହେଲେ ଲୋକମାନେ ତାଙ୍କୁ କାବୁ କରିବା ସହ ପ୍ରବଳ ପିଟିଥିଲେ।
Accident
ଚଳନ୍ତା ଟ୍ରେନ୍ ଉପରକୁ ଫାୟାରିଂ! ତଦନ୍ତ ଆରମ୍ଭ କଲା ପୁଲିସ୍
ଟ୍ରେନ୍ ଉପରକୁ ଗୁଳି ମାଡ଼ ହୋଇଥିବା ନେଇ ନନ୍ଦନକାନନ ଏକ୍ସପ୍ରେସର ଟ୍ରେନ ଗାର୍ଡ ଅଭିଯୋଗ କରିଛନ୍ତି। ତେବେ ଏହା ଫାୟାରିଂ ନା ଆଉ କିଛି ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ୍।