Advertisment

ବିଜେଡି ବିଧାୟକଙ୍କ ରାଲିରେ ମାଡ଼ିଗଲା ଟ୍ରକ୍‌, ୩ ଗୁରୁତର

କଟକ ଜିଲ୍ଲା ବଡ଼ମ୍ବାରେ ବିଜେଡି ବିଧାୟକଙ୍କ ରାଲି ବେଳେ ଘଟିଛି ଅଘଟଣ। ରାଲିରେ ଏକ ଟ୍ରକ୍‌ ମାଡ଼ିଯିବାରୁ ୩ ଜଣ ଗୁରୁତର ଆହତ ହୋଇଛନ୍ତି।

author-image
Niharika Rout
ଅଦ୍ୟତନ ହୋଇଛି
Accident Spot

Accident Spot

କଟକ ଜିଲ୍ଲା ବଡ଼ମ୍ବାରେ ବିଜେଡି ବିଧାୟକଙ୍କ ରାଲି ବେଳେ ଘଟିଛି ଅଘଟଣ। ରାଲିରେ ଏକ ଟ୍ରକ୍‌ ମାଡ଼ିଯିବାରୁ ୩ ଜଣ ଗୁରୁତର ଆହତ ହୋଇଛନ୍ତି।

Advertisment

ବଡ଼ମ୍ବା ଟାଉନ ନିକଟରେ ଆଜି ବିଜେଡି ବିଧାୟକ ଦେବୀ ମିଶ୍ରଙ୍କ ରାଲି ଆୟୋଜିତ ହୋଇଥିଲା। ଏଥିରେ ବହୁ ସଂଖ୍ୟାରେ ଲୋକ ଯୋଗ ଦେଇଥିଲେ। ଉକ୍ତ ସମୟରେ ହଠାତ୍‌ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍‌ ନିୟନ୍ତ୍ରଣ ହରାଇ ରାଲି ଉପରେ ମାଡ଼ି ଯାଇଥିଲା।

ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିବା ସୂଚନା ମିଳିଛି। ତୁରନ୍ତ ସେମାନଙ୍କୁ ବଡ଼ମ୍ବା ମେଡିକାଲରେ ଭର୍ତ୍ତି କରାଯାଇଥିଲା।

Advertisment

 ସେଠାରେ ପ୍ରାଥମିକ ଚିକିତ୍ସା ପରେ ଆଲୋକ ରଞ୍ଜନ ନାୟକ ନାମକ ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଉତ୍ତ୍ୟକ୍ତ ଲୋକେ ଡ୍ରାଇଭରଙ୍କୁ ପୁଲିସ୍‌ ଜିମା ଦେଇଛନ୍ତି। 

ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,ଟ୍ରକ୍‌ଟି ନରସିଂହପୁରରୁ ବଡମ୍ବା ଅଭିମୁଖେ ଆସୁଥିଲା । ବଡମ୍ବା ଗାନ୍ଧି ଛକରେ ନିର୍ବାଚନୀ ରାଲି ଯୋଗୁ ବହୁ ଲୋକଙ୍କ ସମାଗମ ହୋଇଥିଲା। ଉକ୍ତ ସମୟରେ ରାସ୍ତା ଉପରେ ବି ବହୁ ଗାଡ଼ି ଅଟକି ରହିଥିଲା। ଫଳରେ ଡ୍ରାଇଭର ଗାଡ଼ି କୁଆଡ଼େ ନେବେ ଜାଣି ନ ପାରି ଭିଡ଼ ଉପରେ ଚଢ଼ାଇ ଦେଇଥିବା କହିଛନ୍ତି।  

ଏହି ଘଟଣାରେ ବଡମ୍ବା ବିଧାୟକ ଦେବୀ ମିଶ୍ରଙ୍କ ପ୍ରତିକ୍ରିୟା ମିଳି ପାରିନି। 

Cuttack Road Accident