ନିଶାସକ୍ତ କାର୍ ଡ୍ରାଇଭର ଉନ୍ମତ୍ତକାଣ୍ଡ। ଯିଏ ସାମନାରେ ପଡ଼ିଲା ତାଙ୍କୁ ଧକ୍କା ଦେଲା। ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡ୍ରାଇଭର ପ୍ରଶାନ୍ତ ମଲ୍ଲିକ ଓ କାରରେ ବସିଥିବା ଯୁବକଙ୍କୁ ଅଟକ ରଖି ତଦନ୍ତ କରୁଛି କୁମ୍ଭାରପଡ଼ା ଥାନା ପୁଲିସ। ପୁରୀରେ ଏହି ସିରିଜ୍ ଦୁର୍ଘଟଣା ଘଟିଛି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ମାର୍କେଟ ଛକ ପଟୁରୁ ଏକ କାର୍ ଦ୍ରୁତଗତିରେ ଆସି ପ୍ରଥମେ ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲା। ପରେ ମାଉସୀ ମା' ମନ୍ଦିର ସମ୍ମୁଖରେ ସାଇକେଲରେ ଯାଉଥିବା ଜଣେ ଯୁବତୀଙ୍କୁ ଧକ୍କା ଦେଇଥିଲା। ବଳଗଣ୍ଡି ଛକରେ ଗୋଟିଏ ସ୍କୁଟି ଓ ଡାକ୍ତରଖାନା ଛକରେ ଜଣଙ୍କୁ ଧକ୍କା ଦେଇଥିଲା।
Also Read
ଏହାପରେ କୁମ୍ଭାରପଡ଼ା ଥାନା ଆଗରେ ଗାଡ଼ି ରଖି ଦୌଡ଼ି ପଳାଇବା ବେଳେ ଡ୍ରାଇଭର ଓ କାରରେ ବସିଥିବା ଯୁବକଙ୍କୁ କାବୁ କରିଥିଲେ ସ୍ଥାନୀୟ ଲୋକ। ପରେ ପୁଲିସ ଜିମାରେ ଦେଇଥିଲେ। ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Accident
ଦୁଇ ବାଇକ୍ ମୁହାମୁହିଁ ଧକ୍କା, ବାପାପୁଅ ସମେତ ୩ ମୃତ
ଘଟଣାସ୍ଥଳରେ ହିଁ ସୁନୀଲ ଓ ରାଜେଶଙ୍କର ମୃତ୍ୟୁ ଘଟିଥିଲା। ସୁନୀଲଙ୍କ ବାପା ଦଉ ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କୁ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

Accident
ବିଧାୟକଙ୍କ କାର ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା, ପିଅନଙ୍କ ମୃତ୍ୟୁ
ବିଧାୟକ ପରିବାର ସହିତ ପୁରୀରୁ ଫେରୁଥିବା ବେଳେ ଘଟିଥିଲା ଦୁର୍ଘଟଣା।

National
ଭୁଶୁଡ଼ିଲା ବ୍ରିଜ୍, ନଦୀରେ ଖସି ପଡ଼ିଲା ୫ ଗାଡ଼ି; ୧୧ ମୃତ, ୯ ଉଦ୍ଧାର
୧୯୮୧ରେ ଏହି ବ୍ରିଜ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ଓ ୧୯୮୫ରେ ଏହାକୁ ଲୋକଙ୍କ ପାଇଁ ଖୋଲା ଯାଇଥିଲା।

Accident
ସ୍କୁଲ ଭ୍ୟାନକୁ ଧକ୍କା ଦେଲା ଦ୍ରୁତଗାମୀ ଟ୍ରେନ: ୨ ଶିକ୍ଷାର୍ଥୀ ମୃତ, ଏକାଧିକ ଆହତ
ଡ୍ରାଇଭର ଜଣଙ୍କ ଗାଡ଼ିକୁ ରେଳ ଧାରଣା ପାର କରାଉଥିବା ବେଳେ ଘଟିଥିଲା ଦୁର୍ଘଟଣା। ଦ୍ରୁତଗାମୀ ଟ୍ରେନ ସ୍କୁଲ ଭ୍ୟାନକୁ ଧକ୍କା ଦେଇ ୫୦ ମିଟର ଯାଏ ଘୋଷାଡି ନେଇ ଯାଇଥିଲା।