ରାସ୍ତାକଡ଼କୁ ଓଲଟିଲା ବରଯାତ୍ରୀ ଗାଡ଼ି; ୩ ମୃତ, ୧୩ ଆହତ

ଗତକାଲି ବିଳମ୍ବିତ ରାତିରେ ଝାଡଖଣ୍ଡ ବନପୋସେଇଟାରୁ ବରଯାତ୍ରୀ ମାନେ ଏକ ପିକ୍‌ଅପ୍ ଭ୍ୟାନରେ ଲାଠିକଟା ଅଭିମୁଖେ ଆସୁଥିଲେ।

ଦୁର୍ଘଟଣାଗ୍ରସ୍ତ ପିକ୍‌ଅପ୍‌ ଭ୍ୟାନ

  • Published: Friday, 08 March 2024
  • , Updated: 08 March 2024, 09:09 AM IST

ରାସ୍ତାକଡ଼କୁ ଓଲଟିଲା ବରଯାତ୍ରୀ ଗାଡ଼ି। ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ଘଟଣା ଘଟିଛି ରାଉରକେଲା ଲାଠିକଟା ଥାନା ମୁଣ୍ଡା ଜୋରଠାରେ। ଆହତମାନଙ୍କୁ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ ମଧ୍ୟରେ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ଲାଠିକଟାରେ ବିବାହ ଭୋଜି ଥିଲା। ଗତକାଲି ବିଳମ୍ବିତ ରାତିରେ ଝାଡଖଣ୍ଡ ବନପୋସେଇଟାରୁ ବରଯାତ୍ରୀ ମାନେ ଏକ ପିକ୍‌ଅପ୍ ଭ୍ୟାନରେ ଲାଠିକଟା ଅଭିମୁଖେ ଆସୁଥିଲେ। ମୁଣ୍ଡା ଜୋରଠାରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା।

ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି। 

Related story