/odisha-reporter/media/post_attachments/uploadimage/library/16_9/16_9_0/Fire_1715063967.jpg)
Fire
ନିଆଁରେ ଜଳିଗଲା ୬୦ ବଖରା ଘର। ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ କେନ୍ଦୁଡିହା ପଞ୍ଚାୟତ କୁଳିଅଣା ଗାଁର ବିନ୍ଧାଣୀସାହିରେ ଏହି ଅଗ୍ନିକାଣ୍ଡ ଘଟିଛି। ନିଆଁରେ ୨୦ଟି ପରିବାରର ୬୦ ବଖରା ଘର ଜଳିପୋଡ଼ି ପାଉଁଶ ହୋଇଯାଇଛି।
Advertisment
ଆଜି ସକାଳେ ହଠାତ୍ ଜଣଙ୍କ ଘରେ ନିଆଁ ଲାଗିଯାଇଥିଲା। ନିଆଁ ଚାରିଆଡେ ବ୍ୟାପି ଯାଇଥିଲା। ନିଆଁରେ ୬୦ ବଖରା ଘର ଜଳିପୋଡ଼ି ପାଉଁଶ ହୋଇଯାଇଛି। ୩ଟି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳକୁ ଘରର ଆସବାବ ପତ୍ର ଓ ଅନ୍ୟ ଜିନିଷ ପତ୍ର ପୋଡ଼ି ନଷ୍ଟ ହୋଇଯାଇଥିଲା।
ତେବେ ଘରେ କିପରି ନିଆଁ ଲାଗିଲା, ତାର କାରଣ ଜଣାପଡ଼ିନାହିଁ। ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
