Advertisment

ଟ୍ରକ୍ ପଛରେ ପିଟି ହେଲା ବାଇକ୍, ଚାଲିଗଲା ଦୁଇ ଜୀବନ

ବ୍ରିଜ ଉପରେ ଠିଆ ହୋଇଥିବା ଏକ ଟ୍ରକ୍ ପଛରେ ପିଟି ହେଲା ବାଇକ୍। ଏହି ଦୁର୍ଘଟଣାରେ ବାଇକ୍‌ରେ ଯାଉଥିବା ୨ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି।

Accident Spot

Accident Spot

Advertisment

କଟକ ସିଡିଏ ସେକ୍ଟର ୧୧ ରୁ ନୁଆପାଟଣାକୁ ସଂଯୋଗ କରୁଥିବା ମଧୁସୂଦନ ବ୍ରିଜ ଉପରେ ଗତ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ବ୍ରିଜ ଉପରେ ଠିଆ ହୋଇଥିବା ଏକ ଟ୍ରକ୍ ପଛରେ ପିଟି ହେଲା ବାଇକ୍। ଏହି ଦୁର୍ଘଟଣାରେ ବାଇକ୍‌ରେ ଯାଉଥିବା ୨ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି।

Advertisment

ଗତ ରାତିରେ ୩ ଯୁବକ ଏକ ବାଇକ୍‌ରେ ମଧୁସୂଦନ ବ୍ରିଜ ଉପରେ ଯାଉଥିଲେ। ସେମାନେ ଦ୍ରୁତ ଗତିରେ ଯାଉଥିବା ବେଳେ ବ୍ରିଜ ଉପରେ ଛିଡ଼ା ହୋଇଥିବା ଟ୍ରକ୍‌ରେ ପିଟି ହୋଇ ଯାଇଥିଲେ।

ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ ଘଟଣାସ୍ଥଳରେ ଦୁଇ ଯୁବକ ଛିଟିକି ପଡ଼ିଥିଲେ। ପ୍ରବଳ ରକ୍ତସ୍ରାବ ହେତୁ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା।

Advertisment

ଆଉ ଜଣେ ଗୁରୁତର ହୋଇଥିବା ବେଳେ ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଜବତ କରିବା ସହ ଡ୍ରାଇଭରଙ୍କୁ ଅଟକାଇ ପଚରାଉଚରା କରୁଛି।

Accident Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe