Advertisment

ଦଣ୍ଡ ନାଚ ଦେଖି ଫେରୁଥିଲେ ୩ ସାଙ୍ଗ; ବ୍ରିଜରୁ ତଳକୁ ଖସିଲା ସ୍କୁଟି

ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Accident

Accident

ଦଣ୍ଡ ନାଚ ଦେଖି ୩ ଜଣ ସାଙ୍ଗ ସ୍କୁଟି ଯୋଗେ ଘରକୁ ଫେରୁଥିଲେ। ବାଟରେ ଭାରସାମ୍ୟ ହରାଇ ବ୍ରିଜରୁ ତଳକୁ ଖସିପଡ଼ିଲା ସ୍କୁଟି। ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି। କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ମଣ୍ଡାକିଆ ବୁଡ଼ାମାହା ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତ ଯୁବକମାନେ ହେଲେ ରାଇକିଆର ବସନ୍ତ ପଣ୍ଡା ଓ ବେରେଡ଼ାକିଆର ବ୍ରହ୍ମାନନ୍ଦ ଭୋଇ ଓ କୁଶଲ ଦିଗାଲ।

Advertisment

ଗତକାଲି ବିଳମ୍ବିତ ରାତିରେ ୩ ଜଣ ସାଙ୍ଗ ଦଣ୍ଡନାଚ ଦେଖି ବାବୁଲିଆରୁ ଘରକୁ ଫେରୁଥିଲେ। ଏହି ସମୟରେ ମଣ୍ଡାକିଆ ବୁଡ଼ାମାହା ନିକଟରେ ସ୍କୁଟିଟି ଭାରସାମ୍ୟ ହରାଇ  ବ୍ରିଜରେ ଥିବା ବାଡ଼ାକୁ ଧକ୍କା ଦେଇଥିଲା। ପରେ ସମସ୍ତେ ସ୍କୁଟି  ସହ ବ୍ରିଜର ତଳକୁ ଖସିପଡ଼ିଥିଲେ। 

ଆଜି ସକାଳେ ବ୍ରିଜ ତଳେ ୩ ଜଣ ଯୁବକ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହାସହ ଘଟଣାର ତଦନ୍ତ କରୁଛି।  ଦୁର୍ଘଟଣାରେ ସ୍କୁଟିଟି ମଧ୍ୟ ଭାଙ୍ଗିଯାଇଛି। ୩ ସାଙ୍ଗଙ୍କ ମୃତ୍ୟୁପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।   

Advertisment
Road Accident Kandhamal