/odisha-reporter/media/post_attachments/uploadimage/library/16_9/16_9_0/Ambulance_1723740295.jpg)
Ambulance
ବାଇକ୍ ଧକ୍କାରେ ପୋଲ ଉପରୁ ନଦୀରେ ପଡ଼ି ଭାସି ଯାଉଥିବା ପୁଅକୁ ଉଦ୍ଧାର କଲେ ବାପା। ଆଜି ଏହି ଘଟଣାଟି ଘଟିଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ମହୁଲପାଲି ଥାନା ଅନ୍ତର୍ଗତ ଲପଡ଼ା ନିକଟସ୍ଥ ଭେଡେନ ପୋଲରେ। ୮ ବର୍ଷର ପୁଅକୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Advertisment
ମିଳିଥିବା ସୂଚନା ଅନୁଯାୟୀ, ଏହି ବାପ-ପୁଅ ଚାଲିଚାଲି ସେମାନଙ୍କ ଗାଁ ଅମଲିଖମନକୁ ଯାଉଥିଲେ। ସେମାନେ ଭେଡେନ ପୋଲ ପାର ହେଉଥିବା ବେଳେ ଏକ ବାଇକ୍ ଆସି ପୁଅକୁ ପଛରୁ ଧକ୍କା ଦେଇଥିଲା। ବାଇକ୍ ଧକ୍କାରେ ପୋଲ ତଳକୁ ଖସି ପଡ଼ିଥିଲେ ପୁଅ। ପୋଲ ତଳକୁ ପଡ଼ି ଭେଡ଼େନ ନଦୀରେ ପୁଅ ଭାସି ଯାଉଥିବା ବେଳେ ବାପା ଆଉ କାଳ ବିଳମ୍ବ ନ କରି ନଦୀକୁ ଡେଇଁ ପଡ଼ିଥିଲେ। ସେ ପୁଅକୁ ନଦୀରୁ ଆହତ ଅବସ୍ଥାରେ ଉଦ୍ଧାର କରିଥିଲେ।
ପୁଅଟିକୁ ପ୍ରଥମେ କୁଚିଣ୍ଡା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
Advertisment
କୁଚିଣ୍ଡାରୁ ଦେବେନ୍ଦ୍ର ବେହେରାଙ୍କ ରିପୋର୍ଟ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
