Advertisment

ଟ୍ରକକୁ ପଛରୁ ପିଟିଲା କାର୍, ନବଜାତ ସମେତ ୬ ମୃତ

ରାସ୍ତାକଡରେ ପାର୍କିଂ ହୋଇଥିବା ଏକ ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲା କାର୍।

author-image
Debibandita Barick
ଅଦ୍ୟତନ ହୋଇଛି
Accident Spot Pic

Accident Spot Pic

ହାଇଦ୍ରାବାଦ-ବିଜୟୱାଡା ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକକୁ କାର୍ ପଛରୁ ଧକ୍କା ଦେବା ଫଳରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ନବଜାତ ଶିଶୁ ଥିବା ଜଣାପଡିଛି।

Advertisment

ଖବର ଅନୁସାରେ, ମୃତକମାନେ ହାଇଦ୍ରାବାଦର ବାସିନ୍ଦା। ଆଜି ସକାଳେ ସେମାନେ କୌଣସି କାମରେ ବିଜୟୱାଡା ଅଭିମୁଖେ ଯାଉଥିଲେ। ଏହି ସମୟରେ ରାସ୍ତାକଡରେ ପାର୍କିଂ ହୋଇଥିବା ଏକ ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲା କାର୍।

ମୃତକମାନେ ଗୋଟିଏ ପରିବାରର ହୋଇଥିବା ସନ୍ଦେହ କରାଯାଉଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ପୋଷ୍ଟମୋର୍ଟମ ପାଇଁ ପଠାଇଛି। ତେବେ ଦୁର୍ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ, ତଦନ୍ତ ଚାଲିଥିବା ଜଣେ ପୁଲିସ ଅଧିକାରୀ କହିଛନ୍ତି। 

Advertisment
Accident Road Accident Telangana Accident