Advertisment

ରୋଷେଇ କରୁଥିବା ବେଳେ ଫାଟିଲା ସିଲିଣ୍ଡର, ମାଆ ସହ ଚାଲିଗଲା ୩ ପିଲାଙ୍କ ଜୀବନ

ଆଜି ସକାଳେ ଘଟିଛି ଏହି ଅଘଟଣ...

Picture Of The Spot

Picture Of The Spot

Advertisment

ଗ୍ୟାସ୍ ସିଲିଣ୍ଡର ଫାଟି ଚାଲିଯାଇଛି ଗୋଟିଏ ପରିବାରର ଚାରି ଜଣଙ୍କ ଜୀବନ। ରୋଷେଇ କରୁଥିବା ବେଳେ ସିଲିଣ୍ଡର ବିସ୍ଫୋରଣ ଘଟିବାରୁ ମାଆ ସମେତ ତିନି ପିଲା ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଉତ୍ତର ପ୍ରଦେଶ ଦେଓରିଆ ଜିଲ୍ଲାରେ ଘଟିଛି ଏହି ଦୁଃଖଦ ଘଟଣା।

Advertisment

ପୁଲିସ କହିବା ଅନୁସାରେ, ଆଜି ସକାଳେ ମହିଳା ଜଣକ ପରିବାର ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରୁଥିଲେ। ଏହି ସମୟରେ ହଠାତ୍ ସିଲିଣ୍ଡର ବିସ୍ଫୋରଣ ଘଟିଥିଲା। ଫଳରେ ଘରର ଚାରିଆଡ଼କୁ ନିଆଁ ବ୍ୟାପି ଯାଇଥିଲା। 

ଖବର ପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ହେଲେ ନିଆଁ ଆୟତ୍ତ ହେବା ବେଳରୁ ମାଆ ସମେତ ତିନି ଶିଶୁ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ।

Advertisment

ଦେଓରିଆ ପୁଲିସ ଅଧୀକ୍ଷକ କହିଛନ୍ତି ଯେ, ଏଥିରେ କେହି ଆହତ ହୋଇନାହାନ୍ତି। ପରିବାରର ଅନ୍ୟ କେହି ସଦସ୍ୟ ଥିଲେ କି ନାହିଁ, କେଉଁ କାରଣରୁ ସିଲିଣ୍ଡର ବିସ୍ଫୋରଣ ଘଟିଲା ତା'ର ତଦନ୍ତ ଚାଲିଛି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe