ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନଗୁଳ -ସୁକିନ୍ଦା ରେଳପଥ ର ମହୁପାଳ ନିକଟରେ ଟ୍ରେନ ଧକ୍କାରେ କଟିଲା ଯୁବକଙ୍କ ଗୋଡ଼। ଯୁବକଜଣକ ହେଉଛନ୍ତି ମହୁପାଳ ଗାଁର ବିବେକ ପଧାନ ।
ବିବେକ ନିଜର ଜଣେ ସାଙ୍ଗଙ୍କ ସହ ଅନଗୁଳ -ସୁକିନ୍ଦା ରେଳପଥ ପାର ହୋଇ ଶୌଚ ନିମନ୍ତେ ଅପର ପାର୍ଶ୍ଵକୁ ଯାଉଥିଲେ। ଏହି ସମୟରେ ଏକ ମାଲବାହୀ ଟ୍ରେନ ଆସୁଥିବା ବେଳେ ତାହା ବିବେକଙ୍କୁ ଧକ୍କା ଦେଇଥିଲା ।
Also Read
ଫଳରେ ବିବେକଙ୍କ ଗୋଡ଼ ସମ୍ପୂର୍ଣ୍ଣ ଭାବେ କଟି ଯାଇଥିଲା। ଘଟଣାସ୍ଥଳରେ ସେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ି ଛଟପଟ ହେଉଥିବା ବେଳେ ଖବର ପାଇ ପରିବାର ଲୋକେ ପହଞ୍ଚିଥିଲେ।
ସେମାନେ ଗୁରୁତର ଅବସ୍ଥାରେ ତାଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଇଥିଲେ । ସେଠାରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ବିବେକଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ବାଇକ୍କୁ ଧକ୍କା ଦେଇ ଚମ୍ପଟ ମାରିବା ବେଳେ କାର୍ରେ ଲାଗିଲା ନିଆଁ
କାର୍ ଇଞ୍ଜିନ୍ରେ ନିଆଁ ଲାଗିଥିବା ଦେଖି ଆନନ୍ଦପୁର ଗାଁ ଲୋକେ ଭୟଭୀତ ହୋଇଯାଇଥିଲେ। ଏନେଇ ବୀରମହାରାଜପୁର ଥାନା ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇ ଥିଲେ
Accident
ଆଖି ବୁଜିଲା ବାଘୁଣୀ ରାଣୀ
ଗତ ନଭେମ୍ବର ୯ ତାରିଖରେ ମଣିଷଖିଆ ବାଘ ରାଜା ଓ ବାଘୁଣୀ ରାଣୀ ମଧ୍ୟରେ ସମ୍ବଲପୁର ଚିଡିଆଖାନାରେ ପ୍ରଥମ ମିଳନ ହୋଇଥିଲା।
Accident
ଲାଗିଲା ନିଆଁ; ହୁତୁ ହୁତୁ ହୋଇ ଜଳିଗଲା ଚଳନ୍ତା କାର୍
ଏକ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ରାଜ୍ୟ ସରକାରଙ୍କ ସୂଚନା କମିଶନଙ୍କ ରେଜିଷ୍ଟ୍ରାର ଓ ତାଙ୍କ ଡ୍ରାଇଭର।
Accident
ପ୍ରଧାନଶିକ୍ଷୟିତ୍ରୀ ଡ୍ରେସ୍ ବାଣ୍ଟୁଥିଲେ, ଖସି ପଡ଼ିଲା ପଙ୍ଖା
ପ୍ରଧାନଶିକ୍ଷୟିତ୍ରୀ ନମିତା ରାୟଙ୍କ ପିଲାମାନଙ୍କୁ ପୋଷାକ ବାଣ୍ଟୁଥିଲେ। ଠିକ୍ ସେତିକି ବେଳେ ଛାତରୁ ପଙ୍ଖା ଖସି ପଡ଼ିଥିଲା। ପଙ୍ଖାର ଡେଣା ପ୍ରଧାନଶିକ୍ଷୟିତ୍ରୀଙ୍କ ମୁଣ୍ଡର ବାମ ପାର୍ଶ୍ୱରେ ବାଜିଥିଲା।
Accident
ଝରକା ତାଡୁଥିଲେ, ଭୁଶୁଡିଲା ଛାତ: ଜଣେ ନାବାଳକ ମୃତ, ଅନ୍ୟ ଜଣେ ମେଡ଼ିକାଲ୍ରେ
ଅସାବଧାନତା ଯୋଗୁ ମୋବାଇଲ ଟାୱାର୍ ବିଶ୍ରାମ ଗୃହ ଛାଡ଼ ଭୁଶୁଡ଼ି ପଡ଼ିଥିଲା। ଆଉ ସେହି ଛାତ ତଳେ ଦୁଇ ନାବାଳକ ଚାପି ହୋଇଯାଇଥିଲେ। ଭୁଶୁଡିବା ଶବ୍ଦ ଓ ଦୁଇ ନାବାଳକଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସେଠାକୁ ଧାଇଁ ଆସିଥିଲେ।