୩ ବର୍ଷ ତଳେ ସ୍ୱାମୀଙ୍କୁ ହରାଇଥିଲେ। ଏବେ ପୁଅ ବି ଚାଲିଗଲା। କାହା ପାଇଁ ବଞ୍ଚିବେ ବୋଲି ବାହୁନି ବାହୁନି କାନ୍ଦୁଛନ୍ତି ଜଣେ ମହିଳା। ଏପରି ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା କୋକଲୁଣ୍ଡା ଗାଁରେ।
ପୋଖରୀରେ ଗାଧୋଇବା ସମୟରେ ପାଣିରେ ବୁଡ଼ିଯାଇ ମହିଳାଙ୍କ ନାବାଳକ ପୁଅର ମୃତ୍ୟୁ ଘଟିଛି। ମୃତ ନାବାଳକ ଜଣକ ହେଲେ ଆୟୁଷ ମଳିକ।
Also Read
ଆଜି ଆୟୁଷ ସାଙ୍ଗମାନଙ୍କ ସହିତ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇଲା ବେଳେ ସେ ପାଣିରେ ବୁଡ଼ି ଯାଇଥିଲେ। କିଛି ଯୁବକ ଆୟୁଷଙ୍କୁ ଉଦ୍ଧାର କରି ପ୍ରଥମେ ବେଲଗୁଣ୍ଠା ମେଡିକାଲରେ ଭର୍ତ୍ତି କରିଥିଲେ। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଭଞ୍ଜନଗର ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ଆୟୁଷଙ୍କୁ ମୃତ ଘୋଷଣା କରିଥିଲେ।
ଆୟୁଷଙ୍କ ମୃତ ଖବର ଶୁଣି ତାଙ୍କ ମା’ ଭାଙ୍ଗି ପଡ଼ିଛନ୍ତି। ଗତ ତିନିବର୍ଷ ତଳେ ଆୟୁଷଙ୍କ ପିତା ଜିତେନ୍ଦ୍ର ମଲ୍ଲିକଙ୍କ ମୃତ୍ୟୁ ଘଟିଥିଲା। ଏବେ ପୁଅର ମୃତ୍ୟୁପରେ ଭାଙ୍ଗିପଡ଼ିଛନ୍ତି ଜିତେନ୍ଦ୍ରଙ୍କ ସ୍ତ୍ରୀ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Accident
ସ୍କୁଲ ଭ୍ୟାନକୁ ଧକ୍କା ଦେଲା ଦ୍ରୁତଗାମୀ ଟ୍ରେନ: ୨ ଶିକ୍ଷାର୍ଥୀ ମୃତ, ଏକାଧିକ ଆହତ
ଡ୍ରାଇଭର ଜଣଙ୍କ ଗାଡ଼ିକୁ ରେଳ ଧାରଣା ପାର କରାଉଥିବା ବେଳେ ଘଟିଥିଲା ଦୁର୍ଘଟଣା। ଦ୍ରୁତଗାମୀ ଟ୍ରେନ ସ୍କୁଲ ଭ୍ୟାନକୁ ଧକ୍କା ଦେଇ ୫୦ ମିଟର ଯାଏ ଘୋଷାଡି ନେଇ ଯାଇଥିଲା।

Accident
ନିର୍ମାଣାଧୀନ କୁକୁଡ଼ା ଫାର୍ମର କାନ୍ଥ ଭୁଶୁଡ଼ି ୨ ମହିଳା ମୃତ
ରୂପେ ଓ ବଳମତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ପୁଲିସ ପହଞ୍ଚି ମୃତଦେହ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ନୂଆପଡ଼ା ଡାକ୍ତରଖାନାକୁ ପଠାଇଛି।

Accident
ଅଧା ରହିଗଲା ବାହାଘର, ରାସ୍ତାରେ ଚାଲିଗଲା ବର ସମେତ ପରିବାରର ୮ ଜଣଙ୍କ ଜୀବନ
ବାହାଘର ପାଇଁ ବରକୁ ନେଇ ଯାଉଥିବା ଗୋଟିଏ ବୋଲେର ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଗାଡ଼ିଟି ଗୋଟିଏ କଲେଜ କାନ୍ଥରେ ପିଟି ହୋଇଯିବାରୁ ବର ସମେତ ପରିବାରର ୮ ଜଣଙ୍କ ଜୀବନ ଚାଲି ଯାଇଛି।

Accident
ଓମନି-ହାଇୱା ମୁହାଁମୁହିଁ ଧକ୍କା: ୨ ମୃତ, ୪ ଗୁରୁତର
କମ୍ପାନୀକୁ କାମ କରିବାକୁ ଯାଉଥିବା ବେଳେ ଘଟିଲା ଦୁର୍ଘଟଣା।