/odisha-reporter/media/post_attachments/uploadimage/library/16_9/16_9_0/Kitchen__1730551871.jpg)
Kitchen
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାସ ଗାଁରେ ଏକ ଗ୍ୟାସ ଟାଙ୍କି ଫାଟି ଯିବାରୁ ଜଣେ ବ୍ୟକ୍ତିଙ୍କ ରୋଷେଇ ଘରଟି ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ତେବେ ସୌଭାଗ୍ୟ ବଶତଃ ଏହି ଘଟଣାରେ କେହି ହତାହତ ହୋଇନାହାନ୍ତି।
Advertisment
ଗାଁର ସୁବାଷ ମହାପାତ୍ରଙ୍କ ଘରେ ଆଜି ଦ୍ୱିପହରରେ ରୋଷେଇ ଚାଲିଥିବା ହଠାତ୍ ଗ୍ୟାସ୍ ଟାଙ୍କିରୁ ଗ୍ୟାସ୍ ଲିକ୍ ହୋଇ ସେଥିରେ ନିଆଁ ଲାଗିଯାଇଥିଲା। ଅଘଟଣ ଆଶଙ୍କା କରି ଘର ଲୋକେ ବାହାରକୁ ଚାଲି ଯାଇଥିଲେ। ତା’ ପରେ ଗ୍ୟାସ ଟାଙ୍କିଟି ଫାଟି ଯାଇଥିଲା। ଫଳରେ ରୋଷେଇ ଘରଟି ଭୁଶୁଡ଼ି ପଡ଼ିଥିଲା। ରୋଷେଇ ଘରର ଇଟା କାନ୍ଥ ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଯାଇଥିଲା ଓ ଛାତରେ ପଡ଼ିଥିବା ଆଜବେଷ୍ଟସ ଚୁନା ହୋଇଯାଇଥିଲା। ରୋଷେଇ ଘରେ ଥିବା ସମସ୍ତ ସାମଗ୍ରୀ ନଷ୍ଟ ହୋଇଯାଇଛି।
ସୁବାଷ ମହାପାତ୍ରଙ୍କ ରୋଷେଇ ଘରଟି ମୁଖ୍ୟ ଘର ଭିତରେ ନଥିଲା। ଏହା ତାଙ୍କ ମୁଖ୍ୟ ଘରକୁ ଲାଗି ବାହାରେ ଥିଲା। ନହେଲେ ଆହୁରି ଅଧିକ କ୍ଷତି ହୋଇଥା’ନ୍ତା ବୋଲି କୁହାଯାଉଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
