/odisha-reporter/media/post_attachments/uploadimage/library/16_9/16_9_0/Accident_1713671845.jpg)
Accident
ରାଜସ୍ଥାନର ଝାଲାୱାଡ଼ରେ ଶନିବାର ବିଳମ୍ବିତ ରାତିରେ ଏକ ଭ୍ୟାନ୍ ଓ ଟ୍ରକ୍ ମଧ୍ୟରେ ଧକ୍କା ହେବାରୁ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ମୃତାହତ ଭ୍ୟାନ୍ରେ ବସିଥିଲେ। ସେମାନେ ମଧ୍ୟପ୍ରଦେଶର ଖିଲଚିପୁରରୁ ଏକ ବାହାଘର ସାରି ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ।
Advertisment
୫୨ ନମ୍ବର ଜାତୀୟ ରାଜପଥରେ ଅକଲେରା ପାଖରେ ଏହି ଦୁର୍ଘଟଣା ଘଟିଥିଲା। ଉଭୟ ଭ୍ୟାନ୍ ଓ ଟ୍ରକ୍ ଦ୍ରୁତ ଗତିରେ ଯାଉଥିଲେ ବୋଲି ଜଣାପଡ଼ିଛି। ଦୁର୍ଘଟଣାରେ ଭ୍ୟାନ୍ଟି ପୂରା ଚୁନା ହୋଇଯାଇଛି। ଦୁର୍ଘଟଣାପରେ ଆଖପାଖରେ ଥିବା ଲୋକେ ସମସ୍ତଙ୍କୁ ଭ୍ୟାନ୍ରୁ ଉଦ୍ଧାର କରିଥିଲେ। ୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କୁ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଥିଲା।
ଏହି ଦୁର୍ଘଟଣା ପରେ ଟ୍ରକ୍ ଚାଳକ ଫେରାର ହୋଇଯାଇଥିଲେ। ତେବେ ପୁଲିସ୍ ତାଙ୍କୁ ଠାବ କରି ଅଟକ ରଖିଛି। ପୁଲିସ୍ ଘଟଣାର ଅଧିକ ତଦନ୍ତ କରୁଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
