Advertisment

ପୁରୀରୁ ଫେରୁଥିବା ବେଳେ ଓଲଟି ପଡ଼ିଲା ବସ୍

ବସ୍‌ଟି ଛତିଶଗଡ଼ରୁ ଆସିଥିବା ବେଳେ ସେଥିରେ ପ୍ରାୟ ୫୫ ଜଣ ତୀର୍ଥଯାତ୍ରୀ ଥିଲେ।

author-image
Jitendra Garnayak
Bus

Bus

ଭାରସାମ୍ୟ ହରାଇ ଏକ ବସ୍ ଓଲଟି ପଡ଼ିବାରୁ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବୁଡେନ ଥାନା ସୁଲିଆ ଗ୍ରାମ ନିକଟରେ ଘଟିଛି ଏହି ଦୁର୍ଘଟଣା।

Advertisment

ବସ୍‌ଟି ଛତିଶଗଡ଼ର ବଲୋଦା ବଜାର ଅଞ୍ଚଳର ପାଖାପାଖି ୫୫ ତୀର୍ଥଯାତ୍ରୀଙ୍କୁ ନେଇ ପୁରୀ ଯାଇଥିଲା। ସେମାନେ ପୁରୀରେ ଦର୍ଶନ ସାରି ବରଗଡ଼ର ଶ୍ରୀନୃସିଂହନାଥ ମନ୍ଦିର ଅଭିମୁଖେ ଯାଉଥିବା ବେଳେ ଆଜି ଭୋର ପ୍ରାୟ ୫ଟା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ଯାଇ ଓଲଟି ପଡ଼ିଥିଲା।

ବସ୍‌ରେ ପ୍ରାୟ ୫୫ ଜଣ ତୀର୍ଥଯାତ୍ରୀ ଥିବା ବେଳେ ମାତ୍ର ୧୫ ଜଣ ଆହତ ହୋଇଛନ୍ତି। ତେବେ କେହି ଗୁରୁତର ଆହତ ହୋଇନାହାନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରି ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। 

Advertisment
Accident Road Accident