Advertisment

ପରୀକ୍ଷା ଦେବାକୁ ଯିବା ବେଳେ ପିଟି ଦେଲା କାର୍‌, ଛାତ୍ର ମୃତ

ଆଜି ଥିଲା ପରୀକ୍ଷାର ଶେଷ ଦିନ। ହେଲେ ତାହା ପାଲଟି ଗଲା ଜୀବନର ଶେଷ ଦିନ।

Mortuary

Mortuary

Advertisment

ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ସ୍ଥିତ ମୃଗ ବିହାର ନିକଟରେ ଆଜି କାରଟିଏ ଏକ ସ୍କୁଟିକୁ ପିଟି ଦେବାରୁ ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି।

Advertisment

ମୃତ ଛାତ୍ରଙ୍କ ନାଁ ଈଶ୍ୱର ରାଓ। ତାଙ୍କ ଘର ନବରଙ୍ଗପୁର ସହରର ପଟେଲ ମାର୍ଗରେ। ତାଙ୍କ ବାପାଙ୍କ ନାଁ ଜି.ଶେଖର ରାଓ। ଆହତ ଛାତ୍ରଙ୍କ ନାଁ ଆକାଶ ଷଡ଼ଙ୍ଗୀ। ଉଭୟ ନବରଙ୍ଗପୁର କେନ୍ଦ୍ରୀୟ ବିଦ୍ୟାଳୟର ଯୁକ୍ତ ଦୁଇ ଶେଷ ବର୍ଷର ଛାତ୍ର।

ଆଜି ପରୀକ୍ଷାର ଶେଷ ଦିନ ଥିବା ବେଳେ ଉଭୟ ଈଶ୍ୱର ଓ ଆକାଶ ସ୍କୁଟି ଯୋଗେ ପାପଡ଼ାହାଣ୍ଡି ଯାଉଥିଲେ। ଉଭୟଙ୍କ ପରୀକ୍ଷାକେନ୍ଦ୍ର ପାପଡ଼ାହାଣ୍ଡି ସ୍ଥିତ ଆଦର୍ଶ ବିଦ୍ୟାଳୟରେ ପଡ଼ିଥିଲା।

Advertisment

ସେମାନେ ପରୀକ୍ଷାକେନ୍ଦ୍ର ଅଭିମୁଖେ ଯାଉଥିବା ବେଳେ ପାପଡ଼ାହାଣ୍ଡି ସ୍ଥିତ ମୃଗ ବିହାର ନିକଟରେ ଏକ କାର ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ଈଶ୍ୱର ରାଓଙ୍କର ମୃତ୍ୟୁ ଘଟିଥିଲା। ପାପଡ଼ାହାଣ୍ଡି ପୁଲିସ୍ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ଏହା ସହିତ ପୁଲି ଘଟଣାର ତଦନ୍ତ କରୁଛି।

ଅନ୍ୟପକ୍ଷରେ ଆହତ ଆକାଶ ସାମାନ୍ୟ ଆହତ ହୋଇଛନ୍ତି। ପାପଡ଼ାହାଣ୍ଡି ଡାକ୍ତରଖାନାରେ ଚିକିତ୍ସା କରାଯିବା ପରେ ଆକାଶ ପରୀକ୍ଷା ଦେଇଥିଲେ ବୋଲି ଜଣାପଡ଼ିଛି।

ନବରଙ୍ଗପୁରରୁ ନବଘନ ବିଷୋୟୀଙ୍କ ରିପୋର୍ଟ

Accident Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe