ଚିଙ୍ଗୁଡ଼ି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁରେ ଗୋଦାମରେ ଥିବା ମାଛ, ଚିଙ୍ଗୁଡ଼ି ଜଳି ପୋଡ଼ି ପାଉଁଶ ହୋଇଯାଇଛି। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଅନ୍ତର୍ଗତ ଚିଲିକା କୂଳ ଯମୁନା ଗାଁରେ ଏହି ଘଟଣା ଘଟିଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୂ ଆୟତ୍ତ କରିଛନ୍ତି।
ଆଗକୁ ଛାଡ଼ଖାଇ ଆସୁଥିବାରୁ ଗୋଦାମ ମାଲିକ ପବିତ୍ର ସାହୁ ତିନିଲକ୍ଷ ଟଙ୍କାରୁ ଅଧିକ ମାଛ ଓ ଚିଙ୍ଗୁଡ଼ି ରଖିଥିଲେ। ଆଜି ସକାଳେ ହଠାତ୍ ଗୋଦାମରେ ନିଆଁ ଲାଗିଯାଇଥିଲା। ସ୍ଥାନୀୟ ଲୋକେ ଏହା ଦେଖି ମାଲିକଙ୍କୁ ଖବର ଦେବା ସହ ଅଗ୍ନିଶମ ବାହତନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳକୁ ଗୋଦାମରେ ଥିବା ମାଛ ଚିଙ୍ଗୁଡ଼ି ଜଳିପୋଡ଼ି ପାଉଁଶ ହୋଇଯାଇଥିଲା।
Also Read
ସଟ୍ସର୍କିଟ ଯୋଗୁ ଏହି ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ହେଲେ ପ୍ରକୃତ କାରଣ ଜଣାପଡ଼ି ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ଟଳିଲା ବଡ଼ ଅଘଟଣ; ଓଭର ବ୍ରିଜ ଉପରେ ଝୁଲି ରହିଛି ଲକ୍ଷ୍ମୀ ବସ୍
ଓଭର ବ୍ରିଜ ଉପରେ ଦୀର୍ଘ ସମୟ ଧରି ଝୁଲି ରହିବା ପରେ କ୍ରେନ୍ ଯୋଗେ ବସଟିକୁ ବ୍ରିଜ୍ ଉପରକୁ ଅଣାଯାଇଛି।
Accident
ଲାଗିଗଲା ନିଆଁ; ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା ଟ୍ରାକ୍ଟର
ଟ୍ରାକ୍ଟରରେ କିପରି ନିଆଁ ଲାଗିଲା ତାର କାରଣ ଅସ୍ପଷ୍ଟ ରହିଛି।
Accident
ଅଳଙ୍କାର ଦୋକାନ ଉପରେ ମାଡ଼ିଗଲା ଟ୍ରକ୍; ସିକ୍ୟୁରିଟି ଗାର୍ଡ ମୃତ
ଗତକାଲି ବିଳମ୍ବିତ ରାତିରେ ସିଦ୍ଧାର୍ଥ ଅଳଙ୍କାର ଦୋକାନ ସମ୍ମୁଖରେ ଡ୍ୟୁଟି କରୁଥିଲେ।
Viral
ଭୟଙ୍କର ଦୁର୍ଘଟଣା: ଡିଭାଇଡରରେ ପିଟି ହୋଇ ସ୍କୁଟରକୁ ଧକ୍କା ଦେଲା SUV, ୨ ମୃତ
ଦୁର୍ଘଟଣା ସମୟର ପୂରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।