ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ସାମ୍ବାଦିକ ବିଭାଗର ପୂର୍ବତନ HOD ତଥା ବରିଷ୍ଠ ସାମ୍ବାଦିକ ଡକ୍ଟର ପ୍ରଦୀପ ମହାପାତ୍ରଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା।
କିଛି ଦିନ ତଳେ ଡକ୍ଟର ପ୍ରଦୀପ ହଠାତ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ନିମୋନିଆ ହେବା ଯୋଗୁ ଫୁସଫୁସ ଗୁରୁତର ଭାବେ ଆକ୍ରାନ୍ତ ହୋଇଥିବା ଚିକିତ୍ସାରୁ ଜଣାପଡ଼ିଥିଲା। ଅବସ୍ଥା ଅଧିକ ଗୁରୁତର ହେବାରୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା।
Also Read
ଡକ୍ଟର ପ୍ରଦୀପ ମହାପାତ୍ରଙ୍କ ବିୟୋଗରେ ସାମ୍ବାଦିକ, ରାଜନୈତିକ ଓ ସାମାଜିକ କ୍ଷେତ୍ରରେ ଶୋକର ଛାୟା ଖେଳି ଯାଇଛି। ବ୍ରହ୍ମପୁରରେ ତାଙ୍କର ଶେଷକୃତ୍ୟ ହେବ ବୋଲି ସୂଚନା ରହିଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Accident
ମାମୁ ଘରକୁ ଆସିଥିବା ବେଳେ ପୋଖରୀରେ ବୁଡ଼ିଗଲେ ଦୁଇ ଭଉଣୀ
ଘରର ଅନ୍ୟ ସଦସ୍ୟଙ୍କ ଅଗୋଚରରେ ଚାନ୍ଦିନୀ ଓ ନନ୍ଦିନୀ ପାଖ ପୋଖରୀ ପାଖକୁ ଚାଲି ଯାଇଥିଲ ଏବଂ ବୁଡ଼ି ଯାଇଥିଲେ ବୋଲି କୁହାଯାଉଛି।

Accident
କାରକୁ ପିଟିଲା କାର: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ଓ ଝିଅ ଆହତ
ଭୁବନେଶ୍ୱର ଆସୁଥିବା ବେଳେ ଘଟିଲା ଦୁର୍ଘଟଣା।

National
ବିମାନ ଦୁର୍ଘଟଣା: ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ମୃତଦେହ ଚିହ୍ନଟ
ବର୍ତ୍ତମାନ ସୁଦ୍ଧା ୩୨ ଜଣଙ୍କ ଡିଏନ୍ଏ ମ୍ୟାଚ୍ ହୋଇଥିବା ବେଳେ ୧୪ ଜଣଙ୍କ ମୃତଦେହ ହସ୍ତାନ୍ତର କରାଯାଇଛି।

National
ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୭ ମୃତ
ଗତ ମେ’ ୨ ତାରିଖରେ କେଦାରନାଥ ଧାମ ଖୋଲିବା ପରଠାରୁ ଅର୍ଥାତ୍ ଗତ ୬ ସପ୍ତାହ ମଧ୍ୟରେ ଏହା ହେଉଛି ୫ମ ହେଲିକପ୍ଟର ଦୁର୍ଘଟଣା।