ସମ୍ବଲପୁର ସଦର ଥାନା କୁଦପାଲି ନିକଟରେ ଆଜି ସନ୍ଧ୍ୟାରେ ଏକ ପିକ୍ଭ୍ୟାନ୍କୁ ଏକ କଣ୍ଟେନର ପଛରୁ ଧକ୍କା ଦେବାରୁ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି।
ପିକ୍ଅପ୍ ଭ୍ୟାନନରେ ମୋଟ ୯ ଜଣ ଶ୍ରମିକ ଥିଲେ। ସେମାନଙ୍କ ମଧ୍ୟରୁ କିଏ ରାୟଗଡ଼ାର ତ କିଏ ବିହାର ଓ ଆଉ କିଏ ଆନ୍ଧ୍ର ପ୍ରଦେଶର। ସେମାନେ ରେଲୱେରେ ଶ୍ରମିକ ଭାବେ କାମ କରୁଥିଲେ।
Also Read
ସମ୍ବଲପୁର ସହର ଏସ୍ଡିପିଓ ତୋଫାନ ବାଗଙ୍କ ସୂଚନା ଅନୁଯାୟୀ, ଏହି ୯ ଜଣ ଶ୍ରମିକ ଏକ ପିକ୍ଅପ୍ ଭ୍ୟାନରେ ସିନ୍ଦୁରପଙ୍କ ବଜାରକୁ କିଛି ଜିନିଷ କିଣିବା ପାଇଁ ଯାଇଥିଲେ। ସେଠାରେ କିଣାକିଣି ସାରି ଫେରୁଥିବା ବେଳେ ଏକ କଣ୍ଟେନର ପିକ୍ଅପ୍ ଭ୍ୟାନଟିକୁ ପଛରୁ ଧକ୍କା ଦେଇଥିଲା। ଏଥିରେ ମୋଟ ୫ ଜଣ ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରି ସଦର ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ୨ ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା। ଅନ୍ୟ ୩ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ସ୍ଥାନାନ୍ତର କରାଯାଇଛି।
ଦୁର୍ଘଟଣା ଘଟାଇଥିବା କଣ୍ଟେନରର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ପ୍ରଧାନଶିକ୍ଷୟିତ୍ରୀ ଡ୍ରେସ୍ ବାଣ୍ଟୁଥିଲେ, ଖସି ପଡ଼ିଲା ପଙ୍ଖା
ପ୍ରଧାନଶିକ୍ଷୟିତ୍ରୀ ନମିତା ରାୟଙ୍କ ପିଲାମାନଙ୍କୁ ପୋଷାକ ବାଣ୍ଟୁଥିଲେ। ଠିକ୍ ସେତିକି ବେଳେ ଛାତରୁ ପଙ୍ଖା ଖସି ପଡ଼ିଥିଲା। ପଙ୍ଖାର ଡେଣା ପ୍ରଧାନଶିକ୍ଷୟିତ୍ରୀଙ୍କ ମୁଣ୍ଡର ବାମ ପାର୍ଶ୍ୱରେ ବାଜିଥିଲା।
Accident
ଝରକା ତାଡୁଥିଲେ, ଭୁଶୁଡିଲା ଛାତ: ଜଣେ ନାବାଳକ ମୃତ, ଅନ୍ୟ ଜଣେ ମେଡ଼ିକାଲ୍ରେ
ଅସାବଧାନତା ଯୋଗୁ ମୋବାଇଲ ଟାୱାର୍ ବିଶ୍ରାମ ଗୃହ ଛାଡ଼ ଭୁଶୁଡ଼ି ପଡ଼ିଥିଲା। ଆଉ ସେହି ଛାତ ତଳେ ଦୁଇ ନାବାଳକ ଚାପି ହୋଇଯାଇଥିଲେ। ଭୁଶୁଡିବା ଶବ୍ଦ ଓ ଦୁଇ ନାବାଳକଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସେଠାକୁ ଧାଇଁ ଆସିଥିଲେ।
Accident
ହୁତୁହୁତୁ ହୋଇ ଜଳିଗଲା LPG ସିଲିଣ୍ଡର ବୋଝେଇ ଟ୍ରକ୍
ଆଜି ସକାଳେ LPG ସିଲିଣ୍ଡର ଟ୍ରକଟି ଗାଡ଼ିଟି ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା।
Accident
ରାସ୍ତା ଉପରେ ଜଳିଗଲା ହାଇୱା; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲ୍ପର
ଆଜି ଦିନ ଦେଢଟା ବେଳ ବାଙ୍ଗିରିପୋଷୀ-କଳାବାଡିଆ ରାସ୍ତା ଧଡାଙ୍ଗୀର ଛକରେ ହାଇୱାରେ ନିଆଁ ଲାଗି ଯାଇଥିଲା। ହାଇୱାରେ ପିଚୁ ଥିବାରୁ ଚାହୁଁ ଚାହୁଁ ନିଆଁ ବ୍ୟାପୀ ଯାଇଥିଲା।