Advertisment

ମଝି ବାଟରେ ଓଲଟିଲା ଅଟୋ, ଭିତରେ ଥିଲେ ୧୨ ଯାତ୍ରୀ

ଓଭରଲୋଡିଂ କାଳ ହେଲା। ଜନ୍ମ ଦିନ ପାର୍ଟିରେ ଯୋଗ ଦେବାକୁ ଅଟୋରେ ଯାଉଥିଲେ ଏକ ପରିବାରର ୧୨ ସଦସ୍ୟ। ମାତ୍ର ପାର୍ଟିରେ ପହଞ୍ଚିବା ପୂର୍ବରୁ ଘଟିଲା ଅଘଟଣ ।

author-image
Niharika Rout
Injured in medical

Injured in medical

ଓଭରଲୋଡିଂ କାଳ ହେଲା। ଜନ୍ମ ଦିନ ପାର୍ଟିରେ ଯୋଗ ଦେବାକୁ ଅଟୋରେ ଯାଉଥିଲେ ଏକ ପରିବାରର ୧୨ ସଦସ୍ୟ। ମାତ୍ର ପାର୍ଟିରେ ପହଞ୍ଚିବା ପୂର୍ବରୁ ଘଟିଲା ଅଘଟଣ । ମଝି ବାଟରେ ଓଲଟି ପଡ଼ିଲା ଅଟୋ । ଏହି ଦୁର୍ଘଟଣାରେ ଅଟୋ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏପରି ଏକ ଅଘଟଣ ଆଜି ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଘସିଆନ କଲେଜ ଛକ ନିକଟରେ ଘଟିଛି।

Advertisment

ପାଟଣାଗଡ଼ କେନ୍ଦୁମୁଣ୍ଡି ଗାଁର ଏକ ପରିବାରର ୧୨ ସଦସ୍ୟ ଏକ ଜନ୍ମ ଦିନ ଉତ୍ସବରେ ଯୋଗ ଦେବାକୁ ଅଟୋରେ ଖୁର୍ସେଲ ଗାଁକୁ ଯାଉଥିଲେ । ମାତ୍ର ଓଭରଲୋଡିଂ ହେତୁ ଅଟୋଟି ମଝି ବାଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ।

ସ୍ଥାନୀୟ ଲୋକେ ତୁରନ୍ତ ସମସ୍ତଙ୍କୁ ଘସିଆନ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଡ୍ରାଇଭରଙ୍କୁ ମୃତ ଘୋଷଣା କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ସମସ୍ତ ଯାତ୍ରୀଙ୍କୁ ପାଟଣାଗଡ଼ ଡାକ୍ତରଖାନା ରେଫର କରି ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ବଲାଙ୍ଗିର ସ୍ଥାନାନ୍ତର କରାଯିବ ବୋଲି ଜଣାଯାଇଛି।

Advertisment

ପୁଲିସ୍‌ ପହଞ୍ଚି ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଏଥିସହ ଅତ୍ୟଧିକ ଯାତ୍ରୀ ଏକସଙ୍ଗେ ଅଟୋରେ ଯାଉଥିବାରୁ ଚାଳକ ଭାରସାମ୍ୟ ରଖି ନ ପାରିବାରୁ ଏହି ଦୁର୍ଘଟଣା ଘଟିଥିବା ପ୍ରତ୍ୟକ୍ଷଦର୍ଶୀ ସୂଚନା ଦେଇଛନ୍ତି।

Accident Road Accident