/odisha-reporter/media/post_attachments/uploadimage/library/16_9/16_9_0/Accident_1706030454.jpg)
Accident
ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ବାଟଗ୍ରାମ ବ୍ରିଜ ନିକଟରେ ଏକ ସ୍କୁଟି ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି।
ମୃତକଙ୍କ ନାଁ ବର୍ଷା ପାତ୍ର। ତାଙ୍କ ବାପା ସୂର୍ଯ୍ୟ ପାତ୍ର ଓ ଭାଇ ଗୁରୁତର ଆହତ ହୋଇଛନ୍ତି। ସେହିଭଳି ବାଇକ୍ ଆରୋହୀ ଜଣଙ୍କ ମଧ୍ୟ ଗୁରୁତର ଆହତ ହୋଇଛନ୍ତି।
ଶ୍ରୀବତ୍ସପୁର ଗ୍ରାମର ସୂର୍ଯ୍ୟ ପାତ୍ର ସ୍କୁଟିରେ ଝିଅ ଓ ପୁଅଙ୍କୁ ବସାଇ ଘରକୁ ଫେରୁଥିଲେ। ବାଟଗ୍ରାମ ବ୍ରିଜ ନିକଟରେ ଏକ ବାଇକ ଦ୍ରୁତ ଗତିରେ ଆସୁଥିବା ବେଳେ ତା’ ସହିତ ସେମାନଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା।
ସୂର୍ଯ୍ୟ ପାତ୍ର, ତାଙ୍କ ଝିଅ ଓ ପୁଅ ସ୍କୁଟିରୁ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ବର୍ଷାଙ୍କର ମୃତ୍ୟୁ ଘଟିଥିଲା। ସୂର୍ଯ୍ୟ ପାତ୍ର, ତାଙ୍କ ପୁଅ ଓ ବାଇକ୍ ଆରୋହୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜଳେଶ୍ୱରପୁର ଡାକ୍ତରଖାନା ନେଇଥିଲେ ସ୍ଥାନୀୟ ଲୋକେ।
ତିନି ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ବାଲେଶ୍ୱରକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ କମର୍ଦ୍ଦା ପୁଲିସ୍ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
