/odisha-reporter/media/post_attachments/uploadimage/library/16_9/16_9_0/IMAGE_1726895653.jpg)
Elephant Death
ଚାଷ ଜମିରୁ ମାଈ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ବାରିପଦା ବନଖଣ୍ଡ ଅଧୀନ ଶିମିଳିପାଳ ଅଭୟାରଣ୍ୟର ବାଲିଆଢ଼ିପା ଗାଁ ନିକଟରୁ ହାତୀର ମୃତଦେହ ମିଳିଛି । ମୃତ ମାଈ ହାତୀର ବୟସ ୩୫ରୁ ୪୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।
Advertisment
ବାରିପଦା ଡିଏଫଓ ଓ ବନ କର୍ମଚାରୀ ପହଞ୍ଚି ତଦନ୍ତ କରୁଛନ୍ତି। ଏଥିସହ ହାତୀଟିର ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ହାତୀଟିର କିପରି ମୃତ୍ୟୁ ଘଟିଲା ତାର କାରଣ ଜଣାପଡ଼ିନାହିଁ। ହାତୀଟି ବିଦ୍ୟୁତ ସଂସ୍ପର୍ଶରେ ଘଟିଛି ନା ଅନ୍ୟ କାରଣ ଅଛି ଜଣାପଡ଼ିନାହିଁ।
ଗତ ଏକ ମାସ ମଧ୍ୟରେ ବାରିପଦା ବନଖଣ୍ଡ ଅଧୀନର ଭିନ୍ନ ଭିନ୍ନ ସ୍ଥାନରେ ଦୁଇ ହାତୀର ମୃତ୍ୟୁ ଘଟିଥିବା ଖବର ରହିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
