ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ କନ୍ଧରା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଗୋବରୀ ଗାଁରେ ଦନ୍ତା ଆକ୍ରମଣରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁରୁ ମୁଣ୍ଡା। ତାଙ୍କ ଘର ମହାବିରୋଡ଼ ଥାନା ବାମ ପଞ୍ଚାୟତର ଗୋବରୀ ମୁଣ୍ଡାସାହିରେ।
Also Read
ସୁରୁ ଆଜି ଭୋରରେ ମହୁଲ ଗୋଟାଇବା ପାଇଁ ଗାଁ ପାଖ ଚାଙ୍ଗୁରିଆପାଳ ଜଙ୍ଗଲକୁ ଯାଇଥିଲେ। ସେଠାରେ ମହୁଲ ଗୋଟାଉଥିବା ବେଳେ ଏକ ଦନ୍ତା ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ ସୁରୁ। ଦନ୍ତା ତାଙ୍କୁ କଚାଡ଼ି ମାରି ଦେଇଥିଲା ବୋଲି ଜଣାପଡ଼ିଛି। ଘଟଣା ସ୍ଥଳରେ ହିଁ ସୁରୁଙ୍କର ମୃତ୍ୟୁ ଘଟିଥିଲା।
ଘଟଣାସ୍ଥଳରେ ମହାବୀରୋଡ଼ ଥାନା ପୁଲିସ ଓ ବନ ବିଭାଗ ଅଧିକାରୀ ପହଞ୍ଚି ଯାଞ୍ଚ କରିଥିଲେ। ମୃତଦେହ ଉଦ୍ଧାର କରାଯିବା ସହିତ ଘଟଣାର ତଦନ୍ତ କରାଯାଉଛି। ତେବେ ଏହି ଘଟଣା ପରେ ସ୍ଥାନୀୟ ଲୋକେ ଡରି ଯାଇଛନ୍ତି।
ରିପୋର୍ଟ- କାମାକ୍ଷାନଗରରୁ ବିଦ୍ୟାଧର ବରାଳ
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

National
କୋଠାରେ ଲାଗିଲା ନିଆଁ: ୮ ଶିଶୁଙ୍କ ସମେତ ୧୭ ଜୀବନ୍ତ ଦଗ୍ଧ
ଆଜି ସକାଳ ସାଢ଼େ ୫ଟାରୁ ୬ଟା ମଧ୍ୟରେ ଏହି କୋଠାରେ ନିଆଁ ଲାଗିଥିଲା। ଏହି କୋଠାରେ ଉଭୟ ଦୋକାନ ଓ ଆବାସିକ ଘର ରହିଛି।

Accident
ବିଦ୍ୟୁତ୍ ଆଘାତରେ ମା’ ଓ ଶିଶୁପୁତ୍ର ମୃତ
ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବାଂଶପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
Accident
ଭୋଜି ଖାଇବାକୁ ଯାଉଥିଲେ, ଗାଡ଼ି ଓଲଟି ପଡ଼ିବାରୁ ଚାଲିଗଲା ୨ ଜଣଙ୍କ ଜୀବନ
ଦୁର୍ଘଟଣାଗ୍ରସ୍ତ ଟାଟା ଏସିରେ ୧୦ରୁ ଅଧିକ ଯାତ୍ରୀ ଥିଲେ। ସେମାନେ ବୋରୋସିଙ୍ଗି ଗ୍ରାମକୁ ଏକ ଭୋଜିରେ ଯୋଗ ଦେବାକୁ ଯାଉଥିଲେ।

Accident
ଦୁର୍ଘଟଣାର ପର୍ଦ୍ଦାଫାସ କଲା ମର୍ସିଡିଜର ଭଙ୍ଗା ଲୋଗୋ ଓ ସିସିଟିଭି: ୪ ଶ୍ରମିକ ହରାଇଥିଲେ ପ୍ରାଣ
ପୁଲିସ୍ କାରକୁ ଠାବ କରିବା ପାଇଁ ସ୍ୱଂୟଚାଲିତ ନମ୍ବର ପ୍ଲେଟ ଚିହ୍ନଟ କ୍ୟାମେରାକୁ ବ୍ୟବହାର କରିଥିଲା।

Accident
‘ଆମ ବସ୍’ ଧକ୍କାରେ ୨ ଆହତ ଘଟଣାରେ କାର୍ଯ୍ୟାନୁଷ୍ଠାନ; ଡ୍ରାଇଭର ଓ ଗାଇଡ୍ ବିଦା
ଏହି ଦୁର୍ଘଟଣାକୁ କ୍ରୁଟ୍ ଦୁର୍ଭାଗ୍ୟଜନକ କହିଥିବା ବେଳେ ଏଥିପାଇଁ ଦୁଃଖ ପ୍ରକାଶ କରିଛି। ଏହା ସହିତ ଦୁର୍ଘଟଣା ଘଟାଇଥିବା ବସ୍ର ଡ୍ରାଇଭର ଓ ଗାଇଡଙ୍କୁ ତତ୍କାଳ ଚାକିରିରୁ ବିଦା କରାଯାଇଛି ବୋଲି କ୍ରୁଟ୍ ପକ୍ଷରୁ କୁହାଯାଇଛି।