Advertisment

ସ୍କଲ୍ ଅଟୋ-ବାଇକ୍ ମୁହାଁମୁହିଁ ଧକ୍କା; ୩ ଆହତ

ଆଜି ସକାଳେ ୧୨ ଜଣ ଛାତ୍ରଛାତ୍ରୀ ଅଟୋ ଯୋଗେ ସ୍କୁଲ ଯାଉଥିଲେ।

police station

police station

Advertisment

ସୁନ୍ଦର ଗଡ଼ ଜିଲ୍ଲା ବଣାଇ ଥାନାର ବ୍ରାହ୍ମଣନାଳି ଗ୍ରାମ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି। ସ୍କଲ୍ ଅଟୋ ଓ ବାଇକ୍ ମୁହାଁମୁହିଁ ଧକ୍କା ହେବାଫଳରେ ବାଇକ ଚାଳକ ସହ ୨ ଛାତ୍ରଛାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଆଜି ସକାଳେ ୧୨ ଜଣ ଛାତ୍ରଛାତ୍ରୀ ଅଟୋ ଯୋଗେ ସ୍କୁଲ ଯାଉଥିଲେ। ବ୍ରାହ୍ମଣନାଳି ଗ୍ରାମ ନିକଟରେ ବୀପରିତ ଦିଗରୁ ଆସୁଥିବା ଏକ ବାଇକ ଦ୍ରୁତ ଗତିରେ ଆସି ସ୍କୁଲ ଅଟୋ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଅଟୋଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସି ଯାଇଥିଲା।

ଦୁର୍ଘଟଣାରେ ୨ ଜଣ ଛାତ୍ରଛାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ବାଇକ୍ ଚାଳକ ମଧ୍ୟ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରାଯାଇ ବଣେଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।୨ ଛାତ୍ରଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ରାଉରକେଲା ସ୍ଥାନାନ୍ତରିତ କରାଯାଇଛି।ପୁଲିସ ଘଟଣାର ତଦନ୍ତ କରୁଛି। 

Advertisment
Accident Bonai
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe