Advertisment

ରଥ ଚକ ତଳେ ଚାପି ହୋଇ ନାବାଳକ ଆହତ

ନିବିଦର୍ଶନଙ୍କୁ ଉଦ୍ଧାର କରାଯାଇ ବାଇକ ଯୋଗେ ବିନିକା ଗୋଷ୍ଟୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା I

author-image
Jitendra Garnayak
Ratha

Ratha

ବାହୁଡ଼ା ଯାତ୍ରା ସମୟରେ ଅଘଟଣ। କାଳିଆର ରଥ ଚକ ତଳେ ଚାପି ହୋଇ ନାବାଳକ ଗୁରୁତର ଆହତ। ଘଟଣାଟି ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରେ।

Advertisment

ଆହତ ନାବାଳକଙ୍କ ନାଁ ନିବିଦର୍ଶନ ମେହେର। ତାଙ୍କୁ ୧୫ ବର୍ଷ ହୋଇଛି। ତାଙ୍କ ପାଦରେ ବାମ ପାଦରେ ଆଘାତ ଲାଗିଛି।

ଆଜି ଅପରାହ୍ନରେ ବିନିକା ସହରର ଜୁହ୍ନାପଡ଼ାରେ ଜଗନ୍ନାଥଙ୍କ ରଥକୁ ଭକ୍ତମାନେ ଟାଣୁଥିଲେ। ସେହି ସମୟରେ ବିନିକା ସହରର ନିବିଦର୍ଶନ ମେହେର ମଧ୍ୟ ରଥ ଟାଣୁଥିଲେ I କିନ୍ତୁ ହଠାତ ସେ ରଥ ଚକ ତଳେ ଚାପି ହୋଇ ଯାଇଥିଲେ।

Advertisment

ନିବିଦର୍ଶନଙ୍କୁ ଉଦ୍ଧାର କରାଯାଇ ବାଇକ ଯୋଗେ ବିନିକା ଗୋଷ୍ଟୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା I ସେଠାରେ ତାଙ୍କର ଚିକିତ୍ସା କରାଯାଇଥିବା ସୂଚନା ମିଳିଛି।

Accident